କେଶକୁ ମଜଭୂତ ରଖେ କର୍ପୁର ! ଜାଣନ୍ତୁ କିପରି କରିବେ ବ୍ୟବହାର

171

ସାଧାରଣତଃ ପୂଜା ପାଠରେ କର୍ପୁର ବ୍ୟବହାର କରାଯାଏ । କିନ୍ତୁ କଣ ଆପଣ ଜାଣନ୍ତି କର୍ପୁର ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଲାଭଦାୟକ । ଏହାର ବ୍ୟବହାର ଆର୍ୟୁବେଦରେ ମଧ୍ୟ କରାଯାଇଛି । କର୍ପୁର କେଶ ସମସ୍ୟାରୁ ମୁକ୍ତି ଦେବା ସହ ଅନେକ ଔଷଧୀୟ ଗୁଣ ମଧ୍ୟ ରହିଛି ।

• କର୍ପୁର ତ୍ୱଚାକୁ ବ୍ରଣ, କଳାଦାଗ ଏବଂ ଅନ୍ୟାନ୍ୟ ସମସ୍ୟାରୁ ମୁକ୍ତି ଦେଇଥାଏ । ଏଥିପାଇଁ ପ୍ରତିଦିନ କର୍ପୁର ତେଲ ମୁହଁରେ ଲଗାନ୍ତୁ ।

• କର୍ପୁର ତେଲ କେଶ ପାଇଁ ମଧ୍ୟ ଲାଭଦାୟକ । କର୍ପୁର ତେଲକୁ ଅନ୍ୟ ବାସ୍ନା ତେଲ ସହ ମିଶାଇ କେଶରେ ଲଗାନ୍ତୁ । ଏହା ଦ୍ୱାରା କେଶ ମୂଳ ମଜଭୂତ ହେବା ସହ ଝଡିବା ମଧ୍ୟ କମିଥାଏ ।

• ଶୀତ ଦିନେ ଗୋଇଠି ଫାଟିବା ଏକ ସାଧାରଣ ସମସ୍ୟା । ତେଣୁ ଏଥିରୁ ମୁକ୍ତ ପାଇବା ପାଇଁ ଅଳ୍ପ ଗରମ ପାଣିରେ କିଛି କର୍ପୁର ମିଶାନ୍ତୁ । ପାଦକୁ କିଛି ସମୟ ପାଇଁ ଏହି ପାଣିରେ ବୁଡାଇ ରଖନ୍ତୁ । ଏପରି ଲଗାତାର ୧୫ରୁ ୨୦ ଦିନ ଯାଏଁ କଲେ ଏହି ସମସ୍ୟାରୁ ମୁକ୍ତି ମଳିଥାଏ ।

• ଖେଳିବା ସମୟରେ ଯଦି ଖଣ୍ଡିଆ ହୋଇଯାଏ ବା ଶରୀରର କୌଣସି ସ୍ଥାନ ଅଳ୍ପ ପୋଡି ଯାଇଥାଏ ତେବେ କର୍ପୁର ବ୍ୟବହାର କଲେ ଖୁବ୍ ଶୀଘ୍ର ଆରାମ ମିଳିଥାଏ ।

ଏହା ସହ ଦେଖନ୍ତୁ ଯାତ୍ରା ସମୟରେ ବାନ୍ତି ଲାଗୁଛି କି ? ଆପଣାନ୍ତୁ ଏହି ଘରୋଇ ଉପଚାର