ଅଳିଆଗଦାରେ ପଡିଛି ୧୧ ବର୍ଷର ହଜାର ହଜାର ଚିଠି : କାହାର ନିଯୁକ୍ତି ପତ୍ର ତ ଆଉ କାହାର ପାନକାର୍ଡ

30

କନକ ବ୍ୟୁରୋ : ଚିଠି ଦେଲା ନାହିଁ ଚିଠିବାଲା । ଅଳିଆଗଦାରେ ପଡିଛି ୧୧ ବର୍ଷର ହଜାର ହଜାର ଚିଠି । କାହାର ନିଯୁକ୍ତି ପତ୍ର ତ ଆଉ କାହାର ପାନକାର୍ଡ ପୋଷ୍ଟ ଅଫିସ ପଛପଟ ଅଳିଆଗଦାରେ ପଡିଥିବା ଦେଖିବାକୁ ମିଳିଛି । ଭଦ୍ରକ ଜିଲ୍ଲା ଓଡଙ୍ଗ ପୋଷ୍ଟମାଷ୍ଟରଙ୍କ ଅବହେଳାରୁ ଖତ ଖାଉଛି ସାଂସଦ ଅର୍ଜୁନ ସେଠୀଙ୍କ ପାଖକୁ ଆସିଥିବା ସରକାରୀ ଚିଠି । ଛାତ୍ରଛାତ୍ରୀଙ୍କ ନିଯୁକ୍ତି ପତ୍ର ସହ ବହୁ ଚିଠି ଅଳିଆଗଦାରେ ପଡିଥିବା ଦେଖି ତାତି ଉଠିଛନ୍ତି ଗ୍ରାମବାସୀ । ଗାଁରେ ଏକ ପ୍ରକାର ଉତେଜନା ସୃଷ୍ଟି ହୋଇଛି ।

ସେପଟେ ପୋଷ୍ଟମାଷ୍ଟର କହିଛନ୍ତି କି, ସେ ଏକୁଟିଆ ଓ ତାଙ୍କ ଦେହ ଭଲ ନଥିବା କାରଣରୁ ତାହାକୁ ସେ ଠିକ୍ ଭାବେ ପରିଚାଳନା କରିପାରିନାହାଁନ୍ତି । ଉତ୍ୟକ୍ତ ଗ୍ରାମବାସୀ ତଦନ୍ତ ଦାବି କରି ଆଉ ଏକ ଅଭିଯୋଗ ଆଣିଛନ୍ତି ଯେ, ସେ ପୋଷ୍ଟ ଅଫିସରେ ଲୋକଙ୍କ ଟଙ୍କା ଜମା କରିନାହାଁନ୍ତି । ସେଥିପାଇଁ ଉଚ୍ଚସ୍ତରୀୟ ତଦନ୍ତ ହୋଇ ତାଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ହେଉ ।