ଥଣ୍ଡା-କାଶ ଆଦି ସମସ୍ୟାରୁ ମୁକ୍ତି ପାଇଁ ଆପଣାନ୍ତୁ ଏହି ଘରୋଇ ଉପଚାର 

314

ଶୀତଋତୁ ଆସିବାମାତ୍ରେ ମନୁଷ୍ୟ ଶରୀରସହ ଜଡିତ ଅନେକ ପ୍ରକାର ରୋଗବ୍ୟାଧି ଚିନ୍ତାର କାରଣ ପାଲଟିଯାଏ । ସେଥିମଧ୍ୟରୁ ଥଣ୍ଡା-କାଶରେ ଅନେକ ଆକ୍ରାନ୍ତ ହୋଇପଡନ୍ତି । ଯଦି ସଠିକ ସମୟରେ ଏହାର ଚିକିତ୍ସା ନକରାଯାଏ, ତେବେ ଏହା ବିଭିନ୍ନ ରୋଗର କାରଣ ପାଲଟିଯାଏ । ବଜାରରେ ଏହି ଥଣ୍ଡା -କାଶ ପାଇଁ ଅନେକ ଔଷଧ ମହଜୁଦ ରହିଛି, ମାତ୍ର ଏଠାରେ ଦିଆଯାଇଥିବା କିଛି ଘରୋଇ ଉପଚାର ଆପଣେଇ ଅତି ସହଜରେ କୌଣସି ପାର୍ଶ୍ୱ ପ୍ରତିକ୍ରିୟା ବିନା ଏହି ଥଣ୍ଡା କାଶ ଆଦିରୁ ମୁକ୍ତି ପାଇପାରିବେ ।

୧. ଆୟୁର୍ବେଦରେ ଗୋଲମରିଚକୁ ଥଣ୍ଡାକାଶ ଲାଗି ଔଷଧ ରୁପେ ବ୍ୟବହାର କରାଯାଏ । କାଶ ହେଲେ  ଗୋଲମରିଚ ଗୁଣ୍ଡକୁ ମହୁସହ ମିଶାଇ ଖାଇବାଦ୍ୱାରା ସୁଫଳ ମିଳିଥାଏ ।

୨. ଗୋଟିଏ ଗ୍ଲାସ ଗରମ କ୍ଷୀରରେ ଖଜୁରୀକୁ ଭଲଭାବେ ଫୁଟାଇ ପିଇବାଦ୍ୱାରା ଥଣ୍ଡା -କାଶରୁ ମୁକ୍ତି ମିଳିଥାଏ ।

୩. ଦିନରେ ୪-୫ଥର ଅଦାସହ ମହୁ ମିଶାଇ ଖାଇବାଦ୍ୱାରା ଥଣ୍ଡା ଓ ଜ୍ୱର ଆଦି ବ୍ୟାଧିରୁ ଶୀଘ୍ର ଉପଶମ ମିଳେ ।

୪. ତୁଳସୀ, ପୁଦିନା, ଗୋଲମରିଚକୁ ପାଣିରେ ଫୁଟାଇ ସେହି ପାଣିକୁ ପିଇବାଦ୍ୱାରା ଗଳାର ସମସ୍ୟା ଦୂର ହେବାସହ ଜ୍ୱର ମଧ୍ୟ ଠିକ୍ ହୋଇଯାଏ ।

୫. ହଳଦିରେ ଆଣ୍ଟି ଭାଇରାଲ ଏବଂ ଆଣ୍ଟି ବ୍ୟାକଟେରିଆଲ ଗୁଣ ଭରପୂର ମାତ୍ରାରେ ରହିଛି । ଯାହାକି ଥଣ୍ଡା-କାଶକୁ ଦୂର କରିବାରେ ସାହାଯ୍ୟ କରିଥାଏ । ତେଣୁ ଉଷୁମ କ୍ଷୀରରେ ଏକ ଚାମଚ ହଳଦି ମିଶାଇ ପିଇବାଦ୍ୱାରା ଜ୍ୱରରୁ ଉପଶମ ମିଳେ ।

୬. ଡାଲଚିନି ଏବଂ ଜାଇଫଳକୁ ବରାବର ମାତ୍ରାରେ ପେଶି ସକାଳ ଓ ସଂନ୍ଧ୍ୟାରେ ମହୁସହ ଖାଇଲେ ମଧ୍ୟ ଥଣ୍ଡା ଜ୍ୱରରୁ ଉପକାର ମିଳିଥାଏ ।

୭. ଯଦି ସର୍ଦ୍ଦି ଯୋଗୁଁ ହାଲୁକା ଜ୍ୱର ଅନୁଭବ ହୁଏ ତେବେ ୨କପ ପାଣିରେ ଜୁଆଣୀକୁ ଗୁଡ ସହ ମିଶାଇ ଫୁଟାନ୍ତୁ । ସେହି ପାଣିକୁ ପିଅନ୍ତୁ । ଏହାଦ୍ୱାରା ଆପଣ ଥଣ୍ଡା ଜ୍ୱରରୁ କିଛିମାତ୍ରାରେ ମୁକ୍ତି ପାଇପାରିବେ ।