ମହିଳାଙ୍କ ପାଇଁ ଏଲଆଇସିର ବିଶେଷ ଯୋଜନା, ସୁରକ୍ଷା ସହିତ ମିଳିବ ବୋନସ୍

500

ଏଲଆଇସିର ଅଧାର ଶିଳା ଯୋଜନା ଏକ ଗ୍ୟାରେଣ୍ଟି ରିର୍ଟନ ଏଣ୍ଡୋମେଣ୍ଟ ଯୋଜନା । ଏହା ମାର୍କେଟ ସହିତ ଜଡିତ ଯୋଜନା ନୁହେଁ । ଏହା ଜୀବନ ବୀମା ଯୋଜନା ଲାଭ ସହିତ ଅଛି, ଅର୍ଥାତ୍ ଏଥିରେ ଆପଣଙ୍କୁ ବୋନସର ସୁବିଧାର ଲାଭ ଦିଆଯାଏ । ଏଲଆଇସିର ଆଧାର ଶିଳା ଯୋଜନାରେ ଆପଣଙ୍କୁ ଏକ ସମୟରେ ସୁରକ୍ଷା ସହିତ ସେଭିଙ୍ଗସ୍ ବି ପ୍ରଦାନ କରେ । ଏହାକୁ ବିଶେଷ ରୂପେ ସେହି ମହିଳାଙ୍କ ପାଇଁ ତିଆରି କରାଯାଇଛି, ଯାହାଙ୍କ ପାଖରେ ଭାରତୀୟ ବିଶିଷ୍ଟ ପରିଚୟ ପ୍ରାଧିକରଣ(ୟୁଆଇଡିଏଆଇ) ଦ୍ୱାରା ଦିଆଯାଇଥିବା ଆଧାର କାର୍ଡ ଉପଲବ୍ଧ ଅଛି । ଏହି ଯୋଜନା ମେଚ୍ୟୁରିଟି ପୂର୍ବରୁ ଆପଣଙ୍କ ନରହିବା ପରେ ଆପଣଙ୍କ ପରିବାରକୁ ବିତ୍ତୀୟ ସହାୟତା ପ୍ରଦାନ କରେ । ଯଦି ଆପଣ ପଲିସି ଅବଧି ପର୍ଯ୍ୟନ୍ତ ଜୀବିତ ରହନ୍ତି, ତେବେ ଆପଣଙ୍କ ମେଚ୍ୟୁରିଟି ପରେ ଏକ ନିର୍ଦ୍ଧାରିତ ରାଶି ପ୍ରଦାନ କରାଯିବ ।

ଏଲଆଇସି ଆଧାର ଶିଳା ଯୋଜନାର ଲାଭ :

୧. ମୃତ୍ୟୁ ଲାଭ :

• ଯଦି ପଲିସି ଧାରକଙ୍କ ମୃତ୍ୟୁ ପଲିସି ପ୍ରାରମ୍ଭ ହେବା ପୂର୍ବରୁ ୫ବର୍ଷରେ ମୃତ୍ୟୁ ହୋଇଯାଏ, ତେବେ ତାଙ୍କୁ ମୃତ୍ୟୁ ପରେ ମିଳିବାକୁ ଥିବା ଲାଭ ପ୍ରଦାନ କରାଯିବ ।

• ଯଦି ପଲିସି ଧାରକଙ୍କ ମୃତ୍ୟୁ, ପଲିସି ଆରମ୍ଭ ହେବାର ୫ବର୍ଷ ପରେ କିନ୍ତୁ ମେଚ୍ୟୁରିଟି ପୂର୍ବରୁ ହୁଏ, ତେବେ ତାଙ୍କ ନୋମିନିକୁ ମୁତ୍ୟୁରେ ମିଳୁଥିବା ବୀମା ରାଶି ସହିତ ଲୟଲ୍ଟି ଏଡିସନ୍ସ(ଯଦି କିଛି ଥିବ) ପ୍ରଦାନ କରାଯିବ ।

୨. ମେଚ୍ୟେରିଟି ଲାଭ : ଯଦି ପଲିସି ଧାରକ ପୁରା ପଲିସି ସମୟ ପର୍ଯ୍ୟନ୍ତ ଜୀବିତ ରହନ୍ତି ଓ ସେ ତାଙ୍କ ସାରା ବକେୟା ପ୍ରିମିୟମ୍ ଦେଇଛନ୍ତି, ତେବେ ତାଙ୍କୁ ମେଚ୍ୟେରିଟିରେ ମିଳିବାକୁ ଥିବା ବୀମା ରାଶି ସହିତ ଲୟଲ୍ଟି ଏଡିସନ୍ସ ବି ପ୍ରଦାନ କରାଯାଏ । ଏଠି ମେଚ୍ୟେରିଟିରେ ମିଳିବାକୁ ଥିବା ବୀମା ରାଶିର ଅର୍ଥ ମୂଳ ବୀମା ରାଶି ହୋଇଥାଏ ।

୩. ଲୟଲ୍ଟି ଏଡିସନ୍ସ : ଯଦି ଆପଣ ପଲିସିରେ ୫ ବର୍ଷ ପର୍ଯ୍ୟନ୍ତ ରହୁଛନ୍ତି, ଏବଂ ନିଜର ସମସ୍ତ ପ୍ରିମିୟମ ପ୍ରଦାନ କରିଛନ୍ତି, ତେବେ ଏହି ଯୋଜନା ଅଧିନରେ ଆପଣଙ୍କ ପଲିସି ଅବଧି ସମୟରେ ମୃତ୍ୟୁ ହେଲେ ବା ମେଚ୍ୟୋରିଟି ହେଲେ, ଲୟଲ୍ଟି ଏଡିସନ୍ସ ପାଇବା ଯୋଗ୍ୟ ହୋଇଥାଆନ୍ତି । ଆପଣଙ୍କୁ ମିଳିବାକୁ ଥିବା ଲୟଲ୍ଟି ଏଡିସନର ଦରର ଘୋଷଣା ଏଲଆଇସି ଦ୍ୱାରା କରାଯାଏ । ଯଦି ଆପଣଙ୍କ ପଲିସି ପେଡ୍-ଅପ୍ ପଲିସିରେ ବଦଳିସାରିଛି, ତେବେ ଆପଣଙ୍କୁ ସେତିକି ହିଁ ପଲିସି ଅବଧିର ଲୟଲ୍ଟି ଏଡିସନ ମିଳିବ ଯେତିକି ଅବଧି ପର୍ଯ୍ୟନ୍ତ ଆପଣ ପଲିସିରେ ରହିଥିବେ ।

ଯୋଗ୍ୟତା ସର୍ତ୍ତ :

• ବୀମା ରାଶି : ସର୍ବନିମ୍ନ -୭୫,୦୦୦ ଟଙ୍କା, ସର୍ବାଧିକ-୩,୦୦,୦୦୦ ଟଙ୍କା

• ପଲିସି ଅବଧି : ୧୦-୨୦ ବର୍ଷ

• ପ୍ରିମିୟମ ପ୍ରଦାନ କରାଯିବା ଅବଧି : ଚୟନ କରାଯାଇଥିବା ପଲିସି ଅବଧି ପର୍ଯ୍ୟନ୍ତ

• ପଲିସି ଧାରକଙ୍କ ପ୍ରବେଶ ଆୟୁ : ୮ରୁ ୫୫ ବର୍ଷ

• ମେଚ୍ୟୋରିଟି ର ଆୟୁ : ୭୦ ବର୍ଷ

• ପେମେଣ୍ଟ ପ୍ରଦାନ ମୋଡ୍ : ବାର୍ଷିକ, ଅର୍ଦ୍ଧବାର୍ଷିକ, ତ୍ରୟମାସିକ କିମ୍ବା ମାସିକ