ରୋଗମୁକ୍ତ ଜୀବନ ବିତାଇବାକୁ ଚାହୁଁଛନ୍ତି କି ? ରୋଷେଇ ଘରର ୫ଟି ଜିନିଷକୁ ରଖନ୍ତୁ ସଫାସୁତୁରା

219

3କୁହାଯାଏ ସ୍ୱାସ୍ଥ୍ୟ ହିଁ ସଂପଦ । ଏହା ଠିକ୍ ରହିଲେ ସବୁ ଠିକ୍ । କାହିଁନା ଆମେ ଅର୍ଥ ବ୍ୟୟ କରି ସବୁକିଛି କିଣି ପାରିବା ହେଲେ ସ୍ୱାସ୍ଥ୍ୟ ଥରେ ବିଗିଡି ଗଲେ ଅନେକ ରୋଗ ଗ୍ରାସ କରିଥାଏ । ଏଣୁ ସବୁବେଳେ ସ୍ୱାସ୍ଥ୍ୟପ୍ରତି ଯତ୍ନବାନ ହେବା ଉଚିତ୍ । ଆଉ କୁହାଯାଏ ଆମେ ଖାଉଥିବା ଖାଦ୍ୟ ଉପରେ ନିର୍ଭର କରେ ଆମର ସ୍ୱାସ୍ଥ୍ୟ । ଏଣୁ ରୋଷେଇ ଘରୁ ସ୍ୱାସ୍ଥ୍ୟ ସୁରକ୍ଷା ଆରମ୍ଭ ହୁଏ । କାରଣ ଏଇଠି ଆମେ ପାକ ପ୍ରସ୍ତୁତି କରିଥାଉ ।

ଏଣୁ ରୋଗବ୍ୟାଧିରୁ ଦୂରରେ ରହିବା ପାଇଁ ଆମକୁ ସଜାଗ ହେବାକୁ ପଡିବ । ଆମର ସବୁଠୁ ମହତ୍ୱପୂର୍ଣ୍ଣ କଥା ହେଲା ଆମେ ବ୍ୟବହାର କରୁଥିବା ଆମର ରୋଷେଇ ଘରକୁ ସଫା ରଖିବା ଓ ଏଥିପ୍ରତି ଯତ୍ନଶୀଳ । ଆସନ୍ତୁ ଆମର ରୋଷେଇଘର କେଉଁ କେଉଁ ଜିନିଷକୁ ସଫାସୁତୁରା ରଖିବା । ସେ ବିଷୟରେ ଜାଣିବା ।

03-Cleaning-Hacks-to-Clean-Your-Kitchen-Fast_cabinets_481818514_baonaଏମିତି ଭାବେ ପୁରା ଘର ସଫା ରଖିବା ସମସ୍ତଙ୍କର ପ୍ରତିଦିନର କାମ ହୋଇଥାଏ । କିନ୍ତୁ ରୋଷେଇ ଘର ସମୁଦାୟ ଘରର ଏମିତି ଏକ ଅଂଶ ଯାହାର ସଫା କରିବା ନିହାତି ଜରୁରୀ । ଆଉ ଏ ବିଷୟରେ ହେୟ ଜ୍ଞାନ ନକରି ସମସ୍ତେ ଜଚ୍ଚିବା ଦରକାର । ଯେମିତି କି ଖାଦ୍ୟ ତିଆରି ପରେ ରୋଷେଇ ଘରକୁ ଅଳିଆ ମୁକ୍ତ କରିବା ଓ ଏହା ସହ ସମୟ ମସୟ ବ୍ୟବଧ୍ୟାନରେ ରୋଷେଇ ଘରୁ ଅଦରକାରୀ ଜିନିଷକୁ ହଟାଇବା ଜରୁରୀ ଅଟେ । ପ୍ରତିଦିନ ୫ଟି ଜିନିଷକୁ ନିହାତି ସଫା ରଖିବା ଜରୁରୀ ଅଟେ ।

୧ – ସ୍ଲାବ୍ ସଫା କରନ୍ତୁ – ରୋଷେଇ ଘରର ସ୍ଲାବ୍ କୁ ଅପରିଷ୍କାର ନକରି , ପ୍ରତିଦିନ ଏହାକୁ ସଫା କରିବା ଉଚିତ୍ । ଏକ ନରମ କପଡା ଓ ଲେମ୍ବୁ ରସ ଓ ଘରେ ବ୍ୟବହୃତ ଡିଟର୍ଜେଂଟର ସାହାଯ୍ୟରେ ଏହି ସ୍ଲାବକୁ ନିତିଦିନ ସଫା କରିବା ଉଚିତ୍ । ଏମିତି କରିବା ଦ୍ୱାରା ସ୍ଲାବରୁ ଦାଗ ଘଟିଯିବ ଓ ଦୁର୍ଗନ୍ଧ ଆଉ ହେବନାହିଁ ।

୨ – ସିଙ୍କ୍ କୁ ସଫା କରିବା – କଂସା ବାସନକୁ ସଫା କରିବା ପରେ ସିଙ୍କକୁ ସଫା କରିବା ନିହାତି ଜରୁରୀ ଅଟେ । ବାସନ ସଫା କରିବା ପରେ ସିଙ୍କରେ କିଛି ଲୁଣ ମିଶାଇ ଦିଅନ୍ତୁ ଓ ତାପରେ ବ୍ରଶରେ ତାକୁ ସଫା କରିଦିଅନ୍ତୁ । ଏହା ଫଳରେ ଭଲ ଭାବେ ସିଙ୍କ୍ ସଫା ହୋଇଯିବ । ଆଉ ଅପରିଷ୍କାର ଲାଗିବ ନାହିଁ ।

୩- ଗ୍ୟାସ୍ ଚୁଲାକୁ ସଫା ରଖନ୍ତୁ – ସବୁଠୁ ବଡ କଥା ହେଲା ଗ୍ୟାସ ଚୁଲାକୁ ସଫା ରଖିବା । କାରଣ ଆପଣ ରୋଷେଇ କରୁଥିବା ବେଳେ ରୋଷେଇ ଜିନିଷ ଗ୍ୟାସ ଚୁଲାରେ ବି ପଡିଯାଇଥାଏ । ଏଣୁ ଏହା ପ୍ରତିଦିନ ହେବା ଦ୍ୱାରା ଯଦି ସଫା କରାନଯାଏ , ଗ୍ୟାସ ଷ୍ଟୋଭରେ ଦାଗ ପଡିଯାଏ । ଏଥିରୁ ମୁକ୍ତି ପାଇଁ ଦେନିକ ଚୁଲାକୁ ସଫା କରନ୍ତୁ ।

୪ – ବାସନ ସଫା କରନ୍ତୁ – ରାତିରେ ଖାଇ ସାରିବା ପରେ ସଫା କରିଦିଅନ୍ତୁ । ସକାଳକୁ ସଫା କରିବାକୁ ଛାଡିଦିଅନ୍ତୁ ନାହିଁ । ଯେତେବେଳେ ଖାଉଚନ୍ତି ସେତିକି ବେଳେ ବାସନ ସଫାକରିବାର ଅଭ୍ୟାସ କରନ୍ତୁ । ରାତିରେ ଖାଇବା ପରେ ବାସନ ସଫା କରିବା ଦ୍ୱାରା ସକାଳେ ବି ରୋଷେଇ କାମରେ ସହଜ ହୋଇଯାଏ । ଅଯଥା ଆଉ କାମ ପଡିନଥାଏ ଏବଂ ଏହାଛଡା ବାସ୍ତୁ ଶାସ୍ତ୍ର ହିସାବରେ ଏହା ଘର ପାଇଁ ଶୁଭ ମଧ୍ୟ ହୋଇଥାଏ ।

୫ – ମୋଇକ୍ରୋୱେଭ୍ କୁ ସଫା ରଖନ୍ତୁ – ଯଦି ଆପଣ ରୋଷେଇ ଘରେ ମୋଇକ୍ରୋୱେଭକୁ ପ୍ରତିଦିନ ବ୍ୟବହାର କରୁଛନ୍ତି ତ ଏହାକୁ ନିତି ସଫା କରନ୍ତୁ । ଏହା ଦ୍ୱାରା ମୋଇକ୍ରୋୱେଭ୍ରେ ଖାଦ୍ୟର ବାସ୍ନା ହେବ ନାହିଁ ଓ ତେଲର ଦାଗ ମଧ୍ୟ ହଟିଯିବ ।
(ସୌଜନ୍ୟ -ଆଜତକ୍)