ଗ୍ୟାସ୍ ଜନିତ ସମସ୍ୟାରେ ଛଟପଟ ହେଉଛନ୍ତି କି ! ଆପଣାନ୍ତୁ ଏହି ଉପାୟ . . . ଅଳ୍ପ ଦିନ ମଧ୍ୟରେ ମିଳିବ ଆରାମ

74

ଅନିୟମିତ ଜୀବନ ଶୈଳୀ ଏବଂ ଖାଦ୍ୟପେୟ ଯୋଗୁଁ ବଦହଜମି ଦେଖାଦେଇଥାଏ । ଫଳରେ ବାରମ୍ୱାର ଗ୍ୟାସ ପରି ସମସ୍ୟା ହୋଇଥାଏ । ଏଥିରୁ ମୁକ୍ତି ପାଇବା ପାଇଁ ନିୟମିତ ରୂପେ ବ୍ୟାୟାମ କରିବା ସହ ଖାଦ୍ୟପେୟରେ ଭିଟାମିନ୍‌ ପୂର୍ଣ୍ଣ ଖାଦ୍ୟ ମଧ୍ୟ ସାମିଲ କରନ୍ତୁ । ଜାଣନ୍ତୁ ଏପରି କିଛି ଖାଦ୍ୟ ବିଷୟରେ ଯାହା ଗ୍ୟାସ୍ ପରି ସମସ୍ୟାରୁ ମୁକ୍ତି ଦେଇଥାଏ  ।

ଧନିଆଁ : ଏହାକୁ ଖାଇବା ଦ୍ୱାରା ଶରୀରରେ ଏସିଡ଼ର ମାତ୍ରା ସନ୍ତୁଳନ ରହିଥାଏ। ଫଳରେ ଗ୍ୟାସ ହୋଇନଥାଏ।

ଗୋଲମରିଚ : ଏହାକୁ ଖାଇବା ଦ୍ୱାରା ଶରୀରରେ ମ୍ୟୁକସ୍‌ ଏବଂ ଗ୍ୟାଷ୍ଟିକ ଜୁସର ପରିମାଣ ବଢ଼ିଥାଏ । ଯାହା ଫଳରେ ଗ୍ୟାଷ୍ଟିକ୍‌ ପରି ସମସ୍ୟାରୁ ଏହା ବଞ୍ଚାଇଥାଏ ।

ଅଦା : ଏଥିରେ ଜିଞ୍ଜେରୋଲ୍ସ ରହିଥାଏ । ଯାହା ଗ୍ୟାସ ପରି ସମସ୍ୟା ଏବଂ ତା’ ସହ ବଦହଜମୀରୁ ଶରୀରକୁ ବଞ୍ଚାଇଥାଏ।

ଲସି : ସାଧାରଣତଃ ଦହିରେ ଲାକ୍ଟିକ୍‌ ଏସିଡ଼ ଭରପୁର ମାତ୍ରାରେ ରହିଥାଏ । ଏହା ଗ୍ୟାସ ପରି ସମସ୍ୟାରୁ ଶରୀରକୁ ବଞ୍ଚାଇଥାଏ ।

ଲେମ୍ୱୁ : ଲେମ୍ୱୁରେ ଥିବା ସାଇଟ୍ରିକ୍‌ ଏସିଡ଼ ଗ୍ୟାସ ପରି ସମସ୍ୟା ପାଇଁ ବହୁତ ଉପଯୋଗୀ।

କଳା ଲୁଣ : ଏଥିରେ ଥିବା ସୋଡ଼ିୟମ କ୍ଲୋରାଇଡ଼ ଓ ଫେରିକ୍‌ ଅକ୍ସାଇଡ଼ ଗ୍ୟାସ ଏବଂ ବଦହଜମୀ ପରି ସମସ୍ୟାରୁ ବଞ୍ଚାଇଥାଏ।

ସପୁରୀ : ଏଥିରେ ଥିବା ଫାଇବର ହଜମ କରିବା ଏବଂ ଗ୍ୟାସକୁ ଦୂର କରିବାରେ ବେଶ ସହଯୋଗୀ ହୋଇଥାଏ।

ପୁଦିନା : ଏଥିରେ ମେନ୍ଥୋଲ ରହିଥାଏ । ଯାହାକୁ ଖାଇବା ଦ୍ୱାରା ଶରୀରରେ ଗ୍ୟାସ ହୋଇନଥାଏ ଏବଂ ପେଟଜନିତ ସମସ୍ୟା ଦୂର ହୋଇଥାଏ।

ଅଅଁଳା : ଏଥିରେ ଥିବା ଫାଇବର ଗ୍ୟାସ ଠାରୁ ବଞ୍ଚାଇଥାଏ।

ଏହା ସହ ପଢନ୍ତୁ ଶୋଇବାବେଳେ ପାଟିରୁ ବାହାରୁଥିବା ଲାଳ ପାଇଁ ଚିନ୍ତିତ କି ! ଆପଣାନ୍ତୁ ଏହି ଉପାୟ