ଏଲଜିର ବଡ ଧମାକା ! ଖୁବଶିଘ୍ର ବଜାରକୁ ଲଞ୍ଚ ହୋଇପାରେ ୫ଟି କ୍ୟାମେରା ବିଶିଷ୍ଟ ସ୍ମାର୍ଟଫୋନ, ଜାଣନ୍ତୁ କଣ ରହିଛି ଫିଚର୍ସ ଏବଂ ମୂଲ୍ୟ ।

42

ଏଲଜି ଆଣିଲା ୫ଟି କ୍ୟାମେରା ବିଶିଷ୍ଟ ନୂଆ ସ୍ମାର୍ଟଫୋନ୍ । ସାଧାରଣତଃ ଏବେ ବଜାରକୁ ଆସୁଥିବା ସ୍ମାର୍ଟ ଫୋନ ଗୁଡିକରେ ଦୁଇଟି କିମ୍ବା ତିନୋଟି କ୍ୟାମେରା ଉପଲବ୍ଧ ରହୁଥିବା ବେଳେ ଏଲଜି କମ୍ପାନୀ ୫ଟି କ୍ୟାମେରା ବିଶିଷ୍ଟ ଏକ ସ୍ମାର୍ଟଫୋନ ଖୁବ ଶିଘ୍ର ବଜାରକୁ ଲଞ୍ଚ କରିବାକୁ ଯାଉଛି । ଯାହା ଲୋକଙ୍କୁ ଏକ ନୂଆ ଅନୁଭବ ପ୍ରଦାନ କରିବ ବୋଲି କମ୍ପାନୀ ତରଫରୁ ସୂଚନା ମିଳିଛି ।

ସୂଚନା ଅନୁଯାୟୀ, ଦକ୍ଷିଣ କୋରିଆର ଇଲେକ୍ଟ୍ରୋନିକ୍ସ କମ୍ପାନୀ ଏଲଜି ୫ଟି କ୍ୟାମେରା ଲାଗିଥିବା ଏକ ନୂଆ ସ୍ମାର୍ଟଫୋନ୍ ବଜାରକୁ ଆଣିଛି। ଏହି ସ୍ମାର୍ଟଫୋନର ନାମ ଭି୪୦ ଥିନକ୍ୟୁ ରହିଛି। ସ୍ମାର୍ଟଫୋନର ପଛପାର୍ଶ୍ବରେ ୩ଟି ଏବଂ ସାମ୍ନା ଭାଗରେ ଦୁଇଟି କ୍ୟାମେରା ରହିଛି । ଏଲଜିର ଏହା ପ୍ରଥମ ସ୍ମାର୍ଟଫୋନ୍ ଯାହାର ପଛପାର୍ଶ୍ବରେ ୩ଟି କ୍ୟାମେରା ଲାଗିଛି । ଅବଶ୍ୟ ଏହି ସ୍ମାର୍ଟଫୋନ ଏବେ ଭାରତରେ ଉନ୍ମୋଚନ ହୋଇନାହିଁ କିମ୍ବା କେବେ ହେବ ସେ ନେଇ କିଛି ସୂଚନା ଦିଆଯାଇ ନାହିଁ । ନୂଆ ସ୍ମାର୍ଟଫୋନରେ କ୍ବାଲକମ ସ୍ନାପଡ୍ରାଗନ ୮୪୫ ପ୍ରୋସେସର ସହିତ ୬ ଜିବି ରାମ୍ ରହିଛି । ଏଥିସହିତ ୬୪ ଜିବିର ଇନବିଲ୍ଟ ଷ୍ଟୋରେଜ ସୁବିଧା ମଧ୍ୟ ରହିଛି । ତେବେ ମାଇକ୍ରୋ ଏସଡି କାର୍ଡ ମାଧ୍ୟମରେ ଏହାର ଷ୍ଟୋରେଜକୁ ୨ ଟେରାବାଇଟ୍ ପର‌୍ୟ୍ୟନ୍ତ ବୃଦ୍ଧି କରାଯାଇପାରିବ। ଉକ୍ତ ସ୍ମାର୍ଟଫୋନରେ ୬.୪ ଇଞ୍ଚର କ୍ୟୁଏଚଡି ପ୍ଲସ୍ ଓ ଏଲଇଡି ଡିସପ୍ଲେ ରହିଛି । ପଛପଟେ କମ୍ପାନି ଫିଙ୍ଗରପ୍ରିଣ୍ଟ ସେନ୍ସର୍ ଦେଇଛି। ଉକ୍ତ ସ୍ମାର୍ଟଫୋନର ମୂଲ୍ୟ ୯୦୦ ଡଲାର (ଭାରତୀୟ ମୁଦ୍ରାରେ ପ୍ରାୟ ୬୬,୩୦୦ ଟଙ୍କା) ରହିଛି।