‘ଜଙ୍ଗଲ ବାଥ୍’ କରନ୍ତୁ, ଫିଟ୍ ରୁହନ୍ତୁ ! ସ୍ୱାସ୍ଥ୍ୟବାନ୍ ହେବାର ଏକ ସହଜ ଉପାୟ

48

ଜୀବନକୁ ଚାପମୁକ୍ତ , ସୁସ୍ଥ ଓ ଆନନ୍ଦଦାୟକ ରଖିବା ପାଇଁ ଜାପାନୀ ଲୋକମାନେ ଦୀର୍ଘବର୍ଷ ଧରି ଯେଉଁ ପ୍ରାକୃତିକ ବିଧି ଉପରେ ଗବେଷଣା କରୁଥିଲେ ଏବେ ସେଥିରେ ସଫଳତା ମିଳିଛି । ଏହି ବିଧି ହେଉଛି ଜଙ୍ଗଲ ବାଥ୍ ଅର୍ଥାତ୍ ଜଙ୍ଗଲ ସ୍ନାନ । ପୂର୍ବରୁ ଏଠାକାର ଲୋକମାନେ ଏହି ବିଧିକୁ ଗ୍ରହଣ କରିଆସୁଥିଲା ବେଳେ ଏବେ ସାଧାରଣରେ ଏହା ବେଶ୍ ଆଦୃତ ଲାଭ କରୁଛି ।

ଗବେଷକମାନଙ୍କର କହିବା ଅନୁସାରେ ଦୀର୍ଘ ସମୟ ଚାଲିବା,ଜିମ୍ ଯିବା କିମ୍ବା ବ୍ୟାୟାମ ମଧ୍ୟ ନକରି ଜଣେ ଫିଟ୍ ରହିପାରିବ । ଜୀବନକୁ ଚାପମୁକ୍ତ କରିବା ପାଇଁ କିଛି ସମୟ ଘନ ଜଙ୍ଗଲରେ ,ଗଛପତ୍ର ମାନଙ୍କ ନିକଟରେ ସମୟ କାଟିବା ଯଥେଷ୍ଟ ଅଟେ । ଏହି ଜଙ୍ଗଲ ବାଥ୍ କନସେପ୍ଟ ବେଶ୍ ଫାଇଦା ପୂର୍ଣ୍ଣ । ଦେଶର ଜାତୀୟ ସ୍ୱାସ୍ଥ୍ୟ ଯୋଜନା ଅନ୍ତର୍ଗତ ଏହି ବ୍ୟବସ୍ଥାକୁ ଏବେ ଅଧିକ ଗୁରୁତ୍ୱ ଦିଆଯାଇଛି । ବୈଜ୍ଞାନିକଙ୍କ କହିବା ଅନୁସାରେ ଜଙ୍ଗଲ ସ୍ନାନର ଅର୍ଥ ହେଉଛି ଗଛ ଲତାମାନଙ୍କ ମଧ୍ୟରେ ସମୟ କାଟିବା । ଏହାଦ୍ୱାରା ଶୁଦ୍ଧ ପବନ ଓ ସେମାନଙ୍କ ଠାରୁ ନିର୍ଗତ ହେଉଥିବା ମହକ ଶରୀରକୁ ଅଧିକ ଶକ୍ତି ପ୍ରଦାନ କରିଥାଏ । ଏହାଦ୍ୱାରା ଶରୀର ବିଭିନ୍ନ କୀଟାଣୁ ଓ ଜୀବାଣୁମାନଙ୍କ ଠାରୁ ସୁରକ୍ଷିତ ରହିଥାଏ ।