ଶରୀରର ଏହିସବୁ ସମସ୍ୟାକୁ ନିଶ୍ଚୟ ଧ୍ୟାନ ଦିଅନ୍ତୁ ନଚେତ୍‌, ଭବିଷ୍ୟତରେ ବଡ଼ ସମସ୍ୟାରେ ପଡ଼ି ପାରନ୍ତି!

43

ଆଜିକାଲି ପ୍ରାୟ ସମସ୍ତେ ଷ୍ଟ୍ରେସ୍ (ଚାପ)ରେ ରହୁଛନ୍ତି, ସମସ୍ତଙ୍କର କିଛି ନା କିଛି ସମସ୍ୟା ରହୁଛି। ଏହା ଯୋଗୁଁ ଜୀବନଶୈଳୀରେ ମଧ୍ୟ ଖରାପ ପ୍ରଭାବ ପଡ଼ୁଛି ଓ ବିଭିନ୍ନ ପ୍ରକାରର ସମସ୍ୟା ଧିରେ ଧିରେ ଶରୀରରେ ଦେଖା ଯାଉଛି। ଏମିତିରେ ସାଧାରଣ ଭାବି ଏହି ସମସ୍ୟା ଗୁଡ଼ିକୁ ଉପେକ୍ଷା କରନ୍ତୁ ନାହିଁ, ଏହା ଭବିଷ୍ୟତରେ ବଡ଼ ସମସ୍ୟାରେ ପରିବର୍ତ୍ତନ ହୋଇଯାଇ ପାରେ। ଜାଣନ୍ତୁ କେଉଁ ସବୁ ଜିନିଷକୁ ଧ୍ୟାନରେ ରଖିବେ ।

ଷ୍ଟ୍ରେସ୍ (ଚାପ):

କର୍ମରେ ଜଡ଼ିତ ଚାପ ବଢି ବିଷାଦ ବା ଡିପ୍ରେସନକୁ ପହଞ୍ଚିଥାଏ। ଉତ୍କଣ୍ଠା ଏବଂ ହୃଦରୋଗ ହେବାର ଆଶଙ୍କା ସୃଷ୍ଟି ହୋଇଥାଏ।

ବ୍ୟାକପେନ୍ :

ଲଗାତାର ବ୍ୟାକପେନ୍ ଲାଗି ରହିବା କିଡ୍ନୀ ଓ ଷ୍ଟୋନର କାରଣ ହୋଇପାରେ।

ଦୁର୍ବଳତା ଓ ଅବସନ୍ନତା:

ଏହା ଯୋଗୁଁ ଆଇରନର ମାତ୍ରାହାନୀ, ହୃଦୟ ସଂକ୍ରାମକ, ଗଳା ଜନିତ ସମସ୍ୟା ଆଦି କାରଣ ହୋଇପାରେ।

ମୁଣ୍ଡବିନ୍ଧା:

ଶରୀରରେ ପାଣିର କମି ଥିବାର ସମସ୍ୟା ଥିବା ସଙ୍ଗେ ହୃଦୟ ଓ ମସ୍ତିଷ୍କରେ ଜଡ଼ିତ କିଛି ରୋଗ ହୋଇଥିବାର ସମ୍ଭାବନା ମଧ୍ୟ ରହିଛି।

ଛାତି କିମ୍ବା କାନ୍ଧରେ ପୀଡ଼ା:

ଦୁର୍ବଳତା ଅବସନ୍ନତା, ନିଶ୍ୱାସ ନେବାରେ ସମସ୍ୟା ହେବା ସହିତ ଏହି ସଂକେତ ହୃଦୟ ଜନିତ ସମସ୍ୟାର ସଂକେତ ହୋଇଥାଇ ପାରେ।