ସାବଧାନ! ପ୍ୟାଣ୍ଟ ପକେଟରେ ମୋବାଇଲ ରଖୁଛନ୍ତି କି? ନପୁଂସକ ହୋଇପାରନ୍ତି

68

using-mobilesଆଜିର ଯୁଗରେ ମୋବାଇଲ ଫୋନ ମଣିଷର ଦୈନିକ ଜୀବନ ସହ ଏକ ଜରୁରୀ ଜିନିଷ ପାଲଟି ଗଲାଣି । ମୋବାଇଲ ଫୋନର ବ୍ୟବାହର ଛୋଟରୁ ବଡ ସବୁ ବୟସ ଓ ବର୍ଗର ଲୋକେ ବ୍ୟବହାର କରୁଛନ୍ତି । କହିବାକୁ ଗଲେ ମୋବାଇଲ ମାୟାରେ ବାୟା ସମସ୍ତେ । ସମୟ ବଦଳିବା ସହ ମୋବାଇଲର ବି ଉପଯୋଗୀତା ବଢିପାରେ ଲାଗିଛି । ଆଜିର ଡିଜିଟାଲ ଯୁଗରେ ମୋବାଇଲ ଦ୍ୱାରା ସବୁକାମ କମ ସମୟରେ ହେଇପାରୁଛି । ଆପଣ ଜାଣନ୍ତି କି ? ଏହା ଦ୍ୱାରା ଆମର ଯେତିକି ଲାଭ ହୁଏ ,ତା’ଠୁ ଅନେକ ଗୁଣା କ୍ଷତି ବି ହେଉଛି ।

2ଏହାର କୁପ୍ରଭାବ ପୁରୁଷଙ୍କ ଉପରେ ଅଧିକା –
ମୋବାଇଲ ଫୋନର ବେଶୀ ବ୍ୟବହାର ଦ୍ୱାରା ସ୍ୱାସ୍ଥ୍ୟ ଉପରେ ଏହାର ଖରାପ ପ୍ରଭାବ ପଡିଥାଏ । ନିକଟରେ ଜଣେ ବ୍ରିଟିଶ୍ ଫର୍ଟିଲିଟି ଏକ୍ସପର୍ଟଙ୍କ ଦ୍ୱାରା ଅଧ୍ୟୟନ କରାଯାଇଥିବା ଏକ ତଥ୍ୟରୁ ଜଣାପଡିଛି ପୁରୁଷଙ୍କ ଉପରେ ଏହାର ପ୍ରଭାବ ଅଧିକା ପଡିଥାଏ । ମୋବାଇଲ ଫୋନ ବ୍ୟବହାର ଦ୍ୱାରା ପୁରୁଷର ସ୍ପର୍ମ ନଷ୍ଟ ହୋଇଥାଏ । ଯେଉଁ ବ୍ୟକ୍ତି ଗୋଟିଏ ଦିନରେ ଅତିକମରେ ୧ଘଂଟା ବି ମୋବାଇଲ ବ୍ୟବାହର କରୁଥାନ୍ତି ,ତାଙ୍କର ବି ସ୍ପର୍ମ ନଷ୍ଟ ହେବାର ସମ୍ଭାବନା ରହିଛି ଏବଂ ଏହାର ସ୍ତର ମଧ୍ୟ କମୁଛି ।

ଏକ ନୂଆ ଅଧ୍ୟୟନରୁ ଜଣାପଡିଛି ପ୍ୟାଂଟ ପକେଟରେ ଅଣ୍ଡକୋଷ ପାଖରେ କିମ୍ବା ଅଂଟା ତଳକୁ ଯଦି ମୋବାଇଲ ରଖୁଛନ୍ତି । ତେବେ ସ୍ପର୍ମ ସ୍ତରରେ ଏତେ ହ୍ରାସ ଘଟିବ ଯେ ଆପଣ କଳ୍ପନା କରିପାରିବେନି । ମୋବାଇଲର ଶକ୍ତିଶାଳୀ ରେଡିଏସନର ସିଧା ପ୍ରଭାବ ପଡିଥାଏ । ଫଳରେ ନପୁଂସକ ହେବାର ସମ୍ଭାବାନା ଖୁବ୍ ଅଧିକ ଅଛି ।

ପୁରୁଷମାନେ ସାଧାରଣତଃ ନିଜ ମୋବାଇଲକୁ ପ୍ୟାଂଟ ପକେଟରେ ରଖିଥାନ୍ତି । ଯାହାଦ୍ୱାରା ଏହାର ପ୍ରଭାବ ସିଧା ଅଣ୍ଡକୋଷରେ ପଡିଥାଏ ଏବଂ ସ୍ପର୍ମ ନିର୍ମାଣ କ୍ଷମତାକୁ ମାରିଦିଏ । ଏହା ଏବେ ଖୁବ୍ ଚିନ୍ତାଜନକ ବିଷୟ ପାଲଟିଲାଣି । ଏକ ଅନୁଧ୍ୟାନରୁ ଜଣାପଡିଛି ୧୦୦ରୁ ଅଧିକ ପୁରୁଷ ଏକ ବର୍ଷରେ ଫର୍ଟିଲିଟି କ୍ଲିନିକ ଯାଉଛନ୍ତି ।