ରଖେ ହରି ମାରେ କିଏ : ପାରା ଧରିବାକୁ ଯାଇ ରାଉରକେଲାର ବନ୍ଧମୁଣ୍ଡାରେ ଫଶିଗଲା ବାଳକ, ୧୦ ଦିନ ପରେ ଉଦ୍ଧାର 

1,535

କନକ ବ୍ୟୁରୋ : ଘଟଣା କୌଣସି ସିନେମା କାହାଣୀଠାରୁ କମ୍ ନୁହେଁ । କଥାରେ ଅଛି ରଖେ ହରି ମାରେ କିଏ । ଯାହାକୁ ଭଗବାନ ବଂଚାଇ ରଖିବେ, ତାକୁ କେହି ମାରି ପାରିବେ ନାହିଁ ।  ଏଭଳି ଘଟଣା ଦେଖିବାକୁ ମିଳିଛି ରାଉରକେଲା ବନ୍ଧମୁଣ୍ଡାର ଜଣେ ବାଳକଙ୍କ କ୍ଷେତ୍ରରେ । ପାଣି ଟାଙ୍କି ଭିତରେ  ଦୀର୍ଘ ୧୦ ଦିନ ରହିବା ପରେ  ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି ବାଳକକୁ । ପାରା ଧରିବାକୁ ସଂପୃ୍କ୍ତ ବାଳକ ପାଣିଟାଙ୍କିରେ ଫସିଯାଇଥିଲା । ଆଉ ସେଠାରେ ପାଣି ପିଇ  ଜୀବନ ବଂଚାଇଥିଲା ।

ଖବର ଅନୁସାରେ,  ବନ୍ଧମୁଣ୍ଡା ଥାନା ତୁମେକ୍ତାର୍ତ୍ତା ସିନେମାଟୋଲିର ଜଣେ ବାଳକ ଗତ ୧୮ ତାରିଖରୁ  ନିଖୋଜ ଥିଲେ  । ଏ ନେଇ ଥାନାରେ ଅଭିଯୋଗ ହୋଇଥିଲା ।  ଶେଷରେ ସଂପୃକ୍ତ ବାଳକଙ୍କୁ ଉଦ୍ଧାର କରାଯାଇଛି ।  ଉଦ୍ଧାର ବାଳକର କହିବାଅନୁସାରେ,  ସେ ପାରା ଧରିବାକୁ ଯାଇ ପାଣି ଟଙ୍କାରେ ଫଶିଯାଇଥିଲା । କେବଳ ପାଣି ପିଇ ଜୀବନ ବଂଚାଇଥିଲା । ଲୋକେ  ବାଳକକୁ ଠାବ କରିବା ପରେ  ଜଳଯାଗାଣ ବିଭାଗକୁ ଜଣାଇଥିଲେ । ପରେ ରଶି ସହାୟତାରେ ବାଳକକୁ ଉଦ୍ଧାର କରାଯାଇଛି ।