ଜାଣନ୍ତୁ ୫ଟି ଉପକାରୀ ତୈଳ ବିଷୟରେ : ଯାହା ମୁଣ୍ଡ ବିନ୍ଧାରେ ଔଷଧ ଭଳି କାମ କରିଥାଏ

98

ବିଶ୍ୱର ପ୍ରାୟ ୫୦ ପ୍ରତିଶତ ଲୋକ ଗୋଟିଏ ପ୍ରକାର ମୁଣ୍ଡ ବିନ୍ଧା ରୋଗରେ ପୀଡ଼ିତ ହୋଇଥାନ୍ତି । ବିଶେଷ କରି ପୁରୁଷଙ୍କ ଅପେକ୍ଷା ମହିଳା ମାନେ ଏଥିରେ ଅଧିକ ପୀଡ଼ିତ ହୋଇଥାନ୍ତି । ମୁଣ୍ଡବିନ୍ଧା ମାଇଗ୍ରେନ,ଷ୍ଟ୍ରେସ ଏବଂ ଟେନସନ ବ୍ୟତୀତ ଅନ୍ୟ କେତେକ କାରଣରୁ ମଧ୍ୟ ହୋଇଥାଏ । ଏଗୁଡ଼ିକ କେବଳ କଷ୍ଟଦାୟକ ନୁହଁନ୍ତି ବରଂ ଅସହ୍ୟ ମଧ୍ୟ । ତେଣୁ ପ୍ରାୟ ଲୋକ ମୁଣ୍ଡ ବିନ୍ଧା ଔଷଧ ଖାଇଥାନ୍ତି । କିନ୍ତୁ ଏ ସବୁରୁ ରକ୍ଷା ପାଇବା ପାଇଁ କିଛି ତୈଳ ମଧ୍ୟ ରହିଛି । ଆସନ୍ତୁ ଜାଣିବା ଏହି ଉପକାରୀ ତୈଳ ବିଷୟରେ ।

ଲାଭେଣ୍ଡର ତୈଳ- ବ୍ୟାପକ ରୂପରେ ଜଣାଶୁଣା ଲାଭେଣ୍ଡର ତୈଳ ଚିନ୍ତା ଏବଂ ଅନିଦ୍ରା ଭଳି ଲକ୍ଷଣ ଉପରେ ଏକ ଶାନ୍ତ ପ୍ରଭାବ ପକାଇଥାଏ । ୨୦୧୨ରେ ଇରାନରେ ମଶହଦ ୟୁନିଭର୍ସିଟି ଅଫ ମେଡିକଲ ସାଇନସର ୫୦ ପ୍ରତିଶତ ପ୍ରତିଯୋଗୀଙ୍କୁ ନେଇ ଏକ ଅଧ୍ୟୟନ କରାଯାଇଥିଲା । ଯେଉଁଥିରେ ୧୨୯ ଜଣଙ୍କ ମଧ୍ୟରୁ ୯୨ ଜଣ ସକରାତ୍ମକ ଉତ୍ତର ଦେଇଥିଲେଯେ, ଲାଭେଣ୍ଡର ଦ୍ୱାରା ମୁଣ୍ଡ ବିନ୍ଧା ଭଲ ହୋଇପାରେ । ତେଣୁ ମୁଣ୍ଡ ବିନ୍ଧା ସମୟରେ ଏହାକୁ ବ୍ୟବହାର କରାଯାଇ ପାରିବ ।

ରୋଜମରୀ ତୈଳ – ଏହି ତୈଳକୁ ପାରମ୍ପରିକ ଭାବରେ ମୁଣ୍ଡ ବିନ୍ଧା ପାଇଁ ବ୍ୟବହାର କରାଯାଇଥାଏ । ଲାଭେଣ୍ଡର ତୈଳ ଭଳି ଏହା ମଧ୍ୟ ଶାନ୍ତ ପ୍ରଭାବ ପକାଇଥାଏ । ଯାହା ଚିନ୍ତାଜନକ ମୁଣ୍ଡ ବିନ୍ଧାରୁ ରକ୍ଷା କରିଥାଏ । ଏହା ପେଟ ସମସ୍ୟା ଓ ପାଚନ ପ୍ରକ୍ରିୟାକୁ ମଧ୍ୟ ଠିକ କରିଥାଏ । ୨୦୧୩ରେ ପ୍ରକାଶିତ ଏକ ଅଧ୍ୟୟନ ଦ୍ୱାରା ଜଣାଗଲାଯେ ରୋଜମରୀ ତୈଳ ଅନିଦ୍ରା ଏବଂ ମୁଣ୍ଡ ବିନ୍ଧା ଭଳି ସମସ୍ୟାରୁ ମୁକ୍ତି ଦେଇଥାଏ । ଏହି ତୈଳକୁ ନଡ଼ିଆ ଏବଂ ଅଲିଭ ଆଦି ତୈଳ ସହିତ ମଥା ଏବଂ ବେକ ପଛପଟେ ବ୍ୟବହାର କରାଯାଇ ପାରିବ ।

ୟୁକାଲିପଟାସ ତୈଳ – ଏହାକୁ ସାଇନସରେ ହେଉଥିବା ମୁଣ୍ଡ ବିନ୍ଧାରେ ବ୍ୟବହାର କରାଯାଇ ପାରିବ । ଏହା ଶରୀରରୁ ବିଷାକ୍ତ ପଦାର୍ଥକୁ ବାହାର କରିଥାଏ । ଥଣ୍ଡା ସମୟରେ ନାକ ବନ୍ଦ ହୋଇ ଯାଇଥିଲେ,ଏହା ଏକ ଔଷଧ ଭଳି କାମ କରିଥାଏ । ୨୦୧୩ରେ କୋରିଆରେ ହୋଇଥିବା ଏକ ଅଧ୍ୟୟନରୁ ଜଣା ପଡ଼ିଥିଲାଯେ ଏହି ତୈଳକୁ ବ୍ୟବହାର କରିବା ଦ୍ୱାରା ମୁଣ୍ଡ ବିନ୍ଧା କମ ହେବା ସହିତ ରକ୍ତଚାପ ମଧ୍ୟ କମ ହୋଇଥାଏ । ଏହା ଆବେଗପ୍ରବଣ ସ୍ଥିରତାକୁ ବଢାଇଥାଏ ଏବଂ କ୍ରୋଧକୁ ମଧ୍ୟ ନିୟନ୍ତ୍ରଣ କରିଥାଏ । ତେଣୁ ଚିନ୍ତାରେ ରହିଥିବା ସମୟରେ ୟୁକାଲିପଟାସ ତୈଳକୁ ବ୍ୟବହାର କରିବା ସ୍ୱାସ୍ଥ୍ୟକର ହୋଇଥାଏ ।

ପିପରମେଂଟ ତୈଳ – ଏହି ତୈଳ ଏକ ଶୀତଳ ଅନୁଭବ ଦେଇଥାଏ ଏବଂ ମୁଣ୍ଡ ବିନ୍ଧାରେ ବ୍ୟବହାର କରିବା ଦ୍ୱାରା ରକ୍ତ ସଂଚାଳନକୁ ଠିକ କରିବା ସହିତ ମାଂସପେଶୀ ସଙ୍କୋଚନକୁ ନିୟନ୍ତ୍ରଣ କରିଥାଏ । ଅଧ୍ୟୟନରୁ ଜଣାଗଲାଯେ ଏହି ଜଡ଼ିବୁଟୀକୁ ୧୦୦୦ ବର୍ଷ ପୂର୍ବରୁ ବ୍ୟବହାର କରାଯାଉଛି । ଏହା ଏକ ପେନ କିଲର ଭଳି କାମ କରିଥାଏ । ଏହା ଏକ ସହଜ ବ୍ୟବହାର ଯୋଗ୍ୟ ତୈଳ ଏବଂ କମ୍ ଦାମ୍ ର ମଧ୍ୟ । ତେବେ ଶୋଇବା ପୂର୍ବରୁ ଏହାକୁ ବ୍ୟବହାର କରିବା ଅନୁଚିତ ।

(ସୌଜନ୍ୟ- ଟାଇମ୍ସ ଅଫ୍ ଇଣ୍ଡିଆ)