ଦିନକୁ ଦିନ ବଢୁଛି ଖରା ! ଜାଣି ରଖନ୍ତୁ କେମିତି କରିବେ ଅଂଶୁଘାତର ପ୍ରତିକାର –

71

ଦିନକୁ ଦିନ ବଢୁଥିବା ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରୁ ନିଜେ ସୁସ୍ଥ ରହିବା ସହ ଅନ୍ୟକୁ ସୁସ୍ଥ ରଖିବାରେ ସାହାଯ୍ୟ କରନ୍ତୁ । ଅଂଶୁଘାତ ହେଉଛି ଖରାଦିନର ପ୍ରମୁଖ ଶାରୀରିକ ସମସ୍ୟା । ତେବେ ଅଂଶୁଘାତରେ ଅସୁସ୍ଥ ହୋଇପଡିଥିବା ବ୍ୟକ୍ତିକୁ ତୁରନ୍ତ ଡାକ୍ତରଙ୍କ ପାଖକୁ ନେଇଯିବା ଉଚିତ୍ । ମାତ୍ର ଏହା ପୂର୍ବରୁ ଅଂଶୁଘାତର ପ୍ରାଥମିକ ଚିକିତ୍ସା ବିଷୟରେ ଜାଣି ରଖନ୍ତୁ ।

୧ – ଅଂଶୁଘାତରେ ଅସୁସ୍ଥ ବା ଅଚେତ ହୋଇପଡିଥିବା ବ୍ୟକ୍ତିକୁ ପ୍ରଥମେ ଏକ ଛାଇ ବା ଥଣ୍ଡା ସ୍ଥାନକୁ ନେଇ ଶୁଆଇ ଶୀତଳ ପବନର ବ୍ୟବସ୍ଥା କରିବା ଆବଶ୍ୟକ ।

୨ – ରୋଗୀ ଯଦି ମୋଟା ପୋଷାକ ପିନ୍ଧିଥାଏ ତେବେ ସୂତା ତଥା ଆରାମଦାୟକ ପୋଷାକ ପିନ୍ଧାଇଦିଅନ୍ତୁ । ଏହାପରେ ଓଦା କପଡାରେ ବ୍ୟକ୍ତିଙ୍କ ଶରୀରକୁ ଆରାମ ଦେବାକୁ ଚେଷ୍ଟା କରନ୍ତୁ ।

୩ – ବ୍ୟକ୍ତିକୁ କୈାଣସି ତରଳ ପଦାର୍ଥ ପିଇବାକୁ ଦିଅନ୍ତୁ ନାହିଁ । ରୋଗୀର ପାଦ ଓ ହାତକଲୁ ଏପଟ ସେପଟ କରନ୍ତୁ । ଏହାଦ୍ୱାରା ରକ୍ତ ସଂଚାଳନ ଠିକ ରହିବ ।

୪- ବାରମ୍ବାର ଥଣ୍ଡା ପାଣି ବା ବରଫ ଖଣ୍ଡମାନ ରୋଗୀ ଶରୀରରେ ମାଲିସ୍ କଲେ ତାପମାତ୍ରା ସାଧାରଣ ସ୍ତରକୁ ଆସିଯାଇଥାଏ ।

୫- ବ୍ୟକ୍ତି ଜଣକ ଯଦି ଅଂଶୁଘାତରେ ସାମାନ୍ୟ ଅସୁସ୍ଥ ଅନୁଭବ କରୁଥାନ୍ତି ବା ପାଣି ପିଇପାରିବା ଅବସ୍ଥାରେ ଥାନ୍ତି ତେବେ ତାଙ୍କୁ ଥଣ୍ଡା ପାଣି ବଦଳରେ ପାଣିରେ ଅଳ୍ପ ପରିମାଣର ଚିନି ଓ ଲୁଣ ମିଶାଇ ମିଇବାକୁ ଦେବେ ।

୬ – ମଧୁମେହ , ରକ୍ତଚାପ ତଥ ହୃଦ୍ ସମ୍ବନ୍ଧୀୟ ସମସ୍ୟା ଭୋଗ କରୁଥିବା ବ୍ୟକ୍ତି ଅଂଶୁଘାତ ପ୍ରତି ବିଶେଷ ସର୍ତକତା ଅବଲମ୍ବନ କରିବା ଆବଶ୍ୟକ ।

ଏହାସହ ମଧ୍ୟ ପଢନ୍ତୁ – ଖରାଦିନେ କେମିତି ନେବେ କେଶର ଯତ୍ନ ? ଜାଣନ୍ତୁ କିଛି ଟିପ୍ସ