ଦେଶର ପରବର୍ତ୍ତୀ ସେନାଧ୍ୟକ୍ଷ ହେବେ ଲେଫ୍ଟନାଣ୍ଟ ଜେନେରାଲ ମନୋଜ ମୁକୁନ୍ଦ ନାରାଭାଣେ । ବିପିନ୍ ରାୱତଙ୍କ ଅବସର ପରେ ମନୋଜ ସେନା ମୁଖିଆ ଭାବେ କରିବେ କାର୍ଯ୍ୟ । 

237

କନକ ବ୍ୟୁରୋ : ଦେଶର ପରବର୍ତ୍ତୀ ସେନାମୁଖ୍ୟ ହେବେ ଲେଫ୍ଟନାଣ୍ଟ ଜେନେରାଲ ମନୋଜ ମୁକୁନ୍ଦ ନାରାଭାଣେ । ବିପିନ୍ ରାୱତଙ୍କ ଅବସର ପରେ ସେନାଧ୍ୟକ୍ଷ ଭାବେ ଦାୟିତ୍ୱ ତୁଲାଇବେ ମନୋଜ । ଆସନ୍ତା ୩୧ରେ ସେନାମୁଖ୍ୟ ପଦରୁ ଅବସର ଗ୍ରହଣ କରିବେ ବିପିନ୍ ରାୱତ । ତେଣୁ ବରିଷ୍ଠତା କ୍ରମରେ ମୁକୁନ୍ଦଙ୍କୁ ଏହି ଦାୟିତ୍ୱ ଦିଆଯିବ । ମନୋଜ ଏବେ ଭାରତୀୟ ସେନାର ଉପମୁଖ୍ୟ ଭାବେ କାର୍ଯ୍ୟ କରୁଛନ୍ତି । ନିଜର ୩୭ ବର୍ଷର କାର୍ଯ୍ୟକାଳ ଭିତରେ ସେନାର ବିଭିନ୍ନ ପଦପଦବୀରେ ମନୋଜ ବେଶ ସଫଳତାର ସହ କାର୍ଯ୍ୟ କରିଛନ୍ତି ।

ଏହାପୂର୍ବରୁ ସ୍ଥଳସେନାର ଉପମୁଖ୍ୟ ଭାବେ ଗତ ସେପ୍ଟେମ୍ବରରେ ଦାୟିତ୍ୱ ଗ୍ରହଣ କରିଥିଲେ ମନୋଜ । ଏହି ପଦରେ ବସିବା ପୂର୍ବରୁ ସେ ସେନାର ପୂର୍ବାଞ୍ଚଳ ବିଗ୍ରେଡର ମୁଖ୍ୟ ଭାବେ କାର୍ଯ୍ୟ କରୁଥିଲେ । ଏହାସହ ଜମ୍ମୁ-କାଶ୍ମୀରରେ ମଧ୍ୟ କାର୍ଯ୍ୟ କରିବାର ଅଭିଜ୍ଞତା ମନୋଜଙ୍କ ନିକଟରେ ରହିଛି । ଲେଫ୍ଟନାଣ୍ଟ ଜେନେରାଲ ମନୋଜ ଏନଡିଏ ସମେତ ଆଇଏମଏରୁ ପାସ ଆଉଟ ହୋଇଛନ୍ତି ।