ଆଲାର୍ମ ବନ୍ଦ କରି ଶୋଇପଡ଼ିବାର ଅଭ୍ୟାସ ଅଛି କି ? ଆପଣାନ୍ତୁ ଏହି ଉପାୟ, ଖୁବ୍ ସହଜରେ ଭାଙ୍ଗିବ ନିଦ

29

ଏମିତି ପ୍ରାୟତଃ ଅଧିକାଂଶ ଲୋକଙ୍କ କ୍ଷେତ୍ରରେ ଘଟେ । ସକାଳୁ ଉଠିବାକୁ ଚିନ୍ତା କରି ରାତିରେ ଆଲାର୍ମ ଲଗାଇବା, ମାତ୍ର ସକାଳୁ ଆଲାର୍ମ ବାଜିବା ପରେ ତାହାକୁ ବନ୍ଦ କରି ପୁଣି ଶୋଇପଡ଼ିବା। ନିଦ ଭାଙ୍ଗିବା ପରେ ପଶ୍ଚାତାପ କରିବା ଛଡ଼ା ଆଉ କିଛି ବାକି ନଥାଏ । ସକାଳୁ କରିବାକୁ ଥିବା କାମ ନା କେବେ ହୋଇପାରେ, ନା ସକାଳୁ ଉଠିବା ଅଭ୍ୟାସ କରିବାର ଇଚ୍ଛା କେବେ ପୂରା ହୁଏ । ତେବେ, ଆସନ୍ତୁ ଜାଣିବା କ’ଣ କଲେ ଆପଣ ସହଜରେ ସକାଳୁ ଉଠିପାରିବେ ।

• ଯଦି ଆପଣ ଆଲାର୍ମ ଦେଉଛନ୍ତି ତେବେ ମୁଣ୍ଡ ପାଖରେ ରଖନ୍ତୁ ନାହିଁ । ହାତ ନପାଉଥିବା ସ୍ଥାନରେ ରଖନ୍ତୁ । ଯେପରି ଆଲାର୍ମ ବନ୍ଦ କରିବାକୁ ଆପଣଙ୍କୁ ଉଠିବାକୁ ହେବ। ଲାଉଡ୍ ସାଉଣ୍ଡ୍ ଦିଅନ୍ତୁ ।

• ଆଲାର୍ମ ଘଣ୍ଟା ପାଖରେ ସକାଳେ କରିବାକୁ ଥିବା କାମ ସଂପର୍କିତ କିଛି ଜିନିଷ ରଖନ୍ତୁ । ଯେପରି ଆପଣଙ୍କୁ ମନେ ପଡ଼ିଯିବ ଯେ ଆପଣଙ୍କର ଏହି କାମ କରିବାର ଅଛି ଆଉ ନିଦ ଭାଙ୍ଗିଯିବ ।

• ରାତିରେ ଖୁବ୍ ବେଶୀ ପାଣି ପିଇକି ଶୁଅନ୍ତୁ । ସକାଳୁ ସକାଳୁ ଜୋର୍ ପରିଶ୍ରା ଲାଗିଲେ ବି ନିଦ ଭାଙ୍ଗିଯିବ ।

• ଏବେ ମୋବାଇଲରେ ଏକ ଆପଲିକେସନ୍ ବି ଉପଲବ୍ଧ । ସେହି ଆପଲିକେସନ୍ ମୁତାବକ ଆପଣ ଚାହିଁକରି ବି ତୁରନ୍ତ ଆଲାର୍ମ ବନ୍ଦ କରିପାରିବେ ନାହିଁ । ଆଲାର୍ମ ବନ୍ଦ କରିବାକୁ ଚେଷ୍ଟା କଲେ ଆପଣଙ୍କ ସାମ୍ନାରେ ୨-୩ଟି ଷ୍ଟେପର ଗଣିତ କରିବାକୁ ହେବ। ସେ ଷ୍ଟେପ୍ ଆପଣ ସ୍କିପ୍ କରିପାରିବେ ନାହିଁ । ଫଳରେ ଆଲାର୍ମ ବନ୍ଦ ହେବା ଭିତରେ ଆପଣଙ୍କ ନିଦ ଭାଙ୍ଗି ସାରିଥିବ ।