ଅଧିକ ଲୁଣ ନା ବାବା ନା ! ପଢନ୍ତୁ ଡାକ୍ତରଙ୍କ ପରାମର୍ଶ

66

ଯେମିତି ଭଲ ଘରଟିଏ ତିଆରି କରିବାକୁ ହେଲେ ତାର ମୂଳ ମଜଭୂତ କରିବାକୁ ପଡେ, ଠିକ୍ ସେମିତି ସୁସ୍ଥ ଶରୀର ପାଇଁ ଆବଶ୍ୟକ ମଜଭୂତ ହାଡ । ହେଲେ ଆମ ଦୈନଦିନ ଜୀବନରେ ବ୍ୟବହାର କରୁଥିବା କିଛି ଏମିତି ଖାଦ୍ୟ ଅଛି ଯାହା ଆମ ହାଡକୁ ଦୁର୍ବଳ କରି ଦେଇଥାଏ ।

ମାତ୍ରାଧିକ ଲୁଣ ଆମ ହାଡକୁ କମଜୋର୍ କରି ଦେଇଥାଏ । କାରଣ ଲୁଣରେ ଥିବା ସୋଡିୟମ୍ ଶରୀର ଭିତରକୁ ଗଲେ କ୍ୟାଲସିୟମକୁ ୟୁରିନ୍ ମାଧ୍ୟମରେ ବାହାର କରିଦିଏ । ଯାହାଦ୍ୱାରା ହାଡ ଧୀରେ ଧୀରେ ଦୁର୍ବଳ ହୋଇଯାଏ ।

ଯଦି ଆପଣ ଅଧିକ ଚକୋଲେଟ୍ ଖାଉଥାନ୍ତି ତେବେ ଏହାଠାରୁ ଦୂରେଇ ରୁହନ୍ତୁ । କାରଣ ଏହାଦ୍ୱାରା ଶରୀରରେ ସୁଗାରର ପରିମାଣ ବଢିଯାଏ । ଫଳରେ କ୍ୟାଲସିୟମ୍ ଶରୀରରେ ଅବଶୋଷଣ ହୋଇ ପାରିନଥାଏ ।

ସେମିତି ମଦ ପିଇଲେ ଶରୀରରେ କ୍ୟାଲସିୟମର ମାତ୍ରା ଧୀରେ ଧୀରେ କମ୍ ହୋଇଥାଏ । ଯାହା ହାଡକୁ କମଜୋର୍ କରି ଦେଇଥାଏ । ସେହିପରି ଥଣ୍ଡାପାନୀୟରେ ଥିବା କାର୍ବନ ଡାଇଅକ୍ସାଇଡ୍ ଓ ଫସଫେଟ୍ ହାଡକୁ ଶୀଘ୍ର ଦୁର୍ବଳ କରି ଦିଏ ।

ମାତ୍ରାଧିକ ଚା’ କିମ୍ବା କଫି ପିଇଲେ ହାଡ ଖୁବ୍ ଶୀଘ୍ର ଦୁର୍ବଳ ହୋଇ ଯାଏ । କାରଣ ଏଥିରେ ଥିବା କେଫିନ୍ ନାମକ ଉପାଦାନ ହାଡ ପାଇଁ କ୍ଷତିକାରକ ହୋଇଥାଏ ।