ଅବସର ମୁହୂର୍ତ୍ତକୁ ରଙ୍ଗୀନ୍ କରିବାକୁ ଚାହୁଁଛନ୍ତି କି ? କେରଳରେ ନିଅନ୍ତୁ ହଲିଡେ’ର ମଜା

117

keralସମସ୍ତେ ଚାହାଁନ୍ତି ନିଜର ଅବସର ସମୟକୁ ଖୁବ୍ ମନୋରମ ଉପାୟରେ କଟେଇବାକୁ । ଆଉ ଏଥିପାଇଁ ଖୋଜିଥା’ନ୍ତି ଏକ ସ୍ୱତନ୍ତ୍ର ସ୍ଥାନ । ଆଉ ଏମିତି ଏକ ସ୍ଥାନ ହେଉଛି କେରଳ । ଯେଉଁଟି ଶୀତଳ ପବନର ମୃଦୁ ମହକ ଓ ଖୁବ୍ ଦୂର ବ୍ୟାପି ପ୍ରକୃତିକ ସୈାନ୍ଦର୍ଯ୍ୟ ସହ ସମୁଦ୍ରର ଶବ୍ଦ ହୃଦୟକୁ ମନ୍ତ୍ରମୁଗ୍ଧ କରେ । ଏହି ସବୁର ଫେଂଟାଫେଂଟି ମନୋରମ ଉପବନ ହେଉଛି କେରଳ । ଆଉ ଏହା ହିଁ କେରଳକୁ କରିଛି ଏକ ବେଷ୍ଟ ହଲିଡେ ଡେଷ୍ଟିନେସନ ପଏଂଟ । ଆଉ ଏକ ସ୍ୱର୍ଗୀୟ ଭୂମିର ଅନୁଭବ ଦେଇଥାଏ ଏହି ସ୍ଥାନ ।

ନିକଟରେ ବେଷ୍ଟ ଫ୍ୟାମିଲି ଟୁରିଷ୍ଟ ସ୍ପଟର ପୁରସ୍କାର ଜିତିଥିବା କେରଳ ଟୁରିଜିମ୍ ର ଲକ୍ଷ୍ୟ ଅନ୍ୟ ଅଂଚଳରେ ଏହାକୁ ପ୍ରମୋଟ କରିବା ଏବଂ ଆଜିତ ଯୁବପିଢିଙ୍କୁ ଏହା ମାଧ୍ୟମରେ ଆକର୍ଷିତ କରିବା ।କେରଳ ଟୁରିଜିମ୍ ର ଇନର୍ଫମେସନ ଅଫିସର ଶାଇନ୍ କେ ଏସ୍ କହିଛନ୍ତି, କେରଳକୁ ଆସୁଥିବା ପର୍ଯ୍ୟଟକଙ୍କ ହିସାବରେ ଏହା ୟୁପିର ୬ଷ୍ଠ ସ୍ଥାନ ଅଟେ ।

ଫ୍ୟାମିଲି ଟୁରିଷ୍ଟ ସ୍ପଷ୍ଟ ତିଆରି ପରେ କେରଳରେ ଏବେ ପର୍ଯ୍ୟଟନ ବିଭାଗର ଲକ୍ଷ୍ୟ ଯୁବପିଢିକୁ କେରଳ ଆଡକୁ ଆକର୍ଷିତ କରିବା । ଏହି ଲକ୍ଷ୍ୟରେ କେରଳର ମାଲାବାର ଓ ୱାୟନାଡ ଭଳି ସ୍ଥାନକୁ ଉନ୍ନତ ଧରଣର କରାଯାଇଛି । ଆଉ ଯୋଜନା କେରଳରେ ଖୁବ୍ ଜୋରରେ ବଢିଚାଲିଛି । ଗତ ୧୨ ବର୍ଷକୁ ହିସାବକୁ ନେଲେ ବିଦେଶୀ ପର୍ଯ୍ୟଟକଙ୍କ ସଂଖ୍ୟାରେ ୧୧ ପ୍ରତିଶତ ଓ ଡୋମେଷ୍ଟିକ୍ ଟୁରିଷ୍ଟଙ୍କ ସଂଖ୍ୟାରେ ୨୫୦ପ୍ରତିଶତ ବୃଦ୍ଧି ଘଟିଛି । ଆଉ ଏକ ପ୍ରମୁଖ ହଲିଡେ ଡେଷ୍ଟିନେଶନର ଉତ୍ତମ ମାନ୍ୟତା ପାଇଛି ଏହି କେରଳ ।