ନା ଥିଲା ସ୍ମାର୍ଟଫୋନ, ନା ଇଣ୍ଟରନେଟ, ହ୍ୱାଟ୍ସଆପ, ଫେସବୁକ ଏବଂ ମେସେଞ୍ଜରର ସେବା । କେବଳ ଚିଠି ମାଧ୍ୟମରେ ଲୋକମାନେ ଦୂରଦୁରାନ୍ତରରେ ଥିବା ନିଜ ସମ୍ପର୍କୀୟମାନଙ୍କ ସହ ଯୋଗାଯୋଗ କରୁଥିଲେ । ପ୍ରତ୍ୟେକ ଗାଁରେ ଥିଲା ଗୋଟିଏ ଲେଖାଏଁ ଡାକଘର । କିନ୍ତୁ ଏବେ ସମୟରେ ହଜିଗଲାଣି ଚିଠି । ଆଉ ଶୁଣାଯାଉନି ଡାକବାଲାର ସାଇକେଲ ଘଣ୍ଟି । ପ୍ରଥମ ଲୋକମାନେ ନିଜ ଚିଠିର ଅତି ଉତ୍ସୁକତାର ସହ ଅପେକ୍ଷା କରୁଥିଲେ । କିନ୍ତୁ ଏବେ ସ୍ମାର୍ଟଫୋନର ଯୁଗ ଚାଲିଛି । ଆଖି ପଲକରେ ମେସଜ ଦ୍ୱାରା ଯୋଗାଯୋଗ ହୋଇପାରୁଛି ।
ଡାକରେ କେବଳ ସରକାରୀ ଚିଠି ଏବଂ ଅନଲାଇନ ପାର୍ସଲ ଆସୁଛି । ଘରୁ ଯିବା ସମୟରେ ଏବଂ ଆଉ କେହି କହୁନାହାନ୍ତି ଯେ, ପହଞ୍ଚିବା ପରେ ଚିଠି ଲେଖିବୁ । ଏପରିକି ବର୍ତ୍ତମାନ ପିଢିର ଅଧିକାଂଶ ଲୋକ ଚିଠି ଲେଖି ଜାଣିନାହାନ୍ତି ଏବଂ ଡାକ ସହ ସେମାନେ ପରିଚିତ ମଧ୍ୟ ନୁହେଁ । ଇଣ୍ଟରନେଟ ଏବଂ ମୋବାଇଲ ଫୋନ ଯୁଗରେ ଚିଠି ଲେଖିବାର ପରମ୍ପରା ଧିରେ ଧିରେ ହଜି ହଜି ଯାଉଛି ।
ପୂର୍ବରୁ ସ୍କୁଲମାନଙ୍କରେ ଛାତ୍ରଛାତ୍ରୀମାନଙ୍କୁ ସାଙ୍ଗ, ବାପା, ମା, ଭାଇ ଭଉଣୀ ଏବଂ ଗୁରୁଜନଙ୍କ ନିକଟକୁ ଚିଠି ଲେଖିବା ପାଇଁ କୁହାଯାଉଥିଲା । ଏହା ସହ ଡାକବାଲା ଉପରେ ଆତ୍ମକାହାଣୀ ମଧ୍ୟ ଲେଖିବା ପାଇଁ ଛାତ୍ରଛାତ୍ରୀମାନଙ୍କୁ କୁହାଯାଉଥିଲା । ଏପରିକି କୌଣସି ପୁଅ ବିବାହ ପାଇଁ ଝିଅ ଦେଖିବାକୁ ଗଲେ ପରିବାର ଲୋକେ ଝିଅକୁ ଚିଠି ଲେଖିବା ପାଇଁ କହୁଥିଲେ । କିନ୍ତୁ ଏବେ ପ୍ରେମିକ ପ୍ରେମିକା ମାନେ ନିଜର ମନର କଥା ଚିଠି ଦ୍ୱାରା ନୁହେଁ ବରଂ ହ୍ୱାଟ୍ସଆପ ଏବଂ ଭିଡିଓ କଲ ମାଧ୍ୟମରେ କହୁଛନ୍ତି । ଧିରେ ଧିରେ ହଜିଗଲାଣି ଚିଠି । ଏବେ ଡାକରେ ସରକାରୀ ଚିଠି ଏବଂ ଅନଲାଇନ ପାର୍ସଲ ହିଁ ଆସୁଛି । କହିବାକୁ ଗଲେ ଡାକଘରେ ଲଫାପା, ପୋଷ୍ଟକାର୍ଡର ବିକ୍ରି ଆଦୌ ହେଉନାହିଁ ।