ଗ୍ୟାସ ହେବାର ୪ଟି କାରଣ , ଏହି ୫ଟି ଜିନିଷ ବିଲକୁଲ ଖା’ନ୍ତୁ ନାହିଁ ।

86

ଆପଣ ଗ୍ୟାସ ସମସ୍ୟା ନେଇ ଚିନ୍ତିତ ଅଛନ୍ତି କି? ଦୈନିନ୍ଦିନର ବ୍ୟସ୍ତ ଜୀବନ ଭିତରେ ଏହା ଆପଣଙ୍କୁ ଅସୁବିଧାରେ ପକାଉଛି କି? ତାହେଲେ ଆପଣଙ୍କ ପାଇଁ ଏହି ଖବର ଜାଣିବା ନିହାତି ଆବଶ୍ୟକ । କେଉଁ କାରଣରୁ ଗ୍ୟାସ୍ ହୋଇଥାଏ ଓ ଏଥିରୁ ଆପଣ କିଭଳି ବର୍ତ୍ତବେ ।

ଗ୍ରେଟର କୈଳାଶ ହସ୍ପିଟାଲ ମୁଖ୍ୟ କ୍ଲିନିକାଲ୍ ଡାଏଟିସିଆନ ଡା. ବିନିତା ଜୟସବାଲ ଗ୍ୟାଷ୍ଟ୍ରିକ ଭଳି ସମସ୍ୟା ବିରୁଦ୍ଧରେ ୪ଟିି ତଥ୍ୟ ପ୍ରଦାନ କରିବା ସହ କ’ଣ ଖାଇବା ଦ୍ୱାରା ଏଭଳି ସମସ୍ୟାର ସମ୍ମୁଖୀନ ହେବାକୁ ପଡେ ଏହା ମଧ୍ୟ ଏଠାରେ ଦର୍ଶାଇଛନ୍ତି ।

କେଉଁ କାରଣରୁ ହୋଇଥାଏ ଗ୍ୟାସ ଭଳି ସମସ୍ୟା ? 

ଡା. ବିନିତା ଜୟସବାଲଙ୍କ କହିବାନୁସାରେ ପେଟରେ ହଜମକ୍ରିୟାକୁ ଠିକ୍ ରଖିବା ଏନ୍ଜାଇମ କ୍ଷରଣ କମ୍ ହେବା ଦ୍ୱାରା ଗ୍ୟାସ ଭଳି ଅସୁବିଧା ବଢିବାରେ ଲାଗେ । ଏହି ସମସ୍ୟା ଲଗାତାର ବଦହଜମୀ ଯୋଗୁଁ ବଢିବାରେ ଲାଗିଥାଏ । ଏହାଛଡା ମସଲାଯୁକ୍ତ ଖାଦ୍ୟ କିମ୍ବା ମେଦ ବହୁଳ ଜନିତ ଖାଦ୍ୟ ଯେମିତିକି ଶିଙ୍ଗଡା,କଚୋଡି ଜନିତ ଖାଦ୍ୟ ଖାଇଲେ ମଧ୍ୟ ଏହି ଗ୍ୟାସ ସମସ୍ୟା ବଢିବାରେ ଲାଗେ ।

 • ଅଖାଦ୍ୟ ଖାଦ୍ୟ ଖାଇବା ହେତୁ ଏସିଡ୍ ମାତ୍ରାଧିକ ହୋଇଥାଏ ,ଏଥିଯୋଗୁଁ ବାରମ୍ବାର ଗ୍ୟାସ ସମସ୍ୟା ଉପୁଜେ ।

• ରାତିରେ ଡେରି ରାତି ଯାଏଁ ଚାହିଁବା ଏବଂ ସକାଳେ ଡେରି ଯାଏଁ ଶୋଇବା ହେତୁ ଗ୍ୟାସ ହୋଇଥାଏ ।

• ଅତ୍ୟଧିକ ଚିନ୍ତା ଏବଂ କ୍ରୋଧ ଯୋଗୁଁ ପାଚନକ୍ରିୟାରେ ଏନ୍ଜାଇମର କ୍ଷରଣ କମ୍ ହୋଇଥାଏ , ଏହାଦ୍ୱାରା ମଧ୍ୟ ଗ୍ୟାସ ସମସ୍ୟା ବଢିଥାଏ ।

• ଲଗାତାର ଗୋଟିଏ ସ୍ଥାନରେ ବସି କାର୍ଯ୍ୟ କରିବା ଦ୍ୱାରା ହଜମକ୍ରିୟା ଯଥା ସମ୍ଭବ ନହୋଇପାରିବା କାରଣରୁ ମଧ୍ୟ ଗ୍ୟାସ ହୋଇଥାଏ ।

କେଉଁ ଜିନିଷ ଖାଇବା ଦ୍ୱାରା ଗ୍ୟାସ ଭଳି ସମସ୍ୟା ଉପୁଜେ?

• ଆଳୁରେ ଶ୍ୱେତସାର ମାତ୍ରାଧିକ ଥିବା ହେତୁ ଆଳୁ ଖାଇଲେ ଗ୍ୟାସ ହୋଇଥାଏ ।

• ଚିନାବାଦାମରେ ବହୁମାତ୍ରାରେ ସୁଗାର ରେଫିନୋଜ ଥିବା ଯୋଗୁଁ ହଜମ ହେବାକୁ ବହୁତ ସମୟ ନେଇଥାଏ, ଫଳରେ ଗ୍ୟାସ ସମସ୍ୟା ଉପୁଜେ ।

• କ୍ଷୀରରେ ଅଧିକ ମାତ୍ରାରେ ଲାକ୍ଟୋଜ (ଦୁଗ୍ଧ ଶର୍କରା)ଥାଏ , ଯାହାକି ହଜମକ୍ରିୟା ଲାଗି ବହୁତ ସମୟ ନିଏ । ତେଣୁ ଗ୍ୟାସ ହୋଇଥାଏ ।

• ଫୁଲକୋବି ଓ ବନ୍ଧାକୋବିରେ ରେଫିନୋଜ ଅଧିକ ଥିବା ହେତୁ ଏହା ହଜମ ହେବା ଲାଗି ଅଧିକ ସମୟ ନିଏ । ତେଣୁ ଏହାଦ୍ୱାରା ମଧ୍ୟ ଗ୍ୟାସ ହୋଇଥାଏ ।

• ସେଓରେ ସୋର୍ବିଟୋଲ ମାତ୍ରା ଅଧିକ ଥାଏ ଯାହା ଶରୀରରେ ମିଶିବା ଲାଗି ସମୟ ଲାଗେ, ତେଣୁ ଏହାଦ୍ୱାରା ଗ୍ୟାସ ସମସ୍ୟା ଉତ୍ପନ୍ନ ହୋଇଥାଏ ।