କ୍ଷୀରରେ ଚିନି ନୁହେଁ ମିଶାନ୍ତୁ ମହୁ ! ଜାଣନ୍ତୁ ଏହାର ଉପକାରିତା

139

ବିଶୁଦ୍ଧ ମହୁ ଏପରି ଏକ ଖାଦ୍ୟ ଯାହା ଅଧିକ ଦିନ ପର୍ଯ୍ୟନ୍ତ ରହିଲେ ମଧ୍ୟ ଖରାପ ହୁଏ ନାହିଁ । ମହୁରେ ପାଣି ଭାଗ ଖୁବ୍ କମ୍ ଥିବାରୁ ଏଥିରେ ବ୍ୟାକ୍ଟେରିଆ ହୋଇନଥାଏ । ମହୁକୁ ଗରମ କଲେ ସେଥିରେ ଥିବା ଲାଭକାରୀ ଗୁଣ କମ୍ ହୋଇଯାଇଥାଏ । ମହୁ ସ୍ମରଣଶକ୍ତି ବୃଦ୍ଧି କରିବାରେ ସାହଯ୍ୟ କରିଥାଏ । ଏହା ବାଦ୍ ମହୁର ଅନେକ ଔଷଧୀୟ ଗୁଣ ରହିଛି । ତେବେ ଜାଣନ୍ତୁ କ୍ଷୀରରେ ମହୁ ମିଶାଇ ପିଇଲେ କଣ ଲାଭ ମିଳିଥାଏ ।

• ଗରମ କ୍ଷୀରରେ ମହୁ ମିଶାଇ ପିଇଲେ ମାନସିକ ଚାପରୁ ମୁକ୍ତ ମିଳିଥାଏ ।

• ଶୋଇବାର ଏକ ଘଂଟା ପୂର୍ବରୁ ଗରମ କ୍ଷୀରରେ ମହୁ ମିଶାଇ ପିଇଲେ ଭଲ ନିଦ ହୋଇଥାଏ ।

• ପାଚନ ପ୍ରକିୟାକୁ ଭଲ ରଖିବାକୁ ଚାହୁଁଥିଲେ ଗରମ କ୍ଷୀରରେ ମହୁ ମିଶାଇ ପିଅନ୍ତୁ । ଏହା ଦ୍ୱାରା କୋଷ୍ଠ କାଠିନ୍ୟ ସମସ୍ୟାରୁ ମୁକ୍ତି ମିଳିଥାଏ ।

• କ୍ଷୀରରେ ମହୁ ମିଶାଇ ପିଇଲେ ହାଡ ମଜଭୂତ ହେବା ସହ ହାଡ ଜନିତ ରୋଗରୁ ମଧ୍ୟ ଆରାମ ମିଳିଥାଏ ।

• କ୍ଷୀର ସହ ମହୁ ମିଶାଇ ପିଇଲେ ଶାରୀରିକ ଏବଂ ମାନସିକ କ୍ଷମତା ବୃଦ୍ଧି ହୋଇଥାଏ । ଆଉ ଏହାର ସିଧାସଳଖ ପ୍ରଭାବ ଆମ କାମ ଉପରେ ପଡିଥାଏ ଯାହା ସକାରାତ୍ମକ ହୋଇଥାଏ ।