ଏଲଆଇସି ଗ୍ରାହଙ୍କ ପାଇଁ ଜରୁରୀ ସୂଚନା । ମାର୍ଚ୍ଚ ୧ ପୂର୍ବରୁ କରାଇ ନିଅନ୍ତୁ ଏହି ସବୁ ଗୁରୁତ୍ୱପୂର୍ଣ୍ଣ କାମ ।

2,158

ଏଲଆଇସିର ଏବେ ନୂଆ ରୁପ ହେବାକୁ ଯାଉଛି । ଅର୍ଥାତ୍ ଏଲଆଇସି ଏବେ ଡିଜିଟାଲ୍ ହେବାକୁ ଯାଉଛି । କମ୍ପାନୀ ୧ ମାର୍ଚ୍ଚ ୨୦୧୯ ରୁ ଅଟୋମେଟେଡ୍ ଏସଏମଏସ୍ ଜରିଆରେ ପଲିସି ହୋଲ୍ଡର୍ସଙ୍କୁ ପ୍ରିମିୟମ୍ ସହ ଜଡିତ ଥିବା ବିବରଣୀ ଦେବାକୁ ଯାଉଛି । ପ୍ରିମିୟମ୍ ହେବା ପରେ ରିମାଇଣ୍ଡର ମଧ୍ୟ ଏସଏମଏସ୍ ଜରିଆରେ ହିଁ ଦିଆଯିବ । ଯଦି ଆପଣଙ୍କୁ ଏହି ଏସଏମଏସ୍ ମିଳୁଛି ତେବେ ଆପଣଙ୍କ ନମ୍ବର ମଧ୍ୟ ଏଲଆଇସି ସହ ଜଡିତ ହୋଇ ରହିଛି ।

ଅନ୍ୟପକ୍ଷରେ ଯଦି ଆପଣଙ୍କୁ କୌଣସି ଏସଏମଏସ୍ ମିଳୁନାହିଁ ତେବେ ଆପଣଙ୍କ ନମ୍ବର ରେଜିଷ୍ଟର୍ ହୋଇନାହିଁ କିମ୍ବା ଅପଡେଟ୍ ହୋଇନାହିଁ । ଏଭଳି ସ୍ଥିତିରେ ଆପଣଙ୍କୁ ତୁରନ୍ତ ନିଜ ନମ୍ବରକୁ ରେଜିଷ୍ଟର କିମ୍ବା ଅପଡେଟ୍ କରିବାକୁ ପଡିବ । ଏଭଳି ନ କଲେ ଆପଣଙ୍କୁ ଏଲଆଇସି ଅପଡେଟ୍ ମିଳିବ ନାହିଁ । ଏଥିପାଇଁ ଭବଷ୍ୟତରେ ଆପଣଙ୍କୁ ପେନାଲ୍ଟୀ ମଧ୍ୟ ଦେବାକୁ ପଡିପାରେ । ମୋବାଇଲ୍ ନମ୍ବର ରେଜିଷ୍ଟର ପାଇଁ ଆପଣ ଏଜେଣ୍ଟକୁ କଲ୍ କରିପାରିବେ । ଏଥିପାଇଁ ଏଲଆଇସି ୱେବସାଇଟ୍ କୁ ଯାଇ ନମ୍ବର ଅପଡେଟ୍ କରିବାକୁ ପଡିବ । ଆପଣଙ୍କୁ କହି ରଖୁଛୁ ଯେ ଏଲଆଇସି ସହ ୨୫ କୋଟି ଲୋକ ଜଡିତ ହୋଇ ରହିଛନ୍ତି ।