ଗ୍ରୀଷ୍ମ ଋତୁରେ କିଭଳି ନେବେ କେଶର ଯତ୍ନ ? ମନେ ରଖନ୍ତୁ ୧୦ଟି କଥା

58

ସାରା ବିଶ୍ୱରେ ଏବେ ଗ୍ରୀଷ୍ମ ପ୍ରଭାବ ଜାରି । ଆଉ ଏହି ସମୟ କିଭଳି ଆପଣ ଆପଣଙ୍କ କେଶର ଖାସ ଯତ୍ନ ନେବେ ସେ ବିଷୟରେ ଆଜି ଆମେ କିଛି ୧୦ଟି ଟିପ୍ସ ଦେବାକୁ ଯାଉଛୁ । ତେବେ ସେଗୁଡିକୁ ଆସନ୍ତୁ ଜାଣିବା ।

• ସପ୍ତାହରେ ଥରେ ହେଲେ ବି କେଶରେ ତେଲ ଲଗାନ୍ତୁ । ଏବଂ ତାକୁ ବେଣୀ କରି ଛାଡି ଦିଅନ୍ତୁ । ଏହା ଦ୍ୱାରା କେଶ ବଢି ଥାଏ ଏବଂ ସୁସ୍ଥ ରହିଥାଏ ।

• ଯେତେବେଳେ ସଂଧ୍ୟା ସମୟରେ ଫ୍ରି ରହୁଛନ୍ତି ସେତେବେଳେ ନିଶ୍ଚିତ ଭାବରେ କେଶକୁ ଭଲଭାବରେ ଗୁଣ୍ଡାଇ ତାକୁ ବାନ୍ଦି ଦିଅନ୍ତୁ ।

• ଏହି ସମୟରେ ବିଶେଷ କରି କେଶରେ ହେୟାର ଡ୍ରାୟର ଆଦିର ପ୍ରୟୋଗ ନ କରିବା ଉଚିତ୍ । ଏହାଦ୍ୱାରା କେଶ ଅଧିକ ଶୁଷ୍କ ହେବା ସହ ଝଡିଥାଏ ।

• ଯେତେବେଳେ ଆପଣ ବାହାରକୁ ଯାଉଛନ୍ତି ସେତେବେଳେ କେଶକୁ କୌଣସି କପଡାରେ ଢାଙ୍କି ଯାଆନ୍ତୁ । କାରଣ ଖରାର ସିଧାସଳଖ ପ୍ରଭାବ କେଶ ଉପରେ ହିଁ ବେଶୀ ପଡିଥାଏ ।

• କେଶକୁ ସଫା କରିବାର ପାଖାପାଖି ଏକ ଘଂଟା ପୂର୍ବରୁ ସେଥିରେ ତେଲ ମାଲିସ କରାନ୍ତୁ । ଏବଂ ତାପରେ ଯାଇ କେଶକୁ ସଫା କରନ୍ତୁ । ଏହାଛଡା ପ୍ରତିଦିନ କେଶ ଧୁଅନ୍ତୁ ନାହିଁ । ଏପରି କରିବା ଦ୍ୱାରା କେଶରେ ଥିବା ପ୍ରାକୃତିକ ପୋଷଣ ନଷ୍ଟ ହୋଇଥାଏ ଏବଂ କେଶ ରୁକ୍ଷ୍ୟ ଦେଖାଯାଇଥାଏ ।

• ଯଦି ଆପଣ କେଶକୁ କଲର୍ କରୁଛନ୍ତି ତେବେ ଆମୋନିୟା ମୁକ୍ତ ଥିବା ହେୟାର କଲର୍ ବ୍ୟବହାର କରନ୍ତୁ । ଏହା କେଶକୁ ପୋଷଣ ଦେବା ସହ ରକ୍ଷା ମଧ୍ୟ କରିଥାଏ ।

• ଯଦି ଆପଣ ସମୁଦ୍ରରେ ଗାଧେଇବାକୁ ଯାଉଛନ୍ତି ତେବେ ବାହାରେ ଆସି ଏହାକୁ ପୁଣି ଥରେ ଭଲ ପାଣିରେ ଧୋଇ ସଫା କରି ଦିଅନ୍ତୁ ।

• କେଶ କୁଣ୍ଡାଇବା ସମୟରେ ବ୍ୟବହାର କରୁଥିବା ହେୟାର ବ୍ରସ୍ ବଦଳରେ ବଡ ତଥା ଚଉଡା ଦାନ୍ତ ଥିବା ପାନିଆ ବ୍ୟବହାର କରିବା ଉଚିତ ।

• ଓଦା କେଶକୁ କୁଣ୍ଡାନ୍ତୁ ନାହିଁ । ଏହାଦ୍ୱାରା କେଶ ଅଧିକ ଝଡି ଥାଏ ।

• ପାଣିପାଗକୁ ଦୃଷ୍ଟିରେ ରଖି କେଶରେ ସାଧାରଣତଃ ତେଲ ବଦଳରେ ହେୟାର ସେରମ୍ ଲଗାଇବା ଅଧିକ ଫଳପ୍ରଦ ହୋଇଥାଏ ।