ସାବଧାନ ! ଖାଇବା ପରେ କରନ୍ତୁ ନାହିଁ ଏହି ୫ଟି ଭୁଲ୍

47

ସାଧାରଣତଃ ଆମେ ଆମର ବ୍ୟସ୍ତବହୁଳ ଜୀବନରେ ଖାଇବା ପରେ ପରେ ଏପରି କିଛି କାର୍ଯ୍ୟକୁ କରି ବସିଥାଉ, ଯାହାକି ଆମ ଶରୀର ପାଇଁ କାଳ ହୋଇଥାଏ । ତେବେ ଆଜି ଆମେ ଆପଣଙ୍କୁ ଖାଇବା ପରେ କେଉଁ କେଉଁ କାର୍ଯ୍ୟ କରିବାଟା ଅନୁଚିତ ଅଟେ, ସେହି ବିଷୟରେ ଜଣାଇବୁ । ଆସନ୍ତୁ ଜାଣିବା ଖାଇବା ପରେ କେଉଁସବୁ କାର୍ଯ୍ୟ କରିବା ଅନୁଚିତ ।

ଖାଇବା ପରେ ସିଗାରେଟ୍ ପିଅନ୍ତୁ ନାହିଁ

କାହିଁକିନା ସିଗାରେଟ୍ରେ ଅଧିକ ମାତ୍ରାରେ ନିକୋଟିନ୍ ରହିଥିବା ଯୋଗୁଁ , ଏହା ଆମ ଶରୀରର ଲଙ୍ଗ୍ସ ଏବଂ ଡ଼ାଇଜେଷ୍ଟିଭ୍ ସିଷ୍ଟମକୁ ଖରାପ କରିବାର ଆଶଙ୍କାକୁ ବଢ଼ାଇଥାଏ । ତେଣୁ ଆପଣ ଖାଇବା ପରେ ସିଗାରେଟ୍ ଟାଣନ୍ତୁ ନାହିଁ । ଆଉ ଯଦି ଆପଣ ଏହାକୁ ନ କରନ୍ତି ତ, ତେବେ ଏହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ସମସ୍ୟା ନେଇଆସେ ।

ଖାଇବା ପରେ ସ୍ନାନ କରନ୍ତୁ ନାହିଁ

ଖାଇ ସାରିବା ପରେ ବ୍ୟକ୍ତିର ହଜମ ପ୍ରକ୍ରିୟା ଆରମ୍ଭ ହୋଇଥାଏ । ଯଦି ଆମେ ଖାଇସାରିବା ପରେ ଥଣ୍ଡା ପାଣିରେ ଗାଧେଇଥାଉ ତ, ତେବେ ଏହା ଆମ ସ୍ୱାସ୍ଥ୍ୟ ପାଇଁ ବିଭିନ୍ନ ପ୍ରକାର ରୋଗକୁ ଡ଼ାକିଆଣିଥାଏ । ଯଦି ଆପଣଙ୍କର ଏହି ଅଭ୍ୟାସଟି ରହିଅଛି, ତେବେ ଆପଣ ଖାଇବାର ଅଧଘଣ୍ଟାଏ ପରେ କେବଳ ଉଷୁମ ପାଣିରେ ଗାଧାନ୍ତୁ । ଏହାଦ୍ୱାରା ଆପଣ ବିଭିନ୍ନ ରୋଗରୁ ଦୂରେଇ ରହିବେ ।

ଯଦି ଆପଣଙ୍କର ଖାଇସାରିବା ପରେ ଚା’ ପିଅନ୍ତୁ ନାହିଁ

ଯଦି ଆପଣଙ୍କର ଖାଇସାରିବା ପରେ ଚା’ ପିଇବାର ଅଭ୍ୟାସଟି ଅଛି ତ,ତେବେ ଆପଣ ଏହି ଅଭ୍ୟାସକୁ କମାଇଦିଅନ୍ତୁ । ନହେଲେ ଆପଣ ଅସୁସ୍ଥ ହୋଇପାରନ୍ତି । କାରଣ ଆମେ ଖାଇଲା ବେଳେ ଆମକୁ ଅଧିକ ମାତ୍ରାରେ ନ୍ୟୁଟ୍ରିସନ୍ ଓ ମିନେରାଲ୍ସ ମିଳିଥାଏ । ହେଲେ ଚା’ ପିଇଲେ ଏହା ଅବ୍ଜର୍ଭ ହୋଇଯାଏ । ଯେଉଁ କାରଣକୁ ନେଇ ଆମ ଶରୀରକୁ ବିଭିନ୍ନ ପ୍ରକାରର ରୋଗସବୁ ମାଡ଼ିବସେ ।

ଓଭର୍ ଇଟିଙ୍ଗ୍ କରନ୍ତୁ ନାହିଁ

ଯଦି ଆପଣ ଓଭର୍ ଇଟିଙ୍ଗ୍ କରୁଛନ୍ତି ଅର୍ଥାତ୍ ଆପଣ ପ୍ରତି ଅଧ ଘଣ୍ଟାରେ କିମ୍ବା ଘଣ୍ଟାରେ ଖାଉଛନ୍ତି,ତେବେ ଆପଣ ଏହି ଅଭ୍ୟାସରୁ ଦୂରେଇ ରୁହନ୍ତୁ । ଏହା ନକଲେ ଆପଣ ବିଭିନ୍ନ ପ୍ରକାରର ରୋଗରେ ପଡ଼ିପାରନ୍ତି। ଏଥିପାଇଁ ଆପଣ ୨ଟି ମିଲ୍ ଭିତରେ ଯଥେଷ୍ଟ ଅନ୍ତର ରଖନ୍ତୁ । ଏହାଦ୍ୱାରା ଆପଣ ନିରୋଗୀ ହୋଇପାରିବେ ।

କୌଣସି ଜିନିଷ ଖାଇ ସାରି ଥଣ୍ଡାପାଣିକୁ ପିଅନ୍ତୁ ନାହିଁ

କୌଣସି ଜିନିଷ ଖାଇ ସାରି ଥଣ୍ଡାପାଣିକୁ ପିଅନ୍ତୁ ନାହିଁ, କାହିଁକିନା ଥଣ୍ଡାପାଣି ପିଇବା ଫଳରେ ବ୍ୟକ୍ତିର ଖାଦ୍ୟ ହଜମ ହୋଇନଥାଏ । ଏହା ଦେହ ଖରାପ କରିଥାଏ । ଆପଣଙ୍କୁ ଯଦି ବ୍ୟାୟାମ କରିବାର ଅଭ୍ୟାସ ରହିଛି,ତେବେ ଆପଣ ଏହାକୁ ଖାଦ୍ୟ ଖାଇବାର ଘଣ୍ଟେ ପରେ କରନ୍ତୁ।