ଆଉ ଠକିପାରିବେନି ପେଟ୍ରୋଲ ପମ୍ପ ! ଠକିଲେ ଲାଇସେନ୍ସ ବାତିଲ୍

54

ସାରା ଦେଶରେ ପେଟ୍ରୋଲ ପମ୍ପରେ ହେବ ସରପ୍ରାଇଜ୍ ଚେକ । ଯଦି କିଛି ଗଡବଡ ହେଉଥିବାର ସୂଚନା ମିଳେ ତେବେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ହେବ । ଏପରିକି ପେଟ୍ରୋଲ ପମ୍ପର ଲାଇସେନ୍ସକୁ ବାତିଲ କରି ଦିଆଯାଇପାରେ । କିଛି ଏଭଳି ଢଙ୍ଗରେ ଆଜି ଚେତାବନୀ ଦେଇଛନ୍ତି ବିଭାଗୀୟ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଗ୍ରାହକଙ୍କ ହିତକୁ ଦୃଷ୍ଟିରେ ରଖି ସରକାର ଏଭଳି ପଦକ୍ଷେପ ନେଉଥିବା କେନ୍ଦ୍ରମନ୍ତ୍ରୀ ଉଲ୍ଲେଖ କରିଛନ୍ତି ।

୨୮ ଏପ୍ରିଲରେ ଲକ୍ଷ୍ନୌରେ ଏକାଧିକ ପେଟ୍ରୋଲ ପମ୍ପ ଉପରେ ଚଢାଉ କରିଥିଲା ଏସଟିଏଫ । ଯେଉଁଥିରେ ମିଳିଥିଲା ସାଂଘାତିକ ତଥ୍ୟ । ୧ ଲିଟର ଯାଗାରେ ଗ୍ରାହକଙ୍କୁ ମିଳିଥିଲା ୯୪୦ ମିଲିଲିଟର । ଏହି ଖୁଲାସା ପରେ ଆରମ୍ଭ ହୋଇଥିଲା ଧରପଗଡ । ଏସବୁ ପେଟ୍ରୋଲ ପମ୍ପକୁ ଏବେ ସିଲ୍ କରିଦିଆଯାଇଛି ।

ନିକଟରେ ରାଜ୍ୟରେ ମଧ୍ୟ ଏକାଧିକ ପେଟ୍ରୋଲ ପମ୍ପ ଓ ଗ୍ୟାସ ଏଜେନସୀ ଉପରେ ଚଢାଉ କରିଥିଲେ ରାଜ୍ୟ ସରକାର । ଯାହାକୁ ନେଇ ସେତେବେଳେ ରାଜନୀତି ଜୋର ହୋଇଥିଲା । ସଠିକ ମାପକୁ ନିଶ୍ଚିତ କରିବାର ଦାୟିତ୍ୱ ଯଦିଓ ରାଜ୍ୟ ସରକାରଙ୍କର ତେବେ ତୈଳ କଂପାନୀ ମାନେ ଏହି ଦାୟିତ୍ୱରୁ ନିଜକୁ ଦୂରେଇ ନେପାରିବେନି ବୋଲି ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ।