ବ୍ରେନ ଟ୍ୟୁମର ହୋଇଥିଲେ ଶରୀରରେ ଦେଖାଦେଇଥାଏ ୨ ପ୍ରକାରର ଲକ୍ଷଣ । ହୋଇଯାଆନ୍ତୁ ସାବଧାନ, ନଚେତ ଚାଲିଯାଇପାରେ ଜୀବନ

ଟିକିଏ କାମ କଲେ ଥକା ଲାଗିବା ବ୍ରେନ୍ ଟ୍ୟୁମରର ଲକ୍ଷଣ

648

ଏଥିରେ କୌଣସି ସନ୍ଦେହ ନାହିଁ କି, ଆଜିର ଦିନରେ ମଣିଷ ଅନେକ ଭୟଙ୍କର ରୋଗ ବେମାରୀ ଭିତରେ ଘେରି ହୋଇ ରହିଛି । କିଏ କ୍ୟାନସର ଭଳି ରୋଗରେ କଲବଲ ହେଉଛି ତ ପୁଣି କିଏ ବ୍ଲକ କ୍ୟାନସର ଭଳି ରୋଗରେ । ସେହିପରି କାହାକୁ ବ୍ରେନ ଟ୍ୟୁମର ସେଲାଣି ତ ପୁଣି କିଏ ଗମ୍ଭୀର ରୋଗରେ ଆକ୍ରାନ୍ତ ହେଉଛନ୍ତି । ଯାହାଠାରୁ ବର୍ତ୍ତିବା ଏତେ ସହଜ କଥା ନୁହେଁ । ଯେତେବେଳେ କୌଣସି ବ୍ୟକ୍ତି ବ୍ରେନ ଟ୍ୟୁମର ଭଳି ଭୟଙ୍କର ରୋଗରେ ଅସେ ବହୁତ ଲାଚାର ଅନୁଭବ କରିଥାଏ ।

ବ୍ରେନ ଟ୍ୟୁମର କାରଣରୁ ମଣିଷର ଚିନ୍ତା ଶକ୍ତି ଏବଂ ବୁଝିବା କ୍ଷମତା ହ୍ରାସ ପାଇଯାଇଥାଏ । ବ୍ରେନ ଟ୍ୟୁମର କାରଣରୁ ବ୍ୟକ୍ତିଙ୍କର ମସ୍ତିଷ୍କ ଧିରେ ଧିରେ ଦୁର୍ବଳ ହୋଇପଡେ । ଯଦି କୌଣସି ବ୍ୟକ୍ତିଙ୍କୁ ବ୍ରେନ ଟ୍ୟୁମର ଭଳି ମାରତ୍ମକ ରୋଗ ହୋଇଛି ତେବେ ବହୁ ପୂର୍ବରୁ ବି ଏହା ଜଣାପଡିଯାଇଥାଏ ।

ତେବେ ପ୍ରତ୍ୟେକ ରୋଗର ଅଲଗା ଅଲଗା ଲକ୍ଷଣ ଦେଖାଦେଇଥାଏ । ଅର୍ଥାତ୍ ଯଦି ଆମେ ସିଧା ଶଦ୍ଦରେ କହିବା ତେବେ ଯେତେବେଳେ ଜଣେ ବ୍ୟକ୍ତି କୌଣସି ରୋଗରେ ଶିକାର ହୋଇଥାଏ, ସେତେବେଳେ ତାର ଲକ୍ଷଣ ପୂର୍ବରୁ ହିଁ ଦେଖାଦେଇଥାଏ । ଅଧିକାଂଶ ସମୟରେ ତ ଏହି ସବୁ ସଂକେତ ଏବଂ ଲକ୍ଷଣ ପୂର୍ବରୁ ହିଁ ଦେଖାଦେଇଥାଏ । ଅଧିକାଂଶ ସମୟରେ ଲୋକେ ଏହି ଲକ୍ଷଣକୁ ଅଣଦେଖା କରିପକାନ୍ତି , ଯାହାଦ୍ୱାରା ତାଙ୍କର ଜୀବନ ପ୍ରତି ବିପଦ ଆସିପାରେ । ତେବେ ଆସନ୍ତୁ ଜାଣିବା ଏହାର କିଛି ପୂର୍ବ ଲକ୍ଷମ ସଂପର୍କରେ…

ଦିନକୁ ଦିନ ଅବନତି ଆଡକୁ ଗତି କରୁଛି ମଣିଷର ଶରୀର । ଆଉ ଏହି କାରଣରୁ ହିଁ ମଣିଷ ଟିକିଏ କାମ କରିବା କ୍ଷଣି ହିଁ ଥକି ପଡୁଛି । ଏହାଛଡା କିଛି ଲୋକ ତ ଛୋଟ ଛୋଟ କଥାକୁ ନେଇ ବହୁତ ଟେନସନ ବି ହୋଇଯାଆନ୍ତି । ଯେଉଁ କାରଣରୁ ବ୍ୟକ୍ତିଙ୍କଠାରେ ମୁଣ୍ଡ ବିନ୍ଧା ଭଳି ସମସ୍ୟା ଦେଖାଦେଇଥାଏ । କିନ୍ତୁ ଯଦି ଆପଣ ସୁସ୍ଥ୍ୟ ଅଛନ୍ତି ଏବଂ କୌଣସି ବି କଥାକୁ ନେଇ ଚିନ୍ତିତ ନାହାଁନ୍ତି ଏବଂ ଆପଣଙ୍କ ଉପରେ କାମର କୌଣସି ଚାପ ନାହିଁ । ଆଉ ଏହା ସତ୍ୱେ ବି ଆପଣଙ୍କର ମୁଣ୍ଡ ସବୁବେଳେ ବିନ୍ଧା ହେଉଛି ତେବେ ଏହି ଲକ୍ଷଣ ବ୍ରେନ ଟ୍ୟୁମରର ବି ହୋଇପାରେ । କାରଣ ବିନା କରାଣରେ ସବୁବେଳେ ମୁଣ୍ଡରେ ଯନ୍ତ୍ରଣା ହେବା ଦ୍ୱାରା ସ୍ୱାସ୍ଥ୍ୟ ପାଇଁ ଉଚିତ ନୁହେଁ ।

ଆଜିର ଦିନରେ ମଣିଷ ଅନେକ ଖରାପ ଜିନିଷ ସେବନ କରୁଛନ୍ତି । ଯେଉଁ କାରଣରୁ ମଣିଷକୁ ଉଚିତ ମାତ୍ରାରେ ପୈଷ୍ଟିକ ତତ୍ୱ ମିଳିନଥାଏ । ତେଣୁ ଶରୀରକୁ ପୋଷକ ତତ୍ୱ ନମିଳିବା କାରଣରୁ ଶରୀର ଦୁର୍ବଳ ହୋଇଯାଇଥାଏ । ଯଦି ଆପଣ ପୂରା ପୁରି ଠିକ୍ ଅଛନ୍ତି ଆଉ ତା ପରେ ବି ଆପଣ ଟିକେ କାମ କରିଦେଲେ ଥକାପଣ ଅନୁଭବ କରୁଛନ୍ତି ତେବେ ଏହା ବ୍ରେନ ଟ୍ୟୁମରର ସଂକେତ ବି ହୋଇପାରେ ।