ଏହି ଦେଶରେ ସମଲିଙ୍ଗୀ ସଂପର୍କ ହେଲା ବୈଧ : ଲିଙ୍ଗଗତ ଭେଦଭାବ ଆଧାରରେ ଚାକିରୀ ନଦେଲେ ମିଳିବ ଜେଲ ଦଣ୍ଡ

96

ସମଲିଙ୍ଗୀ ସମ୍ବନ୍ଧକୁ ଆଜି ବି ଅନେକ ଦେଶରେ ଅବୈଧ ଅଛି । ଏଲଜିବିଟି ସଂପ୍ରଦାୟ ସହିତ ଜଡିତ ଲୋକ ଆଜି ବି ରାସ୍ତାରେ ନିଜ ଅଧିକାର ପାଇଁ ଲଢ଼ୁଛନ୍ତି । ଏହି ଭିତରେ ଏକ ଭଲ ଖବର ଆଫ୍ରିକାର ଅଙ୍ଗୋଲା ସହରରୁ ଆସିଛି । ମଧ୍ୟ ଆଫ୍ରିକାର ସହର ଅଙ୍ଗୋଲାରେ ସମଲିଙ୍ଗୀ ସଂପର୍କକୁ ବୈଧ ଘୋଷଣା କରାଯାଇଛି । ହ୍ୟୁମନ୍ ରାଇଟ୍ସ ୱାଚ୍ ଏଜେନ୍ସି ଦ୍ୱାରା ଏହି ସୂଚନା ଦିଆଯାଇଛି । ଅଙ୍ଗୋଲା ସରକାର ଏମିତି ଆଇନ ବି ତିଆରି କରିଛନ୍ତି ଯାହା ଲିଙ୍ଗଗତ ଆକର୍ଷଣ ଆଧାରରେ ଭେଦଭାବ ଉପରେ ରୋକ୍ ଲଗାଏ ।

ଲିଙ୍ଗଗତ ଆକର୍ଷଣ ଆଧାରରେ ସମଲିଙ୍ଗୀଙ୍କୁ ଚାକିରୀ ଦେବାକୁ ମନା କରୁଥିବା ଲୋକଙ୍କୁ ନୂଆ ଆଇନ ଅନୁସାରେ, ୨ବର୍ଷର ଜେଲ ହୋଇପାରେ । ବର୍ଷ ୧୯୭୫ରେ ପର୍ତ୍ତୁଗାଲରୁ ସ୍ୱତନ୍ତ୍ରତା ପ୍ରାପ୍ତ କରିବା ପରେ ଅଙ୍ଗୋଲାର ସଂସଦ ପ୍ରଥମ ଥର ୨୩ ଜାନୁୟାରୀକୁ ଏକ ନୂଆ ଦଣ୍ଡ ସଂହିତା ଆପଣାଇଲା, ଯେଉଁଥିରେ ସମଲିଙ୍ଗୀ ସଂପର୍କ ବିରୁଦ୍ଧରେ ବନିଥିବା ବ୍ୟବସ୍ଥାକୁ ହଟାଯାଇପାରିବ । ଅଣ-ସରକାରୀ ସଂଗଠନ ହ୍ୟୁମନ୍ ରାଇଟ୍ସ ୱାଚ୍ ଅଙ୍ଗୋଲା ସଂସଦର ଏହି ପଦକ୍ଷେପକୁ ପ୍ରଂଶସା କରିଛି । ଏହାର ମୁଖ୍ୟାଳୟ ନ୍ୟୁୟର୍କରେ ଅଛି । ଅଙ୍ଗୋଲା ସେହି ଆଫ୍ରିକୀୟ ଦେଶ ମଧ୍ୟରେ ସାମିଲ ହୋଇଯାଇଛି, ଯେଉଁଥିରେ ସମଲିଙ୍ଗୀ ସମ୍ବନ୍ଧକୁ ବୈଧ କରାଯାଇଛି ।