ହୃଦଘାତକୁ ରୋକିବ ଯନ୍ତ୍ର ! ଗବେଷକଙ୍କ ଅଭିନବ ପ୍ରୟାସ

118

୨୦୧୨ରେ ହୋଇଥିବା ସର୍ବେକ୍ଷଣରୁ ଜଣାପଡ଼ିଛି , ପ୍ରତି ୨୦ ଜଣରେ ୭ଜଣ ବ୍ୟକ୍ତିଙ୍କୁ ହୃଦଘାତ ଅଚାନକ ଆସିଥାଏ । ଯଦିଓ ବିଶ୍ୱସ୍ତରରେ ଏଥିପାଇଁ ଉନ୍ନତ ଚିକିତ୍ସାମାନ ଆରମ୍ଭ ହୋଇ ଗଲାଣି ,ତଥାପି ଏହି ରୋଗ ନେଇ ଅଧିକାଂଶ ଲୋକଙ୍କ ମନରେ ଭୟ ରହୁଛି । ୱାଶିଂଟନ୍ ବିଶ୍ୱବିଦ୍ୟାଳୟର ଗବେଷକମାନେ ଏବେ ଏକ ନୂତନ ଯନ୍ତ୍ର ନିର୍ମାଣ କରିଛନ୍ତି । ଏହା ଅନେକ ଲୋକଙ୍କ ଜୀବନ ରକ୍ଷା କରିବାରେ ସାହାଯ୍ୟ କରିବ ବୋଲି ମତ ମିଳିଛି ।

ଗବେଷକଙ୍କ ମତରେ , ଏହା ହୃଦସ୍ପନ୍ଦନକୁ ନିୟନ୍ତ୍ରଣରେ ରଖିବା ସହ ହୃଦଘାତକୁ ମଧ୍ୟ ଏଡାଇଦେବ । ଏହାକୁ ଶରୀର ବାହାରେ ଲଗାଯାଇପାରିବ । ବ୍ୟାଟେରି ଦ୍ୱାରା ଚାଳିତ ଏହି ଯନ୍ତ୍ର ଶରୀରକୁ କୈାଣସି ପ୍ରକାରର କ୍ଷତି ପହଁଚାଇବନାହିଁ । ପ୍ରାୟ ୨୦ ଜଣ ଲୋକଙ୍କୁ ନେଇ ଏହା ପରୀକ୍ଷଣ କରାଯାଇଥିଲା । ୯ ଜଣ ଲୋକ ସଫଳତାର ସହ ଏହି ଯନ୍ତ୍ର ବ୍ୟବହାରରେ ନିଜକୁ ରକ୍ଷା କରିପାରିଥିଲେ । ଅନ୍ୟମାନେ ନିୟମିତ ଏହାକୁ ବ୍ୟବହାର କରୁନଥିବାରୁ ଅସୁବିଧାର ସମ୍ମୁଖୀନ ହେଲେ । ଇଉରୋପୀୟ ରାଷ୍ଟ୍ରଗୁଡିକରେ ସର୍ବପ୍ରଥମେ ଏହାର ବିକ୍ରି ଆରମ୍ଭ ହେବ ବୋଲି ଜଣାପଡ଼ିଛି ।