ଆଖିର ଦୃଷ୍ଟିଶକ୍ତି କମି ଯାଇଛି କି ? କରନ୍ତୁ ଏହି ଘରୋଇ ଉପଚାର

150

ଅନିୟମିତ ଦିନଚର୍ଯ୍ୟା , ମୋବାଇଲ-କମ୍ପୁଟରର ଅତ୍ୟଧିକ ବ୍ୟବହାର ଓ ଜଙ୍କ ଫୁଡ୍ ର ଅତ୍ୟଧିକ ବ୍ୟବହାର ଯୋଗୁଁ ଆଜିକାଲି କମ ବୟସରେ ବି ଚଷମା ବ୍ୟବହାର କରିବାକୁ ପଡୁଛି । ଆୟୁର୍ବେଦରେ ଏମିତି ଅନେକ ଘରୋଇ ଉପଚାର ରହିଛି ଯାହା ଆପଣେଇଲେ ଆଖିର ଦୃଷ୍ଟିଶକ୍ତି ବଢାଇପାରିବେ । ଆଉ ଚଷମାର ଦରକାର ପଡିବ ନାହିଁ ।

ସେଓର ମୁରବା – ସେଓର ମୁରବା ଖାଇ ,ଏହାପରେ କ୍ଷୀର ଖାଇବା ଦ୍ୱାରା ଆଖିର ରଶ୍ମି ତେଜ୍ ହୋଇଥାଏ ।
ଗୋଲ ମରିଚ – ଗୋଲ ମରିଚର ଚୂର୍ଣ୍ଣ, ଘିଅ ଓ ମିଶ୍ରିକୁ ଏକତ୍ର ମିଶାଇ ପ୍ରତିଦିନ ସେବନ କଲେ ଆଖିର ଦୃଷ୍ଟି ଶକ୍ତି ବଢିଥାଏ ।
ଗ୍ରୀନ ଟି – ପ୍ରତିଦିନ ଦିନ ଭିତରେ ୨ରୁ ୩ କପ ଗ୍ରୀନ ଟି ପିଇଲେ ଏଥିରେ ଥିବା ଆଣ୍ଟିଅକ୍ସିଡେଂଟ ଆଖିକୁ ସୁସ୍ଥ ରଖେ ।
ସୋରିଷ – ପ୍ରତିଦିନ ରାତିରେ ଶୋଇବା ପୂର୍ବରୁ ତଳି ପାଦରେ ସୋରିଷ ତେଲ ମାଲିସ କଲେ ଭଲ
ଗାଜର – ଗାଜରରେ ଭିଟାମିନ-ଏ ଥାଏ । ଏଣୁ ଏହାକୁ ପ୍ରତିଦିନ ଖାଇବା ଦ୍ୱାରା ବା ଜୁସ୍ ପିଇବା ଦ୍ୱାରା ଦୃଷ୍ଟି ଶକ୍ତି ବଢେ ।
ଦେଶୀ ଘିଅ – ଆଖି ପାଇଁ ଦେଶୀ ଘିଅ ଖୁବ ଉପଯୋଗୀ । କାନ ପଟିରେ ଦେଶୀ ଘିଅ ହାଲକା ଭାବେ ହାତରେ ପ୍ରତିଦିନ ୫-୧୦ ମିନିଟ ମସାଜ କଲେ ଆଖିର ଦୃଷ୍ଟି ଶକ୍ତି ବଢିଥାଏ ।
ବାଦାମ – ପ୍ରତିଦିନ ରାତିରେ ୬-୭ଟି ବାଦାମ ପାଣିରେ ଭିଜାଇ ରଖନ୍ତୁ । ଏହାକୁ ସକାଳେ ଚୋପା ଛଡେଇ ଖାଇଲେ ଆଖି ପାଇଁ ଭଲ ।
ଜିରା – ଜିରା ଓ ମିଶ୍ରୀକୁ ସମାନ ମାତ୍ରାରେ ଚୂର୍ଣ୍ଣ କରି ପ୍ରତିଦିନ ଏକ ଚାମଚ ଘିଅ ସହ ଖାଇଲେ ଆଖିର ଦୃଷ୍ଟିଶକ୍ତି ବଢିଥାଏ ।