ଇୟରଫୋନ୍ ବ୍ୟବହାର କରୁଥିଲେ ସାବଧାନ୍ ! ଏହା ଆପଣଙ୍କୁ ଅସୁବିଧାରେ ପକାଇପାରେ

20

ଆଜିକାଲି ଯୁବପିଢିଙ୍କ ଠାରୁ ଆରମ୍ଭ କରି ବୟସ୍କ ସମସ୍ତେ ଇୟରଫୋନ୍ ବ୍ୟବହାର କରୁଥିବାର ଦେଖାଯାଉଛି । ଫୋନକୁ ଅଧିକ ସମୟ କାନରେ ଲଗାଇ ଧରିବା ଅପେକ୍ଷା ଗୋଟିଏ ସ୍ଥାନରେ ବସି ଆରାମରେ କାନରେ ଇୟରଫୋନ୍ ଭର୍ତ୍ତି କରି କଥା ହେବା ଅଧିକ ସହଜ ବୋଲି ଅଧିକାଂଶଙ୍କ ମତ । ତେବେ ଇୟରଫୋନ୍ ବ୍ୟବହାର କରୁଥିବା ଲୋକେ ଏଥିପ୍ରତି ସତର୍କ ରହିବା ଉଚିତ୍ ।

କୈାଣସି ତରଳ ପଦାର୍ଥ ଇୟରଫୋନରେ ନଲାଗିବା ପ୍ରତି ଦୃଷ୍ଟି ଦେବା ଆବଶ୍ୟକ । କାରଣ ଏପରି ଅବସ୍ଥାରେ ଏହାକୁ କାନରେ ଭର୍ତ୍ତି କଲେ କାନ ଖରାପ ହୋଇପାରେ । ସପ୍ତାହକୁ ଅନ୍ତତଃ ଥରୁଟିଏ ଇୟରଫୋନ୍ ପରିଷ୍କାର କରିବା ଉଚିତ୍ । ପୁରୁଣା ଦାନ୍ତଘଷା ବ୍ରଶରେ ମଧ୍ୟ ଇୟରଫୋନ୍ ସଫା କରିପାରିବେ । ଏହାକୁ ସବୁବେଳେ ସଫା ସ୍ଥାନରେ ରଖିବା ସହ ଏକ ଛୋଟ ବାକ୍ସ କିମ୍ବା ପ୍ୟାକେଟରେ ରଖିବା ଉଚିତ୍ । ଅନ୍ୟ କାହାର ଇୟରଫୋନ୍ ବ୍ୟବହାର ନ କରିବାକୁ ସ୍ୱାସ୍ଥ୍ୟ ବିଶେଷଜ୍ଞ ପରାମର୍ଶ ଦେଇଛନ୍ତି । କାରଣ ଏହା ଦ୍ୱାରା ବିଭିନ୍ନ ପ୍ରକାର ସଙ୍କ୍ରମଣ ବ୍ୟାପିବାର ଭୟ ରହିଛି ।