LIC ଆଣିଲା ନିଯୁକ୍ତି ସୁଯୋଗ ! ୭୦୦ ପଦ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି, ଜାଣନ୍ତୁ କିପରି କରିବେ ଆବେଦନ ।
ଲାଇଫ ଇନସ୍ୟୁରାନ୍ସ କର୍ପୋରେସନ ଅଫ ଇଣ୍ଡିଆ ପକ୍ଷରୁ ନିଯୁକ୍ତି ନେଇ ପ୍ରକାଶ ପାଇଛି ବିଜ୍ଞପ୍ତି । ଏଥିରେ ଆସିଷ୍ଟାଣ୍ଟଆଡମିନିଷ୍ଟ୍ରେଟିଭ ପଦରେ ଆବେଦନ କରିବା ପାଇଁ ଆମନ୍ତ୍ରିତ କରାଯାଇଛି । ଆବେଦନ କରିବା ପାଇଁ ଚାହୁଁଥିବା ଆଶାୟୀ ଏହାର ଅଫିସିଆଲ ୱେବସାଇଟରେ ଯାଇ ଆବେଦନ କରିପାରିବେ । ଏହା ସହ ପଦଗୁଡିକୁ ଜାତି ଆଧାରରେ ମଧ୍ୟ ସଂରକ୍ଷିତ କରାଯାଇଛି ।
Kanak News is now on WhatsApp
Join and get latest news updates delivered to you via WhatsApp
ପଦର ବିବରଣୀ :
ଭର୍ତ୍ତି ପ୍ରକ୍ରିୟାରେ ୭୦୦ ଜଣ ଆଶାୟୀଙ୍କୁ ଚୟନ କରାଯିବ । କିନ୍ତୁ ପେ-ସ୍କେଲକୁ ନେଇ ଏପର୍ଯ୍ୟନ୍ତ କୌଣସି ସୂଚନା ଦିଆଯାଇନାହିଁ । ଏହି ୭୦୦ ପଦ ମଧ୍ୟରେ ସାଧାରଣ ବର୍ଗରେ ୩୪୯ଟି ପଦ, ଓବିସି ବର୍ଗରେ ୧୯୨ଟି ପଦ, ଏସସି ବର୍ଗରେ ୧୦୪ଟି ଏବଂ ଏସଟି ବର୍ଗ ପାଇଁ ୫୨ଟି ପଦ ସଂରକ୍ଷିତ ରହିଛି ।
ଯୋଗ୍ୟତା :
ଏହି ପଦ ପାଇଁ ଗ୍ରାଜୁଏସନ ଶେଷ କରିଥିବା ଆଶାୟୀମାନେ ଆବେଦନ କରିପାରିବେ ।
ବୟସସୀମା :
ଏହି ପଦରେ ଆବେଦନ କରିବା ପାଇଁ ଆଶାୟୀମାନଙ୍କର ସର୍ବନିମ୍ନ ବୟସ ୨୧ ବର୍ଷ ଏବଂ ସର୍ବାଧିକ ବୟସ ୩୦ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ । କିନ୍ତୁ ସରକାରଙ୍କ ନିୟମ ଅନୁଯାୟୀ ଆରକ୍ଷିତ ବର୍ଗର ଆଶାୟୀ ମାନଙ୍କୁ ବସୟ ସୀମାରେ କୌଣସି ରୋକ ଲାଗିବ ନାହିଁ ।
ଆବେଦନ ଶୁଳ୍କ :
ଆବେଦନ କରିବା ପାଇଁ ସାଧାରଣ ଏବଂ ଓବିସି ବର୍ଗର ଆଶାୟୀ ମାନଙ୍କ ପାଇଁ ୬୦୦ ଟଙ୍କା ଧାର୍ଯ୍ୟ କରାଯାଇଛି । ସେହିପରି ଏସସି-ଏସଟି ବର୍ଗର ଆଶାୟୀମାନଙ୍କୁ ୧୦୦ ଟଙ୍କା ଶୁଳ୍କ ଦେବା ପାଇଁ ପଡିବ ।
ଆବେଦନର ଅନ୍ତିମ ତାରିଖ :
୧୫ ଅଗଷ୍ଟ ୨୦୧୮
ଚୟନପ୍ରକ୍ରିୟା :
ଆଶାୟୀମାନର ଚୟନ ଲିଖିତ ପରୀକ୍ଷା ଏବଂ ଇଣ୍ଟରଭ୍ୟୁ ପ୍ରଦର୍ଶନ ଆଧାରରେ କରାଯିବ ।