ତ୍ୱଚାର ଚମକ ବଢାଇଥାଏ ଦହି ! ଜାଣନ୍ତୁ କିପରି

75

ଦହିକୁ ସାଧାରଣତଃ ସରବତ ଭାବରେ ବ୍ୟବହାର କରାଯାଏ । ମାତ୍ର କେବଳ ଯେ ଏହା ପାଟିର ସ୍ୱାଦ ପାଇଁ ବ୍ୟବହାର କରାଯାଇଥାଏ ତାହା ନୁହେଁ ଏହାର ମଧ୍ୟ ଅନେକ ଉପକାରୀ ଗୁଣ ରହିଛି । ଯାହା ଆପଣଙ୍କ ଶରୀରର ବିଭିନ୍ନ ସମସ୍ୟା ଦୂର କରିବା ସହ ଆପଣଙ୍କ ମୁହଁର ମଧ୍ୟ ସୌନ୍ଦର୍ଯ୍ୟ ବଢାଇଥାଏ । ତେବେ ଆଜି ଆମେ ଜଣାଇବୁ ଦହିର କିଛି ଉପକାରୀ ଗୁଣ ସଂପର୍କରେ ଯାହାକୁ ନିୟମିତ ଭାବରେ ବ୍ୟବହାର କଲେ ଆପଣ ଏହାର ଲାଭ ପାଇପାରିବେ ।

• ଦହିରେ ଗାଜର, କାକୁଡି, ଅମୃତଭଣ୍ଡା ରସ ମିଶ୍ରଣ କରି ନିୟମିତ ତ୍ୱଚାରେ ଲଗାନ୍ତୁ । ଶୀତଦିନେ ଏହି ମିଶ୍ରଣ ତ୍ୱଚା ପାଇଁ ଭଲ । ଏହା ତ୍ୱଚାକୁ ଉଜ୍ଜଳ କରାଏ ।

• ମୁହଁ, ହାତ ଓ ଗଳାରେ ଲେମ୍ବୁ ରସ ସହ ଦହି ମିଶ୍ରଣ କରି ଲଗାଇବା ଦ୍ୱାରା ମୃତ କୋଷିକା ବାହାରିଯିବା ସହ ତ୍ୱଚାର ଚମକ ବଢିଥାଏ ।

• ଆଖି ତଳ କଳା ଦାଗ ଦୂର ପାଇଁ ଦହିରେ ବେସନ ମିଶାଇ ରାତିରେ ଶୋଇବା ପୂର୍ବରୁ ଲଗାନ୍ତୁ । ପାଖାପାଖି ଅଧ ଘଂଟା ଏହାକୁ ରଖିବା ପରେ ଏହାକୁ ଥଣ୍ଡା ପାଣିରେ ଭଲଭାବରେ ସଫା କରି ଦିଅନ୍ତୁ । ଏହାକୁ ସପ୍ତାହରେ ୩-୪ ଥର ବ୍ୟବହାର କରିବାଦ୍ୱାରା ଆଖି ତଳେ ଦେଖା ଯାଉଥିବା କଳା ଦାଗ ଭଳି ସମସ୍ୟା ସବୁଦିନ ପାଇଁ ଦୂର ହୋଇଥାଏ । ଏଥିସହ ବୟସ ରେଖା ଜନିତ ସମସ୍ୟା ମଧ୍ୟ ଦୂର ହୋଇଥାଏ ।

• ମୁହଁରେ ହେଉଥିବା ବ୍ରଣ ସମସ୍ୟାରୁ ମଧ୍ୟ ରକ୍ଷା କରିଥାଏ ଦହି । ଏଥିପାଇଁ ସପ୍ତାହରେ ୨-୩ ଥର ଦହିକୁ ମୁହଁରେ ଧୀରେ ଧୀରେ ମାଲିସ କରିବାଦ୍ୱାରା ଏହି ସମସ୍ୟା ଚାଲିଯାଇ ଥାଏ ।

• ନଖ ଓ କେଶ ପାଇଁ ମଧ୍ୟ ଦହି ଉପକାରୀ । ଏହାକୁ ନିୟମିତ ଭାବରେ ବ୍ୟବହାର କରିବାଦ୍ୱାରା କେଶ ଜନିତ ବିଭିନ୍ନ ସମସ୍ୟା ଦୂର କରିବା ସହ ନିଖକୁ ମଧ୍ୟ କୋମଳ କରିଥାଏ ।