ରାମଦେବଙ୍କ ରହସ୍ୟ ! କାହିଁକି ଅବିବାହିତ ରହିବାକୁ ଭୀଷ୍ମପ୍ରତିଜ୍ଞା ନେଲେ ଯୋଗଗୁରୁ

162

ଯଦିଓ ଯୋଗର ଜନ୍ମଦାତା ନୁହଁନ୍ତି ବାବା ରାମଦେବ ତେବେ ତାଙ୍କୁ ଯୋଗର ପାଳନକର୍ତ୍ତା କହିଲେ ଅତ୍ୟୁକ୍ତି ହେବ ନାହିଁ । ଘରେ ଘରେ ଯୋଗକୁ ପରିଚିତ କରାଇଛନ୍ତି ରାମଦେବ । ଯୋଗ ସହ ଆୟୁର୍ବେଦ କ୍ଷେତ୍ରରେ ମଧ୍ୟ ଏକ ବିଶାଳ ସାମ୍ରାଜ୍ୟ ଛିଡା କରିଛନ୍ତି ବାବା ରାମଦେବ । ଆଜି ପତଞ୍ଜଳୀ ସମାଗ୍ରୀ ମଧ୍ୟ ଦେଶରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛି ।

ତେବେ କଣ ଆପଣ ଜାଣନ୍ତି କିଏ ଏହି ରାମଦେବ । କଣ ରହିଛି ତାଙ୍କର ଇତିହାସ । ରାମଦେବ କେମିତି ହେଲେ ବାବା ରାମଦେବ ଏବଂ ଯୋଗଗୁରୁ । ଏବଂ କାହିଁକି ବିବାହ କରିନାହାଁନ୍ତି ରାମଦେବ ! ଯଦି ଜାଣିନାହାଁନ୍ତି ତେବେ ନଜର ପକାନ୍ତୁ ରାମଦେବ ଜୀବନର କିଛି ଅଜଣା କଥା ଉପରେ ।

• ରାମଦେବଙ୍କ ପ୍ରକୃତ ନାଁ ହେଉଛି ରାମକୃଷ୍ଣ ଯାଦବ । ତାଙ୍କ ଜନ୍ମସ୍ଥାନ ହରିୟାଣାର ମହେନ୍ଦ୍ରଗଡ ଜିଲ୍ଲାରେ  ।୧୮୭୫ରେ ଦୟାନନ୍ଦ ସରସ୍ୱତୀଙ୍କ ଦ୍ୱାରା ଲେଖାଯାଇଥିବା ବହି ‘ସତ୍ୟାର୍ଥ ପ୍ରକାଶ’ ରାମଦେବଙ୍କ ଉପରେ ଗଭୀର ପ୍ରଭାବ ପକାଇଥିଲା । ଏହି ବହି ଦ୍ୱାରା ପ୍ରଭାବିତ ହୋଇ ରାମଦେବ ସରକାରୀ ସ୍କୁଲ୍ ଛାଡି ଗୁରୁକୂଳରେ ପଢିବା ପାଇଁ ନିଷ୍ପିତି ନେଇଥିଲେ । କହିବାକୁ ଗଲେ ରାମଦେବଙ୍କ ପାଇଁ ଏକ ନୂଆ ଦୁନିଆଁର ଦ୍ୱାର ଖୋଲିଦେଇଥିଲା ଏହି ବହି ।

• ଏହି ବହି ପ୍ରଭାବରେ ରାମ ଦେବ କେବେ ବି ଫୋନରେ ‘ହାଲୋ’ କୁହନ୍ତି ନାହିଁ । ‘ହାଲୋ’ ସ୍ଥାନରେ ‘ଓଁ’ ଜପ କରନ୍ତି । କାରଣ ବହି ‘ସତ୍ୟାର୍ଥ ପ୍ରକାଶ’ର ପ୍ରଥମ ଅଧ୍ୟାୟରେ ‘ଓଁ’ର ଉତ୍ପତି ଏବଂ ମହତ୍ୱ ଉପରେ ବର୍ଣ୍ଣନା କରାଯାଇଛି ।

• ଏହି ବହି ପଢି ରାମଦେବ ପ୍ରାଚୀନ କାଳର ଋଷିମୁନିଙ୍କ ପଦାଙ୍କ ଅନୁସରଣ କରିବାକୁ ଚେଷ୍ଟା କରିଥିଲେ । ଯେହେତୁ ପାଚୀନ ଋଷିମୁନି ମାନେ ବ୍ରହ୍ମଚର୍ଯ୍ୟ ପାଳନ କରୁଥିଲେ ତେଣୁ ରାମଦେବ ଅବିବାହିତ ରହିବାକୁ ନେଇଥିଲେ ଭୀଷ୍ମପ୍ରତିଜ୍ଞା ।

• ରାମଦେବ ଜାଣିଥିଲେ ପରିବାର ଲୋକ ତାଙ୍କ ସ୍କୁଲ୍ ଛାଡି ଗୁରୁକୂଳରେ ପଢିବା ନିଷ୍ପତିକୁ ଗ୍ରହଣ କରିବେ ନାହିଁ । ତେଣୁ ଦିନେ ରାମଦେବ ଘର ଛାଡି ଲୁଚି ପଳାଇଥିଲେ । ଏହା ପରେ ହରିୟାଣାର ଖାନପୁରରେ ଏକ ଗୁରୁକୂଳରେ ନାଁ ଲେଖାଇଥିଲେ ।

• ୧୯୯୫ରେ ରାମନବମୀ ଦିନ ନିଜ ଗୁରୁଙ୍କ ଠାରୁ ଦୀକ୍ଷା ନେଇ ରାମକୃଷ୍ଣ ଯାଦବରୁ ସେ ସ୍ୱାମୀ ରାମଦେବ ହୋଇଥିଲେ ।