ଖାଲି ନଖର ସୌନ୍ଦର୍ଯ୍ୟ ବଢାଇ ନଥାଏ ନେଲପଲିସ୍ ! ଜାଣନ୍ତୁ ଏହାର ୩ଟି ମୁଖ୍ୟ ବ୍ୟବହାର

59

ସାଧାରଣତଃ ଝିଅମାନେ ନେଲପଲିସର ବ୍ୟବହାର ନଖକୁ ସଜାଇବା ପାଇଁ ବ୍ୟବହାର କରିଥାନ୍ତି । କିନ୍ତୁ ଆପଣ ଜାଣିଛନ୍ତି କି ନେଲପଲିସକୁ ଖାଲିଯେ ନଖର ସୁନ୍ଦରତା ବଢାଇବା ପାଇଁ ବ୍ୟବହାର କରାଯାଇପାରିବ ତାହା ନୁହେଁ ବରଂ ଏହାକୁ ଆପଣ ଅନ୍ୟ କାମ ପାଇଁ ମଧ୍ୟ ବ୍ୟବହାର କରିପାରିବେ । ତେବେ ଆସନ୍ତୁ ଜାଣିବା ସେସଂପର୍କରେ ।

• ଯଦି ଆପଣଙ୍କ ସ୍କିନ୍ ସେନସେଟିଭ୍ ଅଟେ ଏବଂ ଆପଣଙ୍କଠାରେ ଆଂଟିଫିସିଆଲ୍ ଅଳଙ୍କାର ପିନ୍ଧିବାରେ ଆଲାର୍ଜି ଭଳି ସମସ୍ୟା ରହିଛି ତେବେ ଅଳଙ୍କାରର ଯେଉଁ ଅଂଶଟି ଆପଣଙ୍କ ଶରୀରକୁ ଟଚ୍ କରୁଛି ସେଠାରେ ଆପଣ ଟ୍ରାନ୍ସପରେଂଟ ନେଲପଲିସର ଏକ ପରସ୍ତ ଲଗାଇ ଦିଅନ୍ତୁ । ଏପରି କରିବାଦ୍ୱାରା ଆପଣଙ୍କ ଅଳଙ୍କାର ଶୀଘ୍ର ନଷ୍ଟ ନହେବା ସହିତ ଆଲର୍ଜି ସମସ୍ୟା ମଧ୍ୟ ଦୂର ହୋଇଯାଇଥାଏ ।

• ଅଧିକାଂଶ ସମୟରେ କୌଣସି କାମ କରୁଥିବା ବେଲେ ହାତ କିମ୍ବା ଅନ୍ୟ କୌଣସି ସ୍ଥାନ କଟିଯାଇ ସେଠାରୁ ରକ୍ତ ବାହାରି ଥାଏ । ତେବେ ଏପରି ପରିସ୍ଥିତିରେ ଆପଣ କଣ କରିବେ ନା କ୍ଷତ ହୋଇଥିବା ସ୍ଥାନରେ ତୁରନ୍ତ ନେଲପଲିସ୍ ଲଗାଇ ଦେଇ ପାରିବେ, ଯାହାଦ୍ୱାରା ରକ୍ତ ବାହାରିବା ବନ୍ଦ ହୋଇଯିବା ସହ ଶୀଘ୍ର ଭଲ ମଧ୍ୟ ହୋଇଯାଇଥାଏ ।

• ଯଦି ଆପଣ ନିଜ ପୁରୁଣା ଫୁଟ୍ ୱେରକୁ ନୁଆ ଲୁକ୍ ଦେବାକୁ ଚାହୁଁଛନ୍ତି ତେବେ ସ୍ୟାଣ୍ଡେଲରେ ନିଜ ମନ ପସନ୍ଦର ରଙ୍ଗର ନେଲପଲିସ୍ ଲଗାଇ ପାରିବେ । ଏହାଦ୍ୱାରା ଆପଣ ଆପଣଙ୍କୁ ସ୍ୟାଣ୍ଡେଲକୁ ଲୋକାଲ୍ ମାର୍କେଟରୁ କିଣିଥିବା ଫୁଟ୍ ୱେର ଭଳି ଡିଜାଇନର ଲୁକ୍ ଦେଇପାରିବେ ।