୩୦ ଟପିବା ପରେ ମହିଳାମାନେ ଆରମ୍ଭ କରିଦେବା ଉଚିତ ଏହି ୫ଟି କାମ !

44

ଫ୍ୟାସନ ଚକ୍କରରେ ଅଧିକାଂଶ ମହିଳା ନିଜ ସ୍ୱାସ୍ଥ୍ୟ କଥା ଭୁଲି ଯାଉଛନ୍ତି । କିନ୍ତୁ ଯେତେବେଳେ ବୟସ ବଢିବାରେ ଲାଗେ ତାର ଗଭୀର ପ୍ରଭାବ ପ୍ରାୟତଃ ସେମାନଙ୍କ ସ୍ୱାସ୍ଥ୍ୟ ଉପରେ ପଡିବା ଆରମ୍ଭ କରି ଦେଇଥାଏ । ଅର୍ଥାତ୍ ୩୦ ବର୍ଷ ବୟସ ଟପିବା ପରେ ପରେ ମହିଳାମାନଙ୍କ ସ୍ୱାସ୍ଥ୍ୟ ଉପରେ ବିଭିନ୍ନ ପ୍ରକାରର ସମସ୍ୟାମାନ ଦେଖିବାକୁ ମିଳିଥାଏ । ତେବେ ଏହି ସମୟରେ କେତୋଟି କଥା ଉପରେ ଧ୍ୟାନ ରଖିଲେ ଆପଣ ସଂପୂର୍ଣ୍ଣ ରୂପେ ସୁସ୍ଥ ରହି ପାରିବେ । ଆସନ୍ତୁ ଜାଣିବା ।

କ୍ୟାଲସିୟମ ଏବଂ ମିନେରାଲ୍ସ ହ୍ରାସ ପାଇବାକୁ ଦିଅନ୍ତୁ ନାହିଁ

ଶରୀରରେ କେବେ ହେଲେ କ୍ୟାଲସିୟମ ଏବଂ ମିନେରାଲ୍ସର ମାତ୍ରାକୁ ହ୍ରାସ ପାଇବାକୁ ଦିଅନ୍ତୁ ନାହିଁ । କାରଣ ୩୦ ଟପିବା ପରେ ଶରୀରରେ ସାଧାରଣତଃ ଅନେକ ପରିବର୍ତ୍ତନ ଦେଖାଦେଇଥାଏ । ଯେପରିକି ହଠାତ୍ ଯନ୍ତ୍ରଣା ଅନୁଭବ କରିବା, କ୍ଳାନ୍ତ ଅନୁଭବ କରିବା , ଦୁର୍ବଳ ଲାଗିବା ଭଳି ସମସ୍ୟା । ତେଣୁ ଏଥିପାଇଁ କ୍ୟାଲସିୟମ ଯୁକ୍ତ ଖାଦ୍ୟ ସେବନ କରିବା ଆପଣଙ୍କ ଶରୀର ପାଇଁ ଉପଯୁକ୍ତ ଅଟେ ।

ତ୍ୱଚା ବା ଚର୍ମ ଉପରେ ଧ୍ୟାନ ଦିଅନ୍ତୁ

ବୟସର ଏହି ସ୍ତରର ବେଶି ପ୍ରଭାବ ତ୍ୱଚା ଉପରେ ମଧ୍ୟ ଦେଖିବାକୁ ମିଳିଥାଏ । ତେବେ ଏହାକୁ ସବୁବେଳେ ଆକର୍ଷିତ ରଖିବା ପାଇଁ ପ୍ରଚୁର ମାତ୍ରାରେ ପାଣି ପିଇବା ଉଚିତ । ଯାହାଦ୍ୱାରା କି ତ୍ୱଚା ବା ଚର୍ମରେ ଚମକ ଆସିଥାଏ ।

ଓଜନ ବଢିବାକୁ ଦିଅନ୍ତୁ ନାହିଁ

ସାଧାରଣତଃ ଓଜନ ବଢିବାଦ୍ୱାରା ଶରୀରରକୁ ଅନେକ ପ୍ରକାର ରୋଗବ୍ୟାଧି ଆକ୍ରମଣ କରିଥାନ୍ତି । ଯେପରିକି ଡାଇବେଟିସ, ଆଣ୍ଠୁଗଣ୍ଠିରେ ସମସ୍ୟା ଓ ଅଂଟା ଯନ୍ତ୍ରଣା ଆଦି । ତେଣୁ ଏହି ସମୟରେ ନିଜ ଶରୀରର ଓଜନ ପ୍ରତି ଅଧିକ ଯତ୍ନବାନ ହେବା ଆବଶ୍ୟକ ।

ବ୍ୟାୟାମ କରିବା ଜରୁରୀ

ବ୍ୟାୟାମ କରିବାଦ୍ୱାରା ଶରୀର ସୁସ୍ଥ୍ୟ ରହିବା ସହ ନିୟନ୍ତ୍ରଣରେ ରହିଥାଏ । ଏହାଦ୍ୱାରା ଚେହେରା ଏବଂ ଚର୍ମ ସର୍ବଦା ଆକର୍ଷିତ ଦେଖାଦେଇଥାଏ । ଏଥିସହ ଥକାପଣ ଭଳି ସମସ୍ୟା ମଧ୍ୟ ଦୁର ହୋଇଥାଏ ।

ସମୟ ସମୟ ମଧ୍ୟରେ କରାନ୍ତୁ ସ୍ୱାସ୍ଥ୍ୟ ପରୀକ୍ଷା

ବୟସ ବଢିବା ସହିତ ଶରୀରରେ ପରିବର୍ତ୍ତନ ଦେଖା ଯିବା ସହ ବିଭିନ୍ନ ସମସ୍ୟାମାନ ଦେଖାଦେଇଥାଏ । ଯାହାକୁ ଅଣଦେଖା କରିବା ଆଦୌ ଉଚିତ ନୁହେଁ । ତେଣୁ ଏଥିପାଇଁ ଜରୁରୀ ଅଟେ କି ସବୁବେଳେ ସ୍ୱାସ୍ଥ୍ୟ ପରୀକ୍ଷା କରିବା ।