ଦୁଇ ସନ୍ତାନର ଜନନୀ ଏବଂ ଆଠଥର ମାଉଣ୍ଟ୍ ଏଭରେଷ୍ଟର ଯାତ୍ରା… ଆସନ୍ତୁ ଜାଣିବା ଏଭଳି ଜଣେ ମହିଳାଙ୍କୁ ଯେ ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିବାରେ ସଫଳ ହୋଇପାରିଛନ୍ତି ।

23

ମନରେ ଅଦମ୍ୟ ଅଭିଳାଷ ଏବଂ କିଛି କରିଦେଖାଇବାର ସାହସ ମଣିଷକୁ ଯେ କେଉଁଠାରୁ କେଉଁଠାକୁ ନେଇ ପହଞ୍ଚାଇଦିଏ ତାହାର ଜ୍ୱଳନ୍ତ ଉଦାହରଣ ଦେଇଛନ୍ତି ୪୪ ବର୍ଷୀୟା ଲଖପା ସେରପା । ନେପାଳରେ ରହୁଥିବା ଲଖପା ଦୁନିଆର ଏକମାତ୍ର ମହିଳା ଯେ ଗୋଟିଏ କିମ୍ବା ଦୁଇଥର ନୁହଁ ଆଠ ଥର ମାଉଣ୍ଟ୍ ଏଭରେଷ୍ଟ୍ ଚଢିବାରେ ସଫଳ ହୋଇଛନ୍ତି । ଲଖପା ୨୦୦୦ ମସିହାରେ ପ୍ରଥମ ଥର ପାଇଁ ମାଉଣ୍ଟ୍ ଏଭରେଷ୍ଟ୍ ଚଢିବାର ସାହସ ଦେଖାଇଥିଲେ ।

ତେବେ ଲଖପା ଜଣେ ମାଉଣ୍ଟ୍ ଏଭରେଷ୍ଟ୍ ଚଢାଳୀ ସହ ଦୁଇ ସନ୍ତାନଙ୍କ ଜନନୀ ମଧ୍ୟ ଅଟନ୍ତି । ସନ୍ତାନଙ୍କ ଯତ୍ନ ନେବା ସହ ସେ ଘରକାମ ଏବଂ ନିଜ ଟ୍ରେନିଙ୍ଗ୍ ପାଇଁ ମଧ୍ୟ ସମୟ ଦେଇଥାନ୍ତି । କିନ୍ତୁ ବେଳେବେଳେ ଟ୍ରେନିଙ୍ଗ୍ ପାଇବାକୁ ସମୟ ନ ଦେଇପାରି ମଧ୍ୟ ସେ ୮ ବାର ମାଉଣ୍ଟ୍ ଏଭରେଷ୍ଟ୍ ଚଢି ଗିନିଜ୍ ବୁକ୍ ଅଫ୍ ୱାର୍ଲଡ ରେକର୍ଡ କରି ଦେଖାଇଛନ୍ତି । ତେବେ ସେ ବର୍ତ୍ତମାନ ୯ ଥର ପାଇଁ ମାଉଣ୍ଟ୍ ଏଭରେଷ୍ଟ୍ ଚଢିବାକୁ ଯାଉଛନ୍ତି ।

ଲଖପାଙ୍କ ଜୀବନ :

ଲଖପାଙ୍କ ଏକଦମ୍ ସାଧାରଣ ଜୀବନ ଜିଇଁବାରେ ପସନ୍ଦ କରନ୍ତି । ସେ ଆମେରିକାର ଏକ ବଡ ଦୋକାନରେ ବାସନ ମାଜିବା କାମ କରନ୍ତି । ସକାଳୁ ନିତ୍ୟକର୍ମ ସାରି ସେ ପ୍ରଥମେ ନିଜ ପିଲାମାନଙ୍କୁ ସ୍କୁଲ ଛାଡିବାକୁ ଯାଆନ୍ତି ପରେ ସେ ନିଜେ କାମକୁ ବାହାରିଯାନ୍ତି । ଘରକାମ ସହ ତାଙ୍କର ମାଉଣ୍ଟ୍ ଏଭରେଷ୍ଟ୍ ପ୍ରତି ଦୁର୍ବଳତା ସମସ୍ତଙ୍କ ପାଇଁ ଉଦାହରଣ ସୃଷ୍ଟି କରିବ ନିଶ୍ଚୟ ।