ମହାନଦୀ ପ୍ରସଙ୍ଗରେ ଆଲୋଚନା ପାଇଁ ଓଡିଶାକୁ କେନ୍ଦ୍ର ଜଳ ସମ୍ପଦ ବିଭାଗର ଚିଠି

24

କନକ ବ୍ୟୁରୋ : ମହାନଦୀରେ ଛତିଶଗଡ ବ୍ୟାରେଜ ନିର୍ମାଣ କରିବା ପ୍ରସଙ୍ଗରେ ଆଲୋଚନା ପାଇଁ କେନ୍ଦ୍ର ଜଳ ସମ୍ପଦ ବିଭାଗ ରାଜ୍ୟ ସରକାରଙ୍କ ନିକଟକୁ ଚିଠି ପଠାଇଛନ୍ତି । ଏନେଇ ସ୍ପଷ୍ଟ କରିଛନ୍ତି ବିଜେଡି ମୁଖପାତ୍ର ପ୍ରତାପ ଦେବ । ଆଲୋଚାନା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉପଯୁକ୍ତ ତାରିଖ ଜଣାଇବା ପାଇଁ ଚିଠିରେ ଉଲ୍ଲେଖ ରହିଛି। ତେବେ ମୁଖ୍ୟମନ୍ତ୍ରୀ ଛତିଶଗଡ ସହ ଆଲୋଚନା ପାଇଁ ତାରିଖ ଜଣାଇବେ ବୋଲି କହିଛନ୍ତି ପ୍ରତାପ ଦେବ।

ଏହାସହ ଅର୍ପାଭାଇସାଇଜର ପ୍ରକଳ୍ପ ସମ୍ପର୍କରେ ଏଯାଏ ସଂପୂର୍ଣ୍ଣ ତଥ୍ୟ ଛତିଶଗଡ ପ୍ରଦାନ କରି ନଥିବା ଅଭିଯୋଗକୁ ପୁଣି ଦୋହରାଇଛି ବିଜେଡି । ଏହି ପ୍ରକଳ୍ପର ୭ଟି ଡାଇଭର୍ସନ ୱାର୍ ଥିବାବେଳେ, ଗୋଟାଏର ହି ତଥ୍ୟ ଦିଆଯାଇଛି ବୋଲି ବିଜେଡି ମୁଖପାତ୍ର ପ୍ରତାପ ଦେବ କହିଛନ୍ତି।