ଶୋଇବାବେଳେ ପାଟିରୁ ବାହାରୁଥିବା ଲାଳ ପାଇଁ ଚିନ୍ତିତ କି ! ଆପଣାନ୍ତୁ ଏହି ଉପାୟ

177

ଶୋଇଥିବା ଅବସ୍ଥାରେ ବେଶୀ ଲାଳ ତିଆରି ହୋଇଥାଏ । କାରଣ ଏହି ସମୟରେ ଆମେ ନାକ ବାଟେ ନିଶ୍ୱାସ ନନେଇ ପାଟି ବାଟେ ନେଇଥାଉ । ତେବେ ଏହି ଲାଳ ବାହାରିବାର ଅନେକ କାରଣ ଅଛି, ଯେମିତି କି ଖାଦ୍ୟ ପ୍ରତି ଥିବା ଆଲର୍ଜି ହେଉ ବା ଆପଣ ନେଉଥିବା ଔଷଧର ପ୍ରଭାବରେ ହେଉ । ସେ ଯାହାବି ହେଉ ନା କାହିିଁକି ଏଥିପାଇଁ କିନ୍ତୁ ଅନେକ ଲଜ୍ଜା ଅନୁଭବ କରିଥାନ୍ତି । ଯଦି ଆପଣଙ୍କର ବି ଶୋଇବା ସମୟରେ ଏମିତି ଲାଳ ବାହାରୁ ଥାଏ ତେବେ ଚିନ୍ତା କରନ୍ତୁ ନାହିଁ । କାରଣ ଏହାର ମଧ୍ୟ ପ୍ରତିକାର ଅଛି ।

• ଡେରିରେ ହଜମ ହେଉଥିବା ଖାଦ୍ୟଠାରୁ ଦୁରେଇ ରହିବା ସହ ସବୁବେଳେ ପେଟ ସଫା ରଖିବା ଉଚିତ୍ ।

• ଲାଳକୁ ବାହାରିବାରେ ବନ୍ଦ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ ତୁଳସୀ ପତ୍ର । ୩ଟି ତୁଳସୀ ପତ୍ର ସହ ଖାଇବାପରେ ଅଳ୍ପ ପାଣି ପିଅନ୍ତୁ । ଏପରି ଭାବରେ ଦିନକୁ ୩-୪ ଥର କରିବା ଦ୍ୱାରା ଲାଳରୁ ମୁକ୍ତି ମିଳିଥାଏ ।
• ଫିଟିକିରିକୁ ପାଣିରେ ମିଶାଇ ଏହି ପାଣିରେ କୁଳି କରନ୍ତୁ । ଏପରି ନିୟମିତ କଲେ ଲାଳରୁ ମୁକ୍ତି ମିଳିଥାଏ ।

• ଡାଳିଚିନି ଚା’ ମଧ୍ୟ ଲାଳରୁ ମୁକ୍ତି ଦେଇଥାଏ । ଏହା ସହ ଡାଳିଚିନିକୁ ପାଣିରେ ମିଶାଇ ଭଲ ଭାବରେ ଫୁଟାନ୍ତୁ । ତାପରେ ଏହି ପାଣିକୁ ଛାଣି ଥଣ୍ଡା କରି ସେଥିରେ ମହୁ ମିଶାଇ ପିଅନ୍ତୁ ।

• ବାହାରୁଥିବା ଲାଳ ପାଇଁ ଲାଭଦାୟକ ହେଉଛି ଅଁଳା । ଖାଇବା ପରେ ନଖ ଉଷୁମ ପାଣି ସହ ଅଁଳା ପାଉଡର ଖାଆନ୍ତୁ । ଏପରି କରିବା ଦ୍ୱାରା ଲାଳରୁ ତ ମୁକ୍ତି ମିଳିଥାଏ ଏହା ସହ ଏସିଡିଟିରୁ ମଧ୍ୟ ଆରାମ ମିଳିଥାଏ ।