ମନ ପସନ୍ଦର ଖାଦ୍ୟ ଖାଇବାକୁ ଚାହୁଁଛନ୍ତି କି ! ଫେସବୁକ୍ ଦେବ ଏହି ସୁବିଧା

46

ଫେସବୁକ୍ ଏବେ ୟୁଜର୍ସଙ୍କ ସୁବିଧା ନେଇ ଆଉ ପାଦେ ଆଗେଇ ଯାଇଛି । ଆଗାମୀ ଦିନରେ ସିଧା ଫେସବୁକ ଆପ୍ କୁ ବ୍ୟବହାର କରି ଅର୍ଡର ଦେଇପାରିବେ ଖାଦ୍ୟ । ଏହି ବ୍ୟବସ୍ଥା ଫେସବୁକ୍ କରିବାକୁ ଯାଉଛି ।

ଖାଦ୍ୟ ଅର୍ଡର ପାଇଁ ବ୍ୟବହାରକାରୀଙ୍କୁ କୈାଣସି ହୋଟେଲର ୱେବସାଇଟକୁ ଯିବାକୁ ପଡିବ ନାହିଁ । ଫେସବୁକ୍ ଗତ ବର୍ଷ ଅକ୍ଟୋବରରେ ଏହି ଦିଗରେ ପଦକ୍ଷେପ ନେଇ ଡେଲିଭରି ଡଟ୍ କମ୍ସ୍ଲାଇସ୍ ସହ ଯୋଡି ହୋଇଛି । ଏହା ଦ୍ୱାରା ଲୋକେ ଖାଦ୍ୟ ଅର୍ଡରର ସୁବିଧା ପାଇବେ ।

ସୋସିଆଲ ସାଇଟ୍ ଫେସବୁକ୍ ଏବେ ଛୋଟ ଠାରୁ ବଡ , ସମସ୍ତଙ୍କର ପ୍ରିୟ ପାଲଟିଯାଇଛି । ଏଣୁ ଏହାରି ମାଧ୍ୟମରେ ଲୋକଙ୍କୁ ହାତପାହାନ୍ତାରେ ସୁବିଧା ଯୋଗାଇ ଦେବାକୁ ଫେସବୁକ୍ ଗ୍ରୁପ୍ ଚାହିଁଛନ୍ତି ।