ଜାନୁର ଜୀବନ କାହାଣୀ ! ପେଟ ପାଇଁ ନାଚୁ ଥିଲେ , ପେଟରେ ବାଜିଲା ଗୁଳି

45

ଯେଉଁ ନାଚ ଦିନେ ପରିବାର ଚଳାଇବା ପାଇଁ ଏକ ମାତ୍ର ବାଟ ଥିଲା ସେଇ ନାଚ ଆଜି ମୃତ୍ୟୁର କାରଣ ପାଲଟି ଯାଇଛି । ଏହା ହେଉଛି ପଂଜାବରେ ଗୁଳି ମାଡରେ ମୃତ୍ୟୁ ବରଣ କରିଥିବା କୁଲୱିନ୍ଦର୍ କୌର ଓରଫ ଜାନୁଙ୍କ କାହାଣୀ । ଜାନୁଙ୍କ ଭୂଲ୍ ଏତିକି ଥିଲା ଯେ ସେ ଅଭିଯୁକ୍ତ ବିଲାଙ୍କ ସହ ନାଚିବାକୁ ମନା କରିଥିଲେ । ଆଉ ଯାହାର ମୂଲ୍ୟ ନିଜ ଜୀବନ ଦେଇ ସୁଝିବାକୁ ପଡିଛି ଏହି ୨୪ ବର୍ଷୀୟ ଡ୍ୟାନ୍ସରଙ୍କୁ । ତେବେ ଜାନୁଙ୍କ ମୃତ୍ୟୁ ଦେଶବାସୀଙ୍କ ମନରେ ଯେ କେବଳ ପ୍ରଶ୍ନ ଛାଡି ଯାଇନି ନିର୍ବାକ୍ ନିସ୍ତବ୍ଧ କରିଯାଇଛି ପରିବାର ଲୋକଙ୍କୁ ।

ତେବେ ନିଜର ଖୁସି କିମ୍ବା ସଉକ ପାଇଁ ନୁହେଁ ବରଂ ଦାରିଦ୍ର୍ୟ ଓ ଅର୍ଥାଭାବ ହିଁ ଜାନୁଙ୍କୁ ବାଧ୍ୟ କରିଥିଲା ଏହି ପେଷାରେ ପେଟ ପୋଷିବାକୁ । କାରଣ କିଛିଦିନ ତଳେ ତାଙ୍କ ଭାଇଙ୍କର ମୃତ୍ୟୁ ହୋଇଥିଲା । ଆଉ ଭାଇଙ୍କର ତିନି ପିଲାଙ୍କ ସହ ପୂରା ପରିବାର ଜାନୁଙ୍କ ଉପରେ ନିର୍ଭରଶୀଳ ଥିଲା । କେବଳ ଏତିକି ନୁହେଁ ଜାନୁ ୨ ମାସର ଗର୍ଭବତୀ ମଧ୍ୟ ଥିଲେ । ଜାନୁଙ୍କ ମୃତ୍ୟୁରେ ଭାଙ୍ଗିପଡିଥିବା ତାଙ୍କ ବାପା ବଲଦେବ୍ କୁହନ୍ତି ସେ ତାଙ୍କ ଝିଅ ନୁହେଁ ପୁଅ ଥିଲେ । ଆଉ ଏବେ ଏକ ମାତ୍ର ସାହାରା ହରାଇ ବେସାହାରା ହୋଇପଡିଛି ଜାନୁଙ୍କ ପରିବାର ।

ତେବେ ଏହି କାହାଣୀ କେବଳ ଏକା କୁଲୱିନ୍ଦରଙ୍କର ନୁହେଁ । ବଠିଣ୍ଡାର ଧିଲୋନ୍ ମାର୍କେଟରେ ଥିବା ଏକ ଅରକେଷ୍ଟା ଗ୍ରୁପର କିଛି ଡ୍ୟାନ୍ସରଙ୍କ କହିବା ଅନୁଯାୟୀ କୌଣସି ବିବାହ ହେଉ ବା ଉତ୍ସବ, ଅନେକ ସମୟରେ ସେମାନେ ନିର୍ଯାତନାର ଶିକାର ହୋଇଥାନ୍ତି । କେବଳ ଦାରିଦ୍ର୍ୟ ହିଁ ଏହି ଗରୀବ ଯୁବତୀ ମାନଙ୍କୁ ଏପରି ବିଶୃଙ୍ଖଳିତ ଧନୀ ମାନଙ୍କ ପାଖରେ ନାଚିବାକୁ ବାଧ୍ୟ କରିଥାଏ ।

ଏହା ସହ ଦେଖନ୍ତୁ ସାଙ୍ଗରେ ନାଚିବାକୁ ମନା କରିବାରୁ ଡ୍ୟାନ୍ସରଙ୍କୁ ଗୁଳି କରି ହତ୍ୟା : କ୍ୟାମେରାରେ କଏଦ୍ ହେଲା ଭିଡିଓ