ଶରୀରର ମୋଟାପା ନେଇ ଚିନ୍ତିତ କି ? ନିଜର ପ୍ରତିଦିନର ଖାଦ୍ୟ ଉପରେ ଧ୍ୟାନ ଦିଅନ୍ତୁ

76

ଓଜନ ନ ବଢିବା ପାଇଁ ସଠିକ୍ ଡାଏଟ୍ ପ୍ଲାନ୍ ଜରୁରୀ । କିନ୍ତୁ ଦିନ ତମାମର କାର୍ଯ୍ୟ ବ୍ୟସ୍ତତାରେ ଏଭଳି କିଛି ଖାଦ୍ୟ ଖାଇଦେଇଥାଉ , ଯେଉଁଥିରେ କ୍ୟାଲୋରୀ ତ ପ୍ରଚୁର ମାତ୍ରାରେ ରହିଥାଏ । ଏଥିଯୋଗୁଁ ଖୁବ୍ ଶୀଘ୍ର ଓଜନ ବଢିଯାଇଥାଏ । ଏହା ବ୍ୟତୀତ ପ୍ରତିଦିନ ଗୋଟିଏ ପ୍ରକାରର ଖାଦ୍ୟ ଖାଇବା ଦ୍ୱାରା ଦେହକୁ ଆବଶ୍ୟକ ନ୍ୟୁଟ୍ରିଆଣ୍ଟ ମିଳିନଥାଏ । ଏହା ବ୍ୟତୀତ ମେଟାବଲିଜିମ୍ ସ୍ଲୋ ହୋଇଯାଏ ଏବଂ ଏଥିପାଇଁ ମଣିଷ ମୋଟା ହୋଇଯାଇଥାଏ । ସକାଳର ଜଳଖିଆ ନକରିବା ଯୋଗୁଁ ଦେହକୁ ପର୍ଯ୍ୟାପ୍ତ ପରିମାଣର ଶକ୍ତି ମିଳିପାରେ ନାହିଁ । ଏହାଦ୍ୱାରା ଦିନସାରା କିଛି ନା କିଛି ଖାଇବାକୁ ଇଚ୍ଛା ହୋଇଥାଏ । ଏହାଦ୍ୱାରା ଓଜନ ବଢିଯାଇଥାଏ ।

ଦିନସାରା ଖାଦ୍ୟରେ ପ୍ରୋଟିନ୍ ନନେଲେ ଫ୍ୟାଟ୍ ବର୍ଣ୍ଣିଂ ପ୍ରକ୍ରିୟା କମିଯାଏ । ଏହାଦ୍ୱାରା ମୋଟାପା ବଢିଯାଏ । ଦିନସାରା ବସି ରହି ସ୍ନାକ୍ସ ଖାଇବା ଦ୍ୱାରା ଦେହକୁ ହାଇ କ୍ୟାଲୋରୀ ମିଳିଥାଏ । ଏହାଦ୍ୱାରା ବହୁତ୍ ଶୀଘ୍ର ଓଜନ ବଢିଯାଏ । ଖାଇବା ମଝିରେ ଅଧିକ ପାଣି ପିଇବା ଦ୍ୱାରା ଖାଦ୍ୟ ସଠିକ୍ ଭାବେ ହଜମ ହୋଇପାରେ ନାହିଁ । ଏହାଦ୍ୱାରା ଖାଦ୍ୟ ଫ୍ୟାଟକୁ ରୂପାନ୍ତରିତ ହୋଇଥାଏ ଏବଂ ମୋଟାପା ବଢିଯାଏ । ମଦ୍ୟପାନ କରିବା ଦ୍ୱାରା ଦେହକୁ ଅତ୍ୟଧିକ କ୍ୟାଲୋରୀ ମିଳିଥାଏ । ଏହାପରେ ଖାଦ୍ୟ ଖାଇଲେ କି ତୁରନ୍ତ ଶୋଇଗଲେ ମୋଟାପା ବଢିଯାଇଥାଏ । ଏଣୁ ଏ ସବୁକୁ ବୁଝି ବିଚାରି ଡାଏଟିଂ କରନ୍ତୁ ।