କାଲି ଭୋଟ୍ ଦେବ ବିଜେପୁର, ବିଧାୟକ ବାଛିବେ ଜନତା । ବିଜେଡ଼ି ପାଇଁ ସମ୍ମାନର ପ୍ରଶ୍ନ, ଆସନ କବଜା କରିବାକୁ ବିଜେପି ଓ କଂଗ୍ରେସର ରଣନୀତି ।

263

କନକ ବ୍ୟୁରୋ : ରାତି ପାହିଲେ ବିଜେପୁର ନିର୍ବାଚନ । ମତଦାନ ପାଇଁ ପ୍ରସ୍ତୁତ ବିଜେପୁର । ବିଜେଡିର ରୀତା ସାହୁ, ବିଜେପିର ସନତ ଗଡ଼ତିଆ ନା’ କଂଗ୍ରେସର ଦିଲ୍ଲୀପ ପଣ୍ଡା କାହାକୁ ଭରସା କରିବେ ଲୋକେ । ଏହି ଆସନ ବିଜେଡି ପାଇଁ ସମ୍ମାନର ପ୍ରଶ୍ନ ହୋଇଥିବା ବେଳେ ଏହାକୁ କବଜା କରିବା ପାଇଁ ଲାଗିପଡିଛନ୍ତି ବିଜେପି ଓ କଂଗ୍ରେସ । ଆସନ୍ତାକାଲି ୨ ଲକ୍ଷ ୩୨ ହଜାର ଭୋଟର ନିର୍ଦ୍ଧାରଣ କରିବେ ପ୍ରାର୍ଥୀଙ୍କ ଭାଗ୍ୟ । ଆଉ ତା’ ସହିତ ନିର୍ଦ୍ଧାରିତ ହେବ ବିଜେପୁର ବାଜିରେ ଜିତିବ କିଏ ?

ରାତି ପାହିଲେ ପଡ଼ିବ ଭୋଟ୍ । କିଏ ଜିତିବ ବିଜେପୁର ବାଜି? ବିଜେପୁରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତାର ଆଉ ଏକ ବଡ଼ ପରୀକ୍ଷା ହେବାକୁ ଯାଉଛି । ମୁଖ୍ୟମନ୍ତ୍ରୀ ବିଜେପୁର ଛାଡ଼ିଥିବାରୁ ଏହି ଆସନ ଏବେ ବିଜେଡି ପାଇଁ ଏକ ସମ୍ମାନର ଲଢ଼େଇ ହୋଇ ସାମ୍ନାକୁ ଆସିଛି । ଆଉ ବିଜେପି ଏବଂ କଂଗ୍ରେସ ପାଇଁ ପତିଆରା ଫେରାଇ ଆଣିବାର ଲଢ଼େଇ । କାରଣ ଏଠି ଉଭୟ ବିଜେପି ଓ କଂଗ୍ରେସକୁ ମାତ୍ ଦେଇ ବିପୁଳ ଭୋଟରେ ବିଜୟୀ ହୋଇଥିଲେ ମୁଖ୍ୟମନ୍ତ୍ରୀ ।

Bijepurଗୋଟିଏ ପଟେ ନବୀନଙ୍କ ଲୋକପ୍ରିୟତା, ଅନ୍ୟପଟେ ବିଜେପୁର ଛାଡ଼ିବାର ଚ୍ୟାଲେଂଜ୍ । ଆଉ ଏହାରି ଭିତରେ ବିଜେପୁରରେ ହେଉଛି ଏକ ବଡ଼ ଲଢ଼େଇ । ସେହିପରି ଗୋଟିଏ ପଟେ ନବୀନଙ୍କ ଲୋକପ୍ରିୟତା ଓ ବିଜେଡି ସଂଗଠନ, ଅନ୍ୟପଟେ ରହିଛି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ରଣନୀତି ଏବଂ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ରଣକୌଶଳ ।

ଏହାରି ଭିତରେ ମତଦାନ ପାଇଁ ପ୍ରସ୍ତୁତ ରହିଛି ବିଜେପୁର ।

-ଉପନିର୍ବାଚନ ପାଇଁ ବିଜେପୁରରେ ହୋଇଛି ୨୮୫ଟି ପୁଲିଂ ବୁଥ୍
-ଏଥିରୁ ୧୩୫ଟି ବୁଥକୁ ସମ୍ବେଦନଶୀଳ ବୁଥ ଭାବେ ଚିହ୍ନଟ କରାଯାଇଛି
-ଏହି ସମସ୍ତ ସମ୍ବେଦନଶୀଳ ବୁଥରେ ହୋଇଛି ବ୍ୟାପକ ସୁରକ୍ଷା ବ୍ୟବସ୍ଥା
-୭ଟି ବୁଥରେ ୱେବ କାଷ୍ଟିଂ ଏବଂ ୧୪ଟି ବୁଥରେ ସିସିଟିଭି ବ୍ୟବସ୍ଥା
-୧୬ଟି ବୁଥରେ ଭିଡିଓଗ୍ରାଫି ଏବଂ ୭୭ଟି ସ୍ଥାନରେ ମାଇକ୍ରୋ ଅବଜରଭର ନିଯୁକ୍ତ

ବିଜେଡିର ରୀତା ସାହୁ, ବିଜେପିର ସନତ ଗଡ଼ତିଆ ନା’ କଂଗ୍ରେସର ଦିଲ୍ଲୀପ ପଣ୍ଡା । ୨ ଲକ୍ଷ ୩୨ ହଜାର ଭୋଟର ନିର୍ଦ୍ଧାରଣ କରିବେ ପ୍ରାର୍ଥୀଙ୍କ ଭାଗ୍ୟ । ଆଉ ତା’ ସହିତ ନିର୍ଦ୍ଧାରିତ ହେବ ବିଜେପୁର ବାଜିରେ ଜିତିବ କିଏ?