ଗରମ ଦିନରେ ପିନ୍ଧିବେ କେଉଁ ରଙ୍ଗର ପୋଷାକ ? ଜାଣନ୍ତୁ

42

ଗରମ ଦିନରେ ସୂତା ବସ୍ତ୍ର ପିନ୍ଧିବା ଯେପରି ଆରାମ ଦାୟକ ,ସେହିପରି କେତୋଟି ବିଶେଷ ରଙ୍ଗର ପୋଷାକ ମଧ୍ୟ ମନକୁ ଆରାମ ଦେଇଥାଏ । ଶୀତଦିନେ ଗାଢ ରଙ୍ଗର ପୋଷାକର ଲୋକପ୍ରିୟତା ଥିବା ବେଳେ ଫେଶନ ଡିଜାଇନରଙ୍କ ମତରେ ଗରମ ଦିନରେ କେତୋଟି ବିଶେଷ ରଙ୍ଗର ପୋଷାକ ଯୁବତୀ ତଥା ମହିଳାମାନେ ପିନ୍ଧିବା ଉଚିତ  ।

୧ – ସବୁଜ ରଙ୍ଗର ବିଭିନ୍ନ ଡିଜାଇନର ପୋଷାକ ବଜାରରେ ସବୁ ସମୟରେ ଉପଲବ୍ଧ ହୋଇଥାଏ । ଗରମ ଦିନେ ଏହି ସବୁଜ ରଙ୍ଗର ପୋଷାକ ,ବ୍ୟାଗ କିମ୍ବା ଜୋତା ପିନ୍ଧିଲେ ଶରୀରକୁ ଥଣ୍ଡା ରଖେ ।

୨ -ନୀଳ ରଙ୍ଗ ,ଗତ କିଛି ବର୍ଷ ହେଲା ଗରମ ଦିନେ ସବୁଠୁ ଅଧିକ ଲୋକପ୍ରିୟ ହୋଇପାରିଛି ନୀଳ ରଙ୍ଗର ସାଲୱାର କମିଜ୍ ଓ ଶାଢୀ ଗ୍ରୀଷ୍ମ ପାଇଁ ଏକ ଉତ୍ତମ ରଙ୍ଗ ।

୩ – ହଳଦି ରଙ୍ଗର ପୋଷାକ ମଧ୍ୟ ଶରୀରକୁ ଥଣ୍ଡା ରଖେ । ତେଣୁ ଏହି ରଙ୍ଗର ଟି-ସାର୍ଟ,ଟପ୍ ,କମିଜ, କୁର୍ତ୍ତା ସବୁକିଛି ପିନ୍ଧିଲେ ଷ୍ଟାଇଲିଶ୍ ଲାଗିଥାଏ ।

୪- ଫେଶନ ଡିଜାଇନରଙ୍କ ମତରେ ଈଷତ୍ ଗୋଲାପୀ ଗ୍ରୀଷ୍ମ ପାଇଁ ଏକ ଚମତ୍କାର ରଙ୍ଗ ।
ଏଣୁ ଗ୍ରୀଷ୍ମ ଦିନରେ ଏହିସବୁ ରଙ୍ଗର ପୋଷାକ ପରିଧାନ କଲେ , ଆପଣ ନିଜକୁ ଆରାମ ମନେକରିବେ ।