ପୁରୁଣା ପ୍ରେମ ପାଖକୁ ଫେରିବାକୁ ଚାହୁଁଛନ୍ତି ! ଧ୍ୟାନରେ ରଖନ୍ତୁ କିଛି କଥା

377

କୌଣସି ବି ସଂପର୍କରେ ବିଛେଦ ଅତ୍ୟନ୍ତ ଦୁଃଖଦାୟକ ହୋଇଥାଏ । କିଛି ଲୋକ ସଂପର୍କ ସହ ନିଜେ ମଧ୍ୟ ମାନସିକ ସ୍ତରରେ ଭାଙ୍ଗି ଯାଇଥାନ୍ତି । ଆଉ ମାସ ମାସ ଧରି ଏହି ଅବସାଦରେ ବୁଡି ରହିଥାନ୍ତି । ତେବେ ଧୀରେ ଧୀରେ ସମୟାନୁସାରେ ବଦଳିବା ସହ ନିଜ ଜୀବନରେ ବ୍ୟସ୍ତ ହୋଇଯାଆନ୍ତି । କିନ୍ତୁ ଅନେକ ଥର ଦେଖାଯାଇଛି ସଂପର୍କ ଭାଙ୍ଗିବାର କିଛି ଦିନ ପରେ ପୁରୁଣା ସାଥୀ ପୁଣି ଥରେ ଫେରି ଆସେ । ଆପଣଙ୍କ ଜୀବନରେ ସେହି ପୁରୁଣା ସ୍ଥାନ ପାଇବାକୁ ଚେଷ୍ଟା କରିଥାଏ ।

କିଛି ସମୟ ପାଇଁ ଏମିତି ଲାଗେ କି ଭଲ ହେଲା ଶେଷରେ ମୋ ସାଥୀ ପୁଣି ଥରେ ମୋ ପାଖକୁ ଫେରି ଆସିଲା । କିନ୍ତୁ ଏହି ସଂପର୍କକୁ ଗ୍ରହଣ କରିବା ପୂର୍ବରୂ ନଜର ପକାନ୍ତୁ କିଛି କଥା ଉପରେ ।

କଣ ଥିଲା ସଂପର୍କ ଭାଙ୍ଗିବାର କାରଣ :
ହୋଇଥାଇ ପାରେ ଆପଣ ଉଭୟ ଏକା ସାଥିରେ ଅନେକ ଖୁସିର ମୁହୂର୍ତ୍ତ ବିତାଇଥାଇ ପାରନ୍ତି । କିନ୍ତୁ ସଂପର୍କ ଭାଙ୍ଗିବାର କାରଣକୁ ବି କେବେ ଭୁଲନ୍ତୁ ନାହିଁ । ସେ ଖରାପ ମୁହୁର୍ତ୍ତକୁ ଭୁଲନ୍ତୁ ନାହିଁ ଯାହା ପାଇଁ ଏହି ସଂପର୍କ ଭାଙ୍ଗିଥିଲା । ତେଣୁ ପୁଣି ଥରେ ସଂପର୍କ ଆରମ୍ଭ କରିବା ପୂର୍ବରୁ ଏସବୁ ଧ୍ୟାନରେ ରଖି ଆଗକୁ ପାଦ ଦିଅନ୍ତୁ । ନଚେତ୍ ଦ୍ୱିତୀୟ ଥରର ଝଟକା ପ୍ରଥମ ଥର ଅପେକ୍ଷା ଅଧିକ କଷ୍ଟ ଦେଇପାରେ ।

ଚାରି ଦିନର ଚାନ୍ଦିନୀ ପୁଣି ଅନ୍ଧାର ରାତି :
ବ୍ରେକ୍ ଅପ୍ ପରେ ଆପଣ ଯେଉଁ ଚିନ୍ତା , କଷ୍ଟ ଏବଂ ଦୁଃଖ ପାଇଛନ୍ତି ସଂପର୍କ ଆରମ୍ଭ ପରେ ହୁଏତ ଏସବୁ ଭୁଲି ଯାଇପାରନ୍ତି । କିନ୍ତୁ ଏହି ଅନୁଭୂତି ଅଧିକ ସମୟ ପର୍ଯ୍ୟନ୍ତ ରହି ପାରେନି । ପୁଣି ଥରେ ଆପଣଙ୍କୁ ପୁରୁଣା କଥା ମନେ ପଡିବ ଏବଂ ଆପଣଙ୍କ ପୁରୁଣା ସାଥୀ ସହ କଥା ହେବା କଷ୍ଟକାର ହୋଇ ପଡିବ ।

ଆଗ ପରି କରିପାରିବେନି ବିଶ୍ୱାସ :
କୁହାଯାଏ ପୋଡିଗଲା ତିଅଣର ସୁଆଦ ନଥାଏ । ଥରେ ସଂପର୍କ ଭାଙ୍ଗିଲେ ପୁଣି ଥରେ ସାଥୀ ଉପରେ ଆଗ ପରି ବିଶ୍ୱାସ କରିହୁଏନି । ବିଶ୍ୱାସ ଆଉ ଭରସା ଉପରେ ହିଁ ସଂପର୍କର ନିଅ ଥାଏ । ଆଉ ଯଦି ଉଭୟଙ୍କ ମଧ୍ୟରେ ଆଗ ପରି ବିଶ୍ୱାସ ନରହେ ତେବେ ଜବରଦସ୍ତ ସଂପର୍କ ରଖିବାର ମାନେ କିଛି ନଥାଏ ।

ଯିଏ ଆପଣଙ୍କୁ ପ୍ରେମ କରେ :
କେବଳ ଏଥିପାଇଁ ସଂପର୍କ ଯୋଡନ୍ତୁ ନାହିଁ କି ଆପଣ ତାଙ୍କୁ ପ୍ରେମ କରନ୍ତି । ବରଂ ଦେଖନ୍ତୁ ଯେ ଆପଣଙ୍କୁ କିଏ ଭଲ ପାଏ । ସେଥିପାଇଁ ଏମିତି ଏକ ସାଥୀ ବାଛନ୍ତୁ ଯିଏ କୌଣସି ବି ପରିସ୍ଥିତିରେ ଆପଣଙ୍କ ହାତ ଛାଡିବନି । ତେଣୁ ପୁରୁଣା ସାଥୀ ପାଖକୁ ଯିବା ଆଗରୁ ନିଜକୁ ପ୍ରଶ୍ନ କରନ୍ତୁ କି କଣ ସେ ବି ଆପଣଙ୍କ ପରି ସଂପର୍କକୁ ନେଇ ଗମ୍ଭୀର ଅଛନ୍ତି ? ଯଦି ଉତ୍ତର ନାଁ ତେବେ ସଂପର୍କକୁ ଆଉ ଆଗକୁ ନିଅନ୍ତୁ ନାହିଁ । ଭାବପ୍ରବଣ ଏବଂ ତର ତର ହୋଇ ପୁରୁଣା ସଂପର୍କକୁ ଫେରିବା ପୂର୍ବରୁ ଅନ୍ତତଃ ୧୦ ଥର ଭାବନ୍ତୁ ।

ଏହା ସହ ଦେଖନ୍ତୁ ପ୍ରେମ ପରେ ପରିବର୍ତ୍ତନ ! ସଂପର୍କ ବଢିବା ପରେ ବଦଳିଯାଏ ଝିଅଙ୍କ ଏହି ୬ଟି ଅଭ୍ୟାସ