୬ ଦିନ କାଳ ବ୍ୟାଙ୍କରେ ଝୁଲିବ ତାଲା ! ପୁଣି ହଡତାଲରେ ରହିବେ ବ୍ୟାଙ୍କ କର୍ମଚାରୀ , ଅଟକିଥିବା କାମକୁ ତୁରନ୍ତ କରନ୍ତୁ ।

29

ଭାରତୀୟ ଜୀବନ ବୀମା ନିଗମ (ଏଲଆଇସି)ର ଆଇଡିବିଆଇ ବ୍ୟାଙ୍କରୁ ସେୟାର୍ କିଣିବାକୁ ନେଇ ବ୍ୟାଙ୍କ୍ କର୍ମଚାରୀ ଅସନ୍ତୋଷ ପ୍ରକାଶ କରିଛନ୍ତି । ଏହି କାରଣରୁ ୬ ଦିନ ପାଇଁ ଧର୍ମଘଟ କରିବାକୁ କର୍ମଚାରୀ ସଂଘ ଧମକ ଦେଇଛନ୍ତି । କର୍ମଚାରୀ ବ୍ୟାଙ୍କକୁ ସିଧାସିଧା କହିଛନ୍ତି ଯେ ଯଦି ଏଲଆଇସି ଏବଂ ଆଇଡିବିଆଇର ଡିଲ୍ ହୁଏ ତେବେ ସୋମବାର ଠାରୁ ୬ ଦିନ ପର୍ଯ୍ୟନ୍ତ ବ୍ୟାଙ୍କରେ ଧର୍ମଘଟ କରିବା ପାଇଁ କର୍ମଚାରୀ ଆଗକୁ ଆସିବେ ।

ବ୍ୟାଙ୍କ କର୍ମଚାରୀ ଦରମା ବୃଦ୍ଧିକୁ ନେଇ ମଧ୍ୟ ଧର୍ମଘଟରେ ବସିବାକୁ ଯାଉଛନ୍ତି । ବ୍ୟାଙ୍କ ଏବଂ କର୍ମଚାରୀଙ୍କ ମଧ୍ୟରେ ଘଟିଥିବା ଏହି ଶୀତଳ ଯୁଦ୍ଧରେ ବଳି ପଡିବେ ଖାତାଧାରୀ । ତେବେ ଏନେଇ ବ୍ୟାଙ୍କ ନିଜ ରେଗ୍ୟୁଲେଟରୀ ଫାଇଲରେ ଦର୍ଶାଇଛି ଯେ ୧୬ ଜୁଲାଇରୁ ୨୧ ଜୁଲାଇ ପର୍ଯ୍ୟନ୍ତ ଧର୍ମଘଟ କରିବା ପାଇଁ ବ୍ୟାଙ୍କକୁ କର୍ମଚାରୀଙ୍କ ତରଫରୁ ଏକ ନୋଟିସ୍ ମିଳିଛି । ବ୍ୟାଙ୍କରେ କର୍ମଚାରୀଙ୍କ ଦରମା ବୃଦ୍ଧି ପ୍ରସଙ୍ଗ ନଭେମ୍ବର ୨୦୧୨ ମସିହାରୁ ଅଟକି ପଡିଛି । ଗତବର୍ଷ କର୍ମଚାରୀମାନେ ଧର୍ମଘଟର ଧମକ ଦେଇଥିଲେ କିନ୍ତୁ ବ୍ୟାଙ୍କର ପ୍ରତିଜ୍ଞାକ୍ରମେ ପରମୁହୂର୍ତ୍ତରେ କର୍ମଚାରୀ ଏଥିରୁ ଅପସରି ଯାଇଥିଲେ । କିନ୍ତୁ ଏବେ କର୍ମଚାରୀଙ୍କ ଧମକ ସତରେ ପରିଣତ ହେବାକୁ ଯାଉଥିବା କଥା ଶୁଣିବାକୁ ମିଳୁଥିବାରୁ ଏହା ଖାତାଧାରୀଙ୍କ ପାଇଁ ଅସୁବିଧା ଆଣିପାରେ ।