ଅଚାନକ ଦରକାର ପଡୁଛି ଟଙ୍କା , ତେବେ ନିଅନ୍ତୁ ଏଲଆଇସିର ଏଭଳି ଏକ ଲୋନ୍ ଯେଉଁଥିରେ ଦେବାକୁ ପଡିବ ନାହିଁ ଇଏମଆଇ !

2,425

ଯଦି ଆପଣଙ୍କ ପାଖରେ ଏଲଆଇସିର ପଲିସି ଅଛି ଏବଂ ଆପଣଙ୍କୁ ଅଚାନକ ଟଙ୍କା ଦରକାର ପଡୁଛି ତେବେ ବିଚଳିତ ହୁଅନ୍ତୁ ନାହିଁ । ଆପଣ ଘରେ ବସି ଭାରତୀୟ ଜୀବନ ବୀମା ନିଗମରୁ ହିଁ ଲୋନ୍ ନେଇପାରିବେ । ଏହାର ଅର୍ଥ ଆପଣ ଅନଲାଇନ୍ ଏଥିପାଇଁ ଆପ୍ଲାଏ କରିପାରିବେ । ଯାହାଦ୍ୱାରା ଆପଣଙ୍କୁ ସହଜରେ ଲୋନ୍ ବି ମିଳିଯିବ । କେବଳ ଏତିକି ନୁହେଁ ଏଥିପାଇଁ ଆପଣଙ୍କୁ ଇଏମଆଇ ମଧ୍ୟ ଭରିବାକୁ ପଡିବ ନାହିଁ । ଏହି ପଲିସିରେ ମାଚ୍ୟୁରିଟିରେ ନେଇଥିବା ଲୋନ୍ ଟଙ୍କାକୁ କାଟି ଦିଆଯାଇଥାଏ । ତେବେ ଏଲଆଇସିରୁ କିଭଳି ଏହି ଲୋନ୍ ନେବେ ଜାଣନ୍ତୁ ।

 

ଏଭଳି କରନ୍ତୁ ଅନଲାଇନ୍ ଆପ୍ଲାଏ : ଏଲଆଇସି ନିଜ ୱେବସାଇଟ୍ ରେ ଏହି ସୁବିଧା ଉପଲବ୍ଧ କରାଇଛି । ଆପଣ https://www.licindia.in/home/policyloanoptions ରେ ଆପ୍ଲାଏ କରିପାରିବେ । ଏହି ସାଇଟରେ କ୍ଲିକ୍ କରିବା ପରେ ଆପଣଙ୍କୁ ଫର୍ମ ମିଳିଯିବ ଏବଂ ଏହାର ଷ୍ଟେପ୍ ମଧ୍ୟ ଲିଙ୍କ୍ ଜରିଆରେ ଆପଣ ଜାଣିପାରିବେ । ଏହି ଫର୍ମକୁ ଡାଉନଲୋଡ୍ କରି ଆପଣ ହସ୍ତାକ୍ଷର କରି ପୁଣିଥରେ ଏଲଆଇସି ୱେବସାଇଟ୍ ରେ ଲୋଡ୍ କରିପାରିବେ । ଏହାପରେ ଆପଣଙ୍କ ପ୍ରୋସେସ୍ ପୁରା ହୋଇଯିବ । ଏହାପରେ ଏଲଆଇସି ଆପଣଙ୍କୁ ଲୋନ୍ ଦେଇପାରିବେ ।

ଇଏମଆଇ ଦେବାକୁ ପଡିବ ନାହିଁ : ଏଲଆଇସିରେ ମିଳୁଥିବା ଲୋନ୍ ର କୌଣସି କିସ୍ତି ନଥାଏ । ଏହା ଆପଣଙ୍କ ଉପରେ ନିର୍ଭର ରହିବ କି ଆପଣ ପଲିସି ସମ୍ପୁର୍ଣ୍ଣ ହେବା ପରେ ଟଙ୍କା ଫେରସ୍ତ କରିବେ ବା ପଲିସି ଲୋନ୍ ରେ ଟଙ୍କା କଟାଇବେ । ଲୋନ୍ ର ଋଣ କିନ୍ତୁ ଦେବା ଅନିବାର୍ଯ୍ୟ ଅଟେ । ଅଧିକତର ଲୋକଙ୍କୁ ଲାଗିଥାଏ ଯେ ଏଲଆଇସିରୁ ଲୋନ୍ ନେବାକୁ ହେଲେ ବ୍ରାଞ୍ଚର ଚକ୍କର କାଟିବାକୁ ପଡିଥାଏ । କିନ୍ତୁ ଏହି ଲୋନ୍ କୁ ଆପଣ ଘରେ ବସି ଅନଲାଇନ୍ ମାଧ୍ୟମରେ ମଧ୍ୟ ନେଇପାରିବେ ।

ସବୁ ପଲିସିରେ ଲୋନ୍ ମିଳିନଥାଏ : ଏଲଆଇସି ୟୁଲିପ୍ ବା ଟର୍ମ ଲାଇଫ୍ ଇନ୍ସୁରାନ୍ସରେ ଲୋନ୍ ଦେଇନଥାଏ । ଏହି ଦୁଇ ପଲିସି ଛଡା ଯଦି ଆପଣଙ୍କ ପାଖରେ ବୀମା ଯୋଜନା ରହିଛି ତେବେ ଆପଣଙ୍କୁ ଲୋନ୍ ମିଳିପାରିବ । ଏହି ଲୋନ୍ ଆପଣଙ୍କ ପଲିସି ସରେଣ୍ଡର ଭେଲ୍ୟୁର ୯୦ ପ୍ରତିଶତ ପର୍ଯ୍ୟନ୍ତ ମିଳିପାରିବ । ଯଦି ଆପଣ ପୂର୍ବରୁ ଲୋନ୍ ନେଇଛନ୍ତି ଏବଂ ଆପଣଙ୍କ ୯୦ ପ୍ରତିଶତ ଲିମିଟ୍ ଶେଷ ହୋଇସାରିଛି । ତେବେ ମଧ୍ୟ ଆପଣ ଲୋନ୍ ନେଇପାରିବେ । ଏହି ଲୋନରେ କୌଣସି ପ୍ରକାର କରଛାଡର ସୁବିଧା ନଥାଏ ।

 

କିଭଳି ଶୁଝିବେ ଲୋନ୍ : ବ୍ୟାଙ୍କ ଠାରୁ ଏଲଆଇସିରେ ନିଆଯାଇଥିବା ଲୋନ୍ ଶୁଝିବା ଖୁବ୍ ସହଜ । ଏଠାରେ କିସ୍ତି ବା ଇଏମଆଇ ଭଳି ସୁବିଧା ନଥାଏ । ଆପଣ ଲୋନ୍ ନେଉ ନେଉ ବି ଯଦି ଶୁଝିବାକୁ ଚେଷ୍ଟା କରିବେ ତେବେ ଏହା ମଧ୍ୟ ସମ୍ଭବ । ଯଦି ଗୋଟିଏ ଥରରେ ଲୋନ୍ ଶୁଝିବା ପାଇଁ ଚାହିଁବେ ତେବେ ଏହା ମଧ୍ୟ ସମ୍ଭବ । ଏହାଛଡା ଆପଣଙ୍କ ପାଖରେ ଆଉ ଏକ ବିକଳ୍ପ ରହିଛି ଯେଉଁଥିରେ ଆପଣ ଋଣ ଦେଇଚାଲନ୍ତୁ ଏବଂ ଲୋନ୍ ଆମାଉଣ୍ଟ କୁ ବୀମା ସମ୍ପୁର୍ଣ୍ଣ ହେବା ପର୍ଯ୍ୟନ୍ତ ନ ଶୁଝନ୍ତୁ । ଏହି ସ୍ଥିତିରେ ଆପଣଙ୍କୁ ବୀମା ଶୁଝିବା ପାଇଁ ଲୋନ୍ କୁ କାଟି ମଧ୍ୟ କରାଯାଇପାରିବ । କିନ୍ତୁ ଯଦି ଆପଣ ଋଣ ଶୁଝିପାରିବେ ନାହିଁ ତେବେ ଏଲଆଇସି ଆପଣଙ୍କ ପଲିସିକୁ ବନ୍ଦ କରି ନିଜ ଲୋନ୍ ର ଟଙ୍କା କାଟିଦେବେ । ଏହାପରେ ଯେଉଁ ଟଙ୍କା ବଳିବ ଏହାକୁ ଆପଣଙ୍କୁ ହସ୍ତାନ୍ତର କରାଯିବ ।