ସ୍ମାର୍ଟଫୋନ କରିବ ଡାଇବେଟିସ୍ ଚିକିତ୍ସା ! ଜାଣନ୍ତୁ କେମିତି ?

82

mouseବୈଜ୍ଞାନିକମାନେ ମୂଷାମାନଙ୍କ ମଧ୍ୟରେ ଜୀବିତ କୋଷିକାଗୁଡିକର ଗତିବିଧିକୁ ନିୟନ୍ତ୍ରିତ କରିବା ପାଇଁ ସ୍ମାର୍ଟଫୋନର ବ୍ୟବହାର କରିଛନ୍ତି । ଜୀବ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଏହି ମୂଷାମାନଙ୍କ ବ୍ଲଡ ସୁଗାରକୁ ନିୟନ୍ତ୍ରିତ କରିବା ପାଇଁ କରିଛନ୍ତି ,ଯେଉଁମାନେ ଡାଇବେଟିସ ରେ ପୀଡିତ ଥିଲେ ।

ସାଇନ୍ସ ଟ୍ରାଂସଲେସନ ମେଡିସନରେ ପ୍ରକାଶିତ ଏକ ତଥ୍ୟରେ କୁହାଯାଇଛି ଏହା ଦ୍ୱାରା ଡାଇବେଟିସର ଉପଚାରରେ ସାହାଯ୍ୟ ମିଳିପାରିବ । ଏକ ପ୍ରକାରର ରଶ୍ମୀ ( ଯାହା ସ୍ମାର୍ଟଫୋନର ଟଚ୍ ସ୍କ୍ରିନରୁ ବାହାରିଥାଏ ) ଦ୍ୱାରା ଏହା ସମ୍ଭବ ହୋଇପାରିବ । ବୈଜ୍ଞାନିକଙ୍କ କହିବାନୁସାରେ ଏହା ମୂଷାଙ୍କ ଠାରେ ପ୍ରୟୋଗ କରି ସଫଳତା ମିଳିଛି । ଏଣୁ ଏହି ସ୍ମାର୍ଟଫୋନର ରଶ୍ମୀକୁ ମଣିଷମାନଙ୍କ ପାଇଁ ମଧ୍ୟ ବ୍ୟବହାର କରିବାର ପ୍ରୟାସ ଚାଲିଛି । ଏହା ଦ୍ୱାରା ଡାଇବେଟିସକୁ ଆୟତ୍ତ କରାଯାଇପାରିବ ।