କ୍ଷମା ଏକ ମହତ ଗୁଣ । ଏହା ମଣିଷକୁ ଶାନ୍ତି ଓ ସରଳତାର ମାର୍ଗ ଦେଖାଇଥାଏ!

218

ମୋବାଇଲରୁ ଅବାଂଛିତ ମେସେଜକୁ ତୁରନ୍ତ ଡିଲିଟ୍ କରିହୁଏ । ଜୋତାରେ ଲାଗିଥିବା ମାଟି ଆମକୁ ଅସୁନ୍ଦର ଲାଗେ । ଭୋଜନ କରିବା ସମୟରେ ଯଦି ଖାଦ୍ୟ ପିନ୍ଧିଥିବା ପୋଷାକରେ ପଡିଯାଏ ତ ଆମେ ତୁରନ୍ତ ସଫା କରିଦେଇଥାଉ । ତାହେଲେ , ମନର ପରଦାରେ ଅଙ୍କିତ , ଏହାକୁ କଳୁଷିତ କରୁଥିବା ବିକାର ଗୁଡିକୁ ଆମ୍ଭେମାନେ ସାରା ଜୀବନ ମନ ଭିତରେ ଧରି ରଖିଥାଉ । କାହିଁକି ଆମେ ଏହାକୁ ସମୟ ସମୟ ବ୍ୟବଧ୍ୟାନରେ ମନର ବିସର୍ଜନ କରିପାରୁନେ । ଯାହା ଦ୍ୱାରା ମନ ନିର୍ମଳ ହୋଇପାରନ୍ତା ।

ଏହିପରି ବିକାର ମନୋଭାବ , ପ୍ରିୟ-ଅପ୍ରିୟ କଥା ଆମକ ସୁଖ ଦେଇନଥାଏ । କଟୁ କଥା କହିବା , ଅଭଦ୍ର ବ୍ୟବହାର କରୁଥିବା ବ୍ୟକ୍ତି ପ୍ରତି ମଧ୍ୟ ବେଳେ ବେଳେ ଆମେ ସମାନ ବ୍ୟବହାର ପ୍ରଦର୍ଶନ କରିଥାଉ । ଫଳରେ ଆମେ ବି ସେହି ବ୍ୟକ୍ତି ଭଳି ହୋଇଯାଉ । ଆମେ ଯେଉଁ ଭୋଜନ ଗ୍ରହଣ କରୁଛେ , ଯେଉଁ ପାଣି ପିଉଛେ, ଶ୍ୱାସକ୍ରିୟାରେ ଯେଉଁ ବାୟୁ ସେବନ କରୁଛେ । ଏହା ସବୁ ନିଶ୍ଚିତ ସମୟରେ ବାହାରକୁ ଯାଇଥାଏ । ନୁହେଁତ ଆମର ମୃତ୍ୟୁ ସୁନିଶ୍ଚିତ ହୋଇଥାଏ ।

ଏହିପରି ଘୃଣା , ବିରକ୍ତି ଆଦି ନକରାତ୍ମକ ବିଚାର ଆଦିକୁ ସମୟ ଆଗରୁ ନିଜ ଚେତନାରୁ ବାହାର ନକଲେ ଏହା ଅବଶ୍ୟ ମାନସିକ ରୋଗୀ କରିଦେବ । ଏଣୁ ଦେହ ମନକୁ ସ୍ୱାସ୍ଥ୍ୟ ରଖିବାର ଗୋଟିଏ ମାର୍ଗ ହେଉଛି ଏହି ବିକାର ଆଦି କୁଗୁଣଗୁଡିକୁ ପରିହାର କରିବା । ଆଉ ଅନ୍ୟର ଦୋଷଗୁଣକୁ ନଦେଖି ତାଙ୍କ ପ୍ରତି କ୍ଷମାଶୀଳ ହେବା । ଯଦ୍ୱାରା ନିଜର ଉନ୍ନତି ଓ ମଙ୍ଗଳ ହେବ । ଏହା ଦ୍ୱାରା ଆମ୍ଭର ମନରେ ଅହଙ୍କାର କମିଯିବ । ଆମର ବିନମ୍ରତାରେ ପ୍ରଭାବିତ ହୋଇ ଅନ୍ୟ ଲୋକଟି ପରିବର୍ତ୍ତନ ହୋଇଯିବ । ବନ୍ଧୁତାର ହାତ ବଢାଇବ ।

ଏମିତି ହୋଇଥାଏ କିଛି ଛୋଟ କଥାକୁ ନେଇ ଆମେ ମନରେ ବଡ ଆକାରରେ ଚିନ୍ତା କରିଥାଏ । ଏହାକୁ ନେଇ ରାତିରେ ଶୋଇବି ପାରିନଥାଏ । ବେଳେବେଳେ ଦେଖାଯାଏ ଲୋକଙ୍କର ସମସ୍ୟାକୁ ଦେଖି ଉପଦେଶ ଦେଇଥାଏ , ଏଇ ଚୋଟ କଥାକୁ ଭୁଲିଯାଆ । ହେଲେ ଆମେ କେତେ ଏହି କଥାକୁ ନିଜ ଭିତରେ ପାଳନ କରୁ । କୈାଣସି ଅପ୍ରିୟ ପ୍ରସଙ୍ଗକୁ ନେଇ ମନରେ କ୍ରୋଧର ଅଗ୍ନି ଜଳାଇଥାଉ । ଆମେ କରିଥିବା ଅପରାଧ ବା ଭୁଲକୁ ଠିକ୍ କରିବା ପାଇଁ ବିକଳ୍ପ ଖୋଜିଥାଉ । କିନ୍ତୁ ଆମର ଅଜାଣତରେ ଏହା ଆମର ମନ ଗହ୍ୱରରେ ରହି ଆମର ବ୍ୟବହାର ଓ ଆଚାର ବିଚାରକୁ ବିକୃତ କରିଦିଏ ।

କ୍ଷମା ଗୁଣ ଆମର ଦିନଚର୍ଯ୍ୟାକୁ ସୁଗମ କରିଥାଏ । ଆମକୁ ଦୁର୍ଘଟଣାରୁ ବଂଚାଇଥାଏ । କ୍ଷମା ର କୈାଣିସ ସ୍ୱତନ୍ତ୍ର ସମୟ କି ଦିନ ନଥାଏ । ଏହା ପ୍ରତିକ୍ଷଣେ ଆମର ସୁରକ୍ଷା କବଚ ସାଜିଥାଏ । ଧାଡିରେ ନିଜର ପାଳିକୁ ଅପେକ୍ଷା କରିବା, ରାସ୍ତାର ବାମପଟେ ଚାଲିବା ନିୟମ , ଲାଲ୍ ବତୀ ଦେଖି ଠିଆ ହେବା ଏ ସବୁ କ୍ଷମାର ହିଁ ରୂପ ଅଟେ । ଆତଙ୍କ ଓ ହିଂସାରେ ଜର୍ଜରୀତ ମାନବକୁ କ୍ଷମା ସୁଖ , ଶାନ୍ତି ଓ ସରଳ ଜୀବନଯାପନର ମାର୍ଗ ଦେଖାଇଥାଏ । ଏଣୁ ମୁନିଋଷି ମାନେ କୁହନ୍ତି ସର୍ବଦା କ୍ଷମା ଆଚର । (ସୌଜନ୍ୟ -ନବଭାରତ ଟାଇମ୍ସ )