ସ୍ମାର୍ଟଫୋନ୍ ବ୍ୟବହାର ବେଳେ ସାବଧାନ ! ହୋଇପାରେ ମାନସିକ ସ୍ୱାସ୍ଥ୍ୟ ଖରାପ

33

ଏବେ ଯୁବପୀଢିଙ୍କ ମଧ୍ୟରେ ବଢିବଢି ଚାଲିଛି ସ୍ମାର୍ଟଫୋନ୍ ଓ ଅନ୍ୟ ଇଲେକ୍ଟ୍ରୋନିକ୍ସ ଡିଭାସ ଗୁଡିକର ଅଧିକ ବ୍ୟବହାର । ଏହାର ଅଧିକ ବ୍ୟବହାର ଦ୍ୱାରା ମାନସିକ ସ୍ୱାସ୍ଥ୍ୟ ଖରାପ ହେବାର ସମ୍ଭାବନା ରହିଛି । ଯେଉଁଥିପାଇଁ ସ୍ମରଣ ଶକ୍ତି , ନିଜର ଦୈନିକ ଚଳନୀ ଓ ଭାବନା ଆଦିରେ ସମସ୍ୟା ଦେଖାଦେଇଥାଏ ।

ଆମେରିକାର ଡରହମର ଡ୍ୟୁକ୍ ବିଶ୍ୱବିଦ୍ୟାଳୟର ଜଣେ ପ୍ରମୁଖ ଲେଖକ ମେଡେଲିନ ଜର୍ଜ କହିଛନ୍ତି , ଯୁବ ପୀଢିଙ୍କ ପାଇଁ ଏହା ଏବେ ସମସ୍ୟା ପାଲଟି ଗଲାଣି । ଅଧିକ ବ୍ୟବହାର କରୁଥିବା ଏହି ଟେକ୍ନୋଲୋଜି ଜିନିଷ ଯୋଗୁଁ ମାନସିକ ଅଶାନ୍ତି ଦେଖାଦେଉଛି । ଦିନକୁ ଦିନ ସ୍ମାର୍ଟଫୋନର ଚାହିଦା ଏହି ସମସ୍ୟାକୁ ଆହୁରୀ ଦ୍ୱିଗୁଣିତ କରିଛି । ଏଣୁ ଅତ୍ୟଧିକ ବ୍ୟବହାରରୁ ନିବୃତ୍ତ କରିବା ସତର୍କର କାମ ଅଟେ ।