ରାସ୍ତାରେ ବୁଲୁଛି ବାଘ । ବଲାଙ୍ଗୀର ବଡମାଳ ଗୋଳାବାରୁଦ କାରଖାନା ନିକଟରେ ବୁଲୁଛି କଲରାପତରିଆ ବାଘ, ମୋବାଇଲ କଏଦ ହେଲା ଦୃଶ୍ୟ

131

କନକ ବ୍ୟୁରୋ : ବଲାଙ୍ଗୀର ବଡମାଳ ଗୋଳାବାରୁଦ କାରଖାନା ନିକଟରେ ଦେଖିବାକୁ ମିଳିଛି ଆଉ ଏକ କଲରାପତରିଆ ବାଘ । କାରଖାନା ନିକଟ ଘଂଚ ଜଙ୍ଗଲଥିବାରୁ ବାରମ୍ବାର ମୁଖ୍ୟ ରାସ୍ତା ଉପରକୁ ବାଘ ଚାଲିଆସୁଛନ୍ତି । ଗତ ଡିସେମ୍ବର ମାସରେ ମଧ୍ୟ ଦୁଇଟି କଲରପଲରିଆ ବାଘ ମୁଖ୍ୟ ରାସ୍ତା ଉପରେ ଦେଖିବାକୁ ମିଳିଥିଲା । ରାସ୍ତାରେ ଯାଉଥିବା ଲୋକେ ଏହାକୁ ମୋବାଇଲରେ କଏଦ କରିଥିଲେ । ତେବେ ପୁଣି କଲରାପତରିଆ ବାଘ ରାସ୍ତା ଉପରକୁ ଆସିଥିବା ଦେଖାଯାଇଛି । ଏହାକୁ ନେଇ ଲୋକେ ଆତଙ୍କିତ ଅଛନ୍ତି ।

ତେବେ ରାସ୍ତା ପାଖରେ ଥିବା ଏକ ଗୋଳାବାରୁଦ କାରଖାନା ପାଖରେ ବାଘଟି ଦେଖିବାକୁ ମିଳିଥିଲା । ପୂର୍ବରୁ ଯେଉଁ ବାଘ ଦେଖାଯାଇଥିଲା ତାହା ସେହି ସମୟରେ ଲୋକମାନଙ୍କ ମନରେ ଆତଙ୍କ ଖେଳାଇଥିଲା ତେବେ ପୁଣି ଥରେ ଏପରି ଭାବରେ ବାଘ ଖବର ମିଳିବା ପରେ ସାଧାରଣ ଲୋକମାନଙ୍କ ମନରେ ଭୟ ସୃଷ୍ଟି କରିଛି ।