କାହିିଁକି କର୍ମଚାରୀମାନେ ଚାକିରି ବଦଳାଇଥା’ନ୍ତି ! ଜାଣନ୍ତୁ ଏହି ତଥ୍ୟ

45

ସମୟ ବଦଳିବା ସହ ଲୋକଙ୍କ ବିଚାରଶୈଳୀରେ ମଧ୍ୟ ପରିବର୍ତ୍ତନ ଘଟୁଛି । ଲୋକେ ଦିନକୁ ଦିନ କିଛି ନୂଆ ଇଚ୍ଛା ଓ ଆଶା ନେଇ ଅଗ୍ରସର ହେଉଛନ୍ତି । ଆଉ ନିଜର କର୍ମ ସଂସ୍ଥାନକୁ ନେଇ ଚିନ୍ତିତ ଥା’ନ୍ତି । ଭାରତୀୟ ପେଶାଦାର କର୍ମଚାରୀମାନେ ନୂତନ ସୁଯୋଗ ପ୍ରତି ଆଗ୍ରହ ପ୍ରକାଶ କରିଥାନ୍ତି ବୋଲି ଲିଙ୍କଡ ଇନ୍ ରିପୋର୍ଟରେ ପ୍ରକାଶ ପାଇଛି । ପ୍ରାୟ ୯୧ ପ୍ରତିଶତ ଭାରତୀୟ ପେଶାଦାର ଉଚ୍ଚ ଦରମା ପ୍ରତି ଆକର୍ଷିତ ହୋଇ ଚାକିରି ପରିବର୍ତ୍ତନ କରିଥାନ୍ତି । ଗତ ବର୍ଷ ଏହା ୯୦ ପ୍ରତିଶତ ଥିଲା । ୨୦୧୭ ଏପ୍ରିଲରେ ୫୩୯ କର୍ମଚାରୀଙ୍କୁ ଏ ସଂପର୍କିତ ପ୍ରଶ୍ନ ପଚରାଯାଇଥିଲା । ସେମାନଙ୍କ ମଧ୍ୟରୁ ୪୬ ପ୍ରତିଶତ ସେମାନଙ୍କ ଚାକିରି ନେଇ ଖୁସି ଥିବା କହିଥିଲେ । ୪୫ ପ୍ରତିଶତ ଉଚ୍ଚ ଦରମା ପ୍ରତି ଆକର୍ଷିତ ହୋଇଥିଲେ । ସେହିପରି ୩୭ ପ୍ରତିଶତ ଦରମା ସଂପର୍କରେ ଜାଣିବାର ପ୍ରୟାସ କରିଥିଲେ ।

ଚାକିରିରେ ପଦୋନ୍ନତି ପାଇଁ ୩୨ ପ୍ରତିଶତ ଆକର୍ଷିତ ହେଉଥିବା ବେଳେ ୪୦ ପ୍ରତିଶତ ଦକ୍ଷତା ବୃଦ୍ଧି ପାଇଁ ଚାକିରି ପରିବର୍ତ୍ତନ କରିବାକୁ ଚାହୁଁଥିବା କହିଥିଲେ । ୫୫ ପ୍ରତିଶତ ପେଶାଦାର ସେମାନଙ୍କ ପାଇଁ ଉପଯୋଗୀ ହେଉଥିିବା ଚାକିରି ପ୍ରତି ଆକୃଷ୍ଟ ଥିବା କହିଥିଲେ । ସେମାନଙ୍କ ମଧ୍ୟରୁ ୪୯ ପ୍ରତିଶତ କଂପାନୀ ୱେବସାଇଟ୍ ସର୍ଚ୍ଚ କରିଥିବାବେଳେ ୪୭ ପ୍ରତିଶତ ସର୍ଚ୍ଚ ଇଂଜିନ୍ ଓ ୩୫ ପ୍ରତିଶତ ପେଶାଦାର ନେଟୱାର୍କ ସର୍ଚ୍ଚ କରୁଥିବା ଜଣାପଡିଥିଲା । ୬୩ ପ୍ରତିଶତ ବିଭିନ୍ନ ଚାକିରି ସଂପର୍କରେ ଜାଣିବା ପାଇଁ ସୋସିଆଲ୍ ମିଡିଆର ସହାୟତା ନେଉଥିବା ରିପୋର୍ଟରେ ପ୍ରକାଶ ପାଇଛି । ୪୫ ପ୍ରତିଶତ ପେଶାଦାର କଂପାନୀ ସହ କଥାବର୍ତ୍ତା କରିବାକୁ ଆଗ୍ରହ କରିଥାନ୍ତି । ୪୧ ପ୍ରତିଶତ କଂପାନୀର କର୍ମଚାରୀଙ୍କ ଚଳନୀ ବିଷୟରେ ଜାଣିବାକୁ ଆଗ୍ରହ ପ୍ରକାଶ କରିଥା’ନ୍ତି ।

ସୁୁବିଧାସୁଯୋଗ ମିଳୁଥିବା କଂପାନୀ ପ୍ରତି ଭାରତୀୟ ପେଶାଦାର ଅଧିକ ଆକର୍ଷିତ ହୋଇ ଚାକିରି ପରିବର୍ତ୍ତନ କରିବାକୁ ଚାହୁଁଥିବା ରିପୋର୍ଟରେ ପ୍ରକାଶ । କଂପାନୀର ଦକ୍ଷତା ବିକାଶ ସୁଯୋଗ , ଉପଯୁକ୍ତ କର୍ମକ୍ଷେତ୍ର ଓ କଂପାନୀର ଉନ୍ନତି ସମ୍ଭାବନା ଥିଲେ କର୍ମଚାରୀ ସେଠାରେ କାମ କରିବାକୁ ଆଗ୍ରହ ପ୍ରକାଶ କରିଥା’ନ୍ତି ।